Jantar Mantar / ଦିଲ୍ଲୀର ଜନ୍ତର-ମନ୍ତରରେ ଆଉ କରି ପାରିବେନି ବିକ୍ଷୋଭ; ପ୍ରତିବାଦ ପାଇଁ ସରକାର ସ୍ଥିର କଲେ ୩ ସ୍ଥାନ

Key Points
ଦିଲ୍ଲୀରେ ଧାରଣା-ପ୍ରଦର୍ଶନ ପାଇଁ ୩ଟି ନୂଆ ସ୍ଥାନ ନାଁ ଜାରି
ରମଲୀଳା ମୈଦାନ, ବୁରାରି ମୈଦାନ ଓ CBD ମୈଦାନ
ଗୃହ ମନ୍ତ୍ରଣାଳୟ କମିଟିର ସୁପାରିସ୍ ଆଧାରରେ ନିଷ୍ପତ୍ତି
ଦିଲ୍ଲୀର ରାମଲୀଳା ମୈଦାନ, ବୁରାରି ମୈଦାନ ଓ ପୂର୍ବ ଦିଲ୍ଲୀର ସିବିଡି ମୈଦାନରେ ପ୍ରତିବାଦ, ବିକ୍ଷୋଭ ଓ ଧାରଣା ଦିଆଯାଇ ପାରିବ । ଏହି ୩ ସ୍ଥାନରେ ଧାରଣା, ପ୍ରଦର୍ଶନ ଆୟୋଜନ କରିବା ପାଇଁ ବିସ୍ତୃତ ଓ ସଂଶୋଧିତ ଏସଓପି ଆସିବ ।
ଏଥିସହ ପଢ଼ନ୍ତୁ: ପୁରୁଣା ବିବାଦରୁ ଠେଙ୍ଗାରେ ପିଟିପିଟି ନେଇଗଲେ ପୂର୍ବତନ ବିଧାୟକଙ୍କ ଜୀବନ
ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଦିଲ୍ଲୀବାସୀଙ୍କୁ ଭିଡ଼ରୁ ଆଶ୍ଵସ୍ତି ମିଳିବ । କାରଣ ଦିଲ୍ଲୀର ମଝି ଭାଗରେ ଥିବା ଜନ୍ତର-ମନ୍ତରରେ ପ୍ରତିବାଦ ଯୋଗୁଁ ପ୍ରଭାବ ଆଖପାଖ ଅଞ୍ଚଳରେ ପଡ଼ୁଥିଲା । ଟ୍ରାଫିକ୍ ଆଡଭାଇଜାରି ପରେ ଲୋକେ ସମସ୍ୟାରେ ପଡ଼ୁଥିଲେ । ନିକଟରେ ବଡ଼ ହସ୍ପିଟାଲ୍ ଓ ସ୍କୁଲ୍ ମଧ୍ୟ ରହିଛି । ପ୍ରତିବାଦ ସେଠାରେ ସେବା ଓ ଶିକ୍ଷାଦାନ ପ୍ରଭାବିତ ହେଉଥିଲା ।
Ministry of Home Affairs, Government of India, had constituted a Committee to examine alternative proper venues for citizen's right for organizing protest/demonstrations in place of the existing "designated site". Based on the Committee's recommendations, Jantar Mantar as a protest venue has been de-notified. Three new venues viz Ramlila Ground, Burari Ground and CBD Ground, East Delhi have been designated as new venues for organizing protest/demonstrations. Detailed and revised SOP for organizing protest/demonstrations at these three venues will be issued separately. This is in partial modification of earlier Standing Order No. L&O/48/22 dated 28.04.2022. (Notice issued by Anurag Kumar, Delhi Police Commissioner)
— ANI (@ANI) October 12, 2026
ଜନ୍ତର-ମନ୍ତର ଆଉ ପ୍ରତିବାଦ ସ୍ଥଳ ନୁହେଁ ବୋଲି ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜନ୍ତର-ମନ୍ତର ପରିବର୍ତ୍ତେ ରାମଲୀଳା ମୈଦାନ, ବୁରାରି ମୈଦାନ ଓ ପୂର୍ବ ଦିଲ୍ଲୀର ସିବିଡି ମୈଦାନକୁ ପ୍ରତିବାଦ ସ୍ଥଳ ଭାବେ ଚିହ୍ନଟ କରାଯାଇଛି ।
📱 Get Argus News App
✨Related Topics
Explore more stories