ଦିଲ୍ଲୀ ଦୁଷ୍କର୍ମ ; ତଦନ୍ତର ଅଗ୍ରଗତି ନିମନ୍ତେ ଦିଲ୍ଲୀ ଗସ୍ତ କରିବେ ଆଇଜି ଏସ ସାଇନି
·1 year ago

ଅର୍ଗସ ବ୍ୟୁରୋ : ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା। ତଦନ୍ତର ଅଗ୍ରଗତି ନିମନ୍ତେ ଦିଲ୍ଲୀ ଗସ୍ତ କରିବେ ମହିଳା ଓ ଶିଶୁ ଅପରାଧ ନିରାକରଣ ଆଇଜି ଏସ ସାଇନି । ରାଜଧାନୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗମ୍ଭୀରତାର ସହ ନେଇଛନ୍ତି।
ଅଧିକ ପଢନ୍ତୁ : ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ, ମହିଳାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି
ଘଟଣାର ତଦନ୍ତର ଅଗ୍ରଗତି ନିମନ୍ତେ ଆଇଜି ଦିଲ୍ଲୀ ଗସ୍ତ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସିଏମ। ସେଠାରେ ସେ ପୀଡିତାଙ୍କୁ ସାକ୍ଷାତ କରିଵା ସହ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବେ। ଏହା ବ୍ୟତୀତ ଦିଲ୍ଲୀ ପୋଲିସ ସହ ଉପଯୁକ୍ତ ସମନ୍ବୟ ରଖି ଘଟଣାର ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବାକୁ ରାଜ୍ୟ ପୋଲିସ ତରଫରୁ ସମସ୍ତ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: