DMRC New Reocrd / ଯାତ୍ରୀ ପରିବହନରେ ରେକର୍ଡ଼ ଭାଙ୍ଗିଲା ଦିଲ୍ଲୀ ମେଟ୍ରୋ
·3 months ago·2 min read

Key Points
ଗତ ବର୍ଷ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଯାତ୍ରୀ ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି।
DMRC New Reocrd 2025: ଯାତ୍ରୀ ପରିବହନ କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ଦିଲ୍ଲୀ ମେଟ୍ରୋ (ଡିଏମଆରସି)। ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରର ଜୀନରେଖା କୁହାଯାଉଥିବା ଡିଏମଆରସି ଏହାର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛି।
ଗତ ବର୍ଷ ଦିଲ୍ଲୀ ମେଟ୍ରୋ ରେଳ ନିଗମ (Delhi Metro Rail Corporation) ଡିଏମଆରସି ଏକ ନୂଆ ମାଇଲଖୁଣ୍ଟ (DMRC New Record) ହାସଲ କରିଛି। ଯାହା ସମସ୍ତ ପୂର୍ବ ପରିବହନ ରେକର୍ଡ଼କୁ ଭାଙ୍ଗି ଦେଇଛି। ସରକାରୀ ତଥ୍ୟ ଅନୁଯାୟୀ ଦିଲ୍ଲୀ ମେଟ୍ରୋ ୨୦୨୫ ବର୍ଷରେ ମୋଟ ୨୩୫.୮ କୋଟି ଯାତ୍ରୀ ପରିବହନ (Delhi Metro 2025 Ridership) କରି ରେକର୍ଡ଼ କରିଥିଲା। ଏହି ସଂଖ୍ୟା ୨୦୨୪ ବର୍ଷରେ ୨୨୩.୫ କୋଟି ରହିଥିଲା। ଯାହାର ଅର୍ଥ ହେଉଛି ଯେ ଦିଲ୍ଲୀ ମେଟ୍ରୋ ଏବେ କେବଳ ଦେଶ ନୁହେଁ ବରଂ ବିଶ୍ୱର ସବୁଠାରୁ ବ୍ୟସ୍ତତମ ମେଟ୍ରୋ ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ।
ସାଧାରଣ ପରିବହନ ସେବା ପାଇଁ ବଢୁଛି ନିର୍ଭରତା
ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଗତ ବର୍ଷରେ ପ୍ରତିଦିନ ହାରାହାରି ୬୪.୬ ଲକ୍ଷ ଯାତ୍ରୀ ସେମାନଙ୍କର ଯାତ୍ରା ପାଇଁ ମେଟ୍ରୋ ବ୍ୟବହାର କରୁଥିଲେ। ୨୦୨୪ ବର୍ଷରେ ଦୈନିକ ଯାତ୍ରୀଙ୍କ ସଂଖ୍ୟା ୬୨.୩ ଲକ୍ଷ ରହିଥିଲା। ଏହି ବୃଦ୍ଧି ସୂଚାଇ ଦେଉଛି ଯେ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରର (Delhi NCR) ବାସିନ୍ଦା ଏବେ ଘରୋଇ ଯାନବାହନ ଅପେକ୍ଷା ମେଟ୍ରୋ ଉପରେ ଅଧିକ ନିର୍ଭର କରୁଛନ୍ତି। ବିଗତ ୨ ବର୍ଷରେ ମାତ୍ର କିଛି ଦିନ ମଧ୍ୟରେ ସର୍ବାଧିକ ଯାତ୍ରୀଙ୍କ ପରିବହନ ହୋଇଥିବାର ରେକର୍ଡ ହୋଇଛି।
ଚାଳକବିହୀନ ଜ୍ଞାନକୌଶଳରେ ବିଶ୍ୱରେ ବଢୁଛି ଭାରତର ପ୍ରାଧାନ୍ୟ
ଜ୍ଞାନକୌଶଳ କ୍ଷେତ୍ରରେ ଦିଲ୍ଲୀ ମେଟ୍ରୋ ବିଶ୍ୱରେ ପ୍ରଧାନ୍ୟ ବିସ୍ତାର କରିଛି। ପିଙ୍କ୍ ଲାଇନ୍ (୭୧.୫ କିମି) ଏବଂ ମାଜେଣ୍ଟା ଲାଇନ୍ (୪୯ କିମି) ବିସ୍ତାର ସହିତ ଦିଲ୍ଲୀ ମେଟ୍ରୋ ଏବେ ବିଶ୍ୱର ସର୍ବବୃହତ ଚାଳକବିହୀନ ମେଟ୍ରୋ ବ୍ୟବସ୍ଥା ମଧ୍ୟରୁ ଗୋଟିଏ ହୋଇଗଲାଣି। ଦେଶର ପ୍ରଥମ ଚାଳକବିହୀନ ମେଟ୍ରୋ ସିଷ୍ଟମ ବର୍ତ୍ତମାନ ୧୨୦ କିମି ଠାରୁ ଅଧିକ ସୀମାରେ କାର୍ଯ୍ୟ କରୁଛି। ଯାହା ବିଶ୍ୱ ସ୍ତରରେ ଏକ ପ୍ରମୁଖ ସଫଳତା।
କୋଭିଡ୍ ପୂର୍ବରୁ ବଢିଥି୍ଲା ଗତି
ଗତ ୨୦୨୩ ବର୍ଷରେ ପ୍ରଥମ ଥର ପାଇଁ ଦିଲ୍ଲୀ ମେଟ୍ରୋ ୨୦୦ କୋଟି ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥିଲା। ଏହା ଏକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ଼ ରହିଥିଲା। କାରଣ କୋଭିଡ୍ ପୂର୍ବରୁ ୨୦୨୯ ବର୍ଷରେ ଦିଲ୍ଲୀ ମେଟ୍ରୋ ବ୍ୟବହାର କରୁଥିବା ଯାତ୍ରୀଙ୍କ ସଂଖ୍ୟା ୧୮୪ କୋଟି ରହିଥିଲା। ୨୦୨୨ ବର୍ଷରେ ଏହି ସଂଖ୍ୟା ୧୪୯ କୋଟି ରହିଥିଲା। ଯାହା ସୂଚାଉଛି ଦିଏ ଯେ ଦିଲ୍ଲୀ ମେଟ୍ରୋ ବିଗତ ତିନି ବର୍ଷରେ ପ୍ରାୟ ୫୮% ଅଭିବୃଦ୍ଧି ରେକର୍ଡ କରିଛି।
ନେଟୱାର୍କ ସମ୍ପ୍ରସାରଣ ଏବଂ ପିଙ୍କ୍-ମାଜେଣ୍ଟା ଲାଇନ୍ ଅବଦାନ
ବିପୁଳ ପରିମାଣରେ ହେଉଥିବା ଏହି ଭିଡ଼ ଏବଂ ସଫଳତାର ମୁଖ୍ୟ କାରଣ ହେଉଛି ମେଟ୍ରୋ ନେଟୱାର୍କ ବିସ୍ତାର। ପିଙ୍କ୍ ଏବଂ ମାଜେଣ୍ଟା ଲାଇନ୍ ର ନୂତନ କରିଡ଼ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଦିଲ୍ଲୀ ମେଟ୍ରୋର ଚାଳକବିହୀନ ନେଟୱାର୍କ (DMRC Driverless Network) ୧୦୦ କିଲୋମିଟର ଅତିକ୍ରମ କରିଛି। ବୃଦ୍ଧି ହୋଇଥିବା ନେଟୱାର୍କ ସଂଯୋଗୀକରଣ ଯାତ୍ରୀଙ୍କ ପାଇଁ ମେଟ୍ରୋ ଯାତ୍ରୀଙ୍କ ପାଇଁ ଆହୁରି ସହଜସାଧ୍ୟ କରିଦେଇଛି। ଏହା ଦ୍ୱାରା ଯାତ୍ରା ସମୟ ହ୍ରାସ ପାଇଛି। ଯାହା ଫଳରେ ଦିଲ୍ଲୀ ମେଟ୍ରୋ ଏହାର ପୁରୁଣା ରେକର୍ଡ଼ ଭାଙ୍ଗିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories