Delhi Metro New Rules / ଯାତ୍ରା ବେଳେ ହୋଇଯାନ୍ତୁ ସାବଧାନ; ନହେଲେ ଦେବେ ମୋଟ ଅଙ୍କର ଜରିମାନା
·5 months ago·2 min read

Key Points
ଯାତ୍ରା କରିବା ବେଳେ ଏଣିକି ହୋଇଯାନ୍ତୁ ସତର୍କ। ନହେଲେ ମୋଟା ଅଙ୍କର ଜରିମାନା ଆଦାୟ କରିବ ଦିଲ୍ଲୀ ମେଟ୍ରୋ।
Delhi Metro Fine For Violating Passengers: ରାଷ୍ଟ୍ରୀୟ ରାଜଧାନୀର ଜୀବନରେଖା କୁହାଯାଉଥିବା ମେଟ୍ରୋକୁ ନେଇ ଆସିଛି ବଡ଼ ଖବର। ଯାତ୍ରା ବେଳେ ନିୟମ ଭାଙ୍ଗିଲେ ଏଣିକି ଯାତ୍ରୀ ଦେବେ ମୋଟ ଅଙ୍କର ଜରିମାନା। ନିୟମ ଉଲ୍ଲଂଘନ କରୁଥିବା ଯେକୌଣସି ଯାତ୍ରୀଙ୍କ ପାଖରୁ ଦିଲ୍ଲୀ ମେଟ୍ରୋ ସର୍ବାଧିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିପାରେ। ମେଟ୍ରୋ କୋଚ୍ ରେ ଲେଖିବା କିମ୍ବା ତଳେ ବସିବା ଅଥବା ମହିଳା କୋଚ୍ ମଧ୍ୟରେ ପୁରୁଷ ଯାତ୍ରୀଙ୍କ ପ୍ରବେଶ କରିବାକୁ ନେଇ ନିୟମ କଠୋର ହୋଇଛି।
ପ୍ରସ୍ତାବରେ କ'ଣ ରହିଛି ନୂତନତ୍ୱ?
କେନ୍ଦ୍ର ସରକାର ମେଟ୍ରୋ ରେଳବାଇ (ପରିଚାଳନା ଏବଂ ରକ୍ଷଣାବେକ୍ଷଣ) ଅଧିନିୟମ ୨୦୦୨ ରେ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି। ଏହି ପରିବର୍ତ୍ତନ ଜନ ବିଶ୍ୱାସ (ଆଇନ ସଂଶୋଧନ) ବିଲ୍ ୨୦୦୬ ଅନୁଯାୟୀ କରାଯାଉଛି। ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ନିଶାସକ୍ତ ଅବସ୍ଥାରେ ରହିବା, ଆପତ୍ତିଜନକ ସାମଗ୍ରୀ ବହନ କରିବା କିମ୍ବା ପ୍ରଦର୍ଶନ କରିବା ପାଇଁ ଜରିମାନା ପରିମାଣ ୫ ଶହରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବିଲ୍ ଶୁକ୍ରବାର ଲୋକସଭାରେ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦଙ୍କ ଦ୍ୱାରା ଆଗତ ହୋଇଛି। ଏହି ସଂଶୋଧନରେ କିଛି ଅପରାଧିକ ବ୍ୟବସ୍ଥାକୁ ଆର୍ଥିକ ଦଣ୍ଡରେ ବଦଳାଇବା, ଜରିମାନା ପରିମାଣ ବୃଦ୍ଧି କରିବା ଏବଂ କିଛି ଶବ୍ଦରେ ସ୍ପଷ୍ଟ ପରିଭାଷା ଯୋଡି଼ବା ପାଇଁ ଲକ୍ଷ୍ୟ ରଖାଯାଇଛି।
ନିଶାସକ୍ତ ଅବସ୍ଥାରେ ଯାତ୍ରା କରିବା, ଛେପ ପକାଇବା ଏବଂ କୋଚ୍ ରେ ତଳେ ବସିଲେ ଲାଗୁ ହେବ ବର୍ଦ୍ଧିତ ଜରିମାନା
ଏନେଇ ଆଗତ ହୋଇଥିବା ବିଧେୟକ ଧାରା ୧୦ ଅନୁଯାୟୀ, ଭାରତୀୟ ଦଣ୍ଡ ସଂହିତା ୧୮୬୦, ଧାରା ୨୧ କୁ ହଟାଇ ଏହାକୁ ଭାରତୀୟ ନ୍ୟାୟ ସଂହିତା ୨୦୨୩ ର ଧାରା (୨) ର ଧାରା (୨୮) ସହିତ ବଦଳାଇବାକୁ ପ୍ରସ୍ତାବ ଦେଇଛି। ଏହା ବ୍ୟତୀତ ଧାରା ୫୯(୧) - ଯାହା ମଦ୍ୟପାନ କରିବା, ଉପଦ୍ରବ କିମ୍ବା ଗଣ୍ଡଗୋଳ କରିବା, ଛେପ ପକାଇବା, ତଳେ ବସିବା କିମ୍ବା ଯାତ୍ରା ବେଳେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ସହ ଜଡିତ ଏବଂ ଧାରା ୬୦(୧), ଯାହା ଆପତ୍ତିଜନକ ସାମଗ୍ରୀ ବହନ କରିବା ସହିତ ଜଡି଼ତ, ଉଭୟ ପାଇଁ ବର୍ତ୍ତମାନ ସର୍ବାଧିକ ୫୦୦ ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଏହାକୁ ସର୍ବାଧିକ ୨୫୦୦ ଟଙ୍କାକୁ ବଢାଇବା ପାଇଁ ପ୍ରସ୍ତାବ ଦିଆଯାଇଛି।
ମହିଳା କୋଚ୍ ରେ ପ୍ରବେଶ କଲେ ଗଣିବେ ୫୦୦୦ ଟଙ୍କା
ଯଦି ଜଣେ ଯାତ୍ରୀ ଯାତ୍ରା ବେଳେ କୌଣସି କୋଚ୍ ରେ କିଛି ଲେଖନ୍ତି କିମ୍ବା ପେଷ୍ଟ କରନ୍ତି ଏବଂ ଏହାକୁ ହଟାଇବାକୁ ମନା କରନ୍ତି, ତାହେଲେ ଧାରା ୬୨(୩) ବର୍ତ୍ତମାନ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ୧୦୦୦ ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦେବାକୁ ପଡ଼ିପାରେ। ବର୍ତ୍ତମାନ ଏହାକୁ ସର୍ବାଧିକ ୧୦୦୦୦ ଟଙ୍କା ବଢାଇବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି, ଧାରା ୬୪(୧), ଯାହା ଅବୈଧ ପ୍ରବେଶ ଯେପରିକି ମହିଳାଙ୍କ ପାଇଁ ସଂରକ୍ଷିତ କୋଚ୍ ରେ ଅନୁପ୍ରବେଶ କରିବା ଅନ୍ତର୍ଭୂକ୍ତ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ତ୍ତମାନ ଯଦି କେହି ଯାତ୍ରୀ ମହିଳାଙ୍କ କୋଚ୍ ମଧ୍ୟରେ ପ୍ରବେଶ କରୁଥିଲେ ତାହାଲେ ତାଙ୍କ ପାଇଁ ୩ ମାସର ଜେଲ ଦଣ୍ଡ କିମ୍ବା ୨୫୦ ଟଙ୍କାର ଜରିମାନା ଦେବାକୁ ପଡୁଥିଲା। ଏପିରିକି ଉଭୟ ଦେବାକୁ ହେଉଥିଲା। ହେଲେ ଏହାକୁ ୫୦୦୦ ଟଙ୍କାକୁ ବଢାଇବାର ପ୍ରସ୍ତାବ ରହିଛି।
ଧାରା ୫୯ (୧) ଏବଂ ଧାରା ୬୦ (୧) ଆଧାରରେ ୨୦୦ ଟଙ୍କାର ଜରିମାନା
ଧାରା ୬୨(୩) ଆଧାରରେ ୫୦୦ ଟଙ୍କାର ଜରିମାନା
ଧାରା ୬୪(୧) ଆଧାରରେ ୨୫୦ ଟଙ୍କାର ଜରିମାନା

Related Topics
Explore more stories