Delhi Air Pollution / ଦିଲ୍ଲୀରେ ବିଷାକ୍ତ ବାୟୁ ! ପ୍ରଦୂଷଣ ରୋକିବାକୁ କଡ଼ା କଟକଣା...୧୫ ଦିନ ବନ୍ଦ ରହିବ ନିର୍ମାଣ କାମ
·1 hour ago·2 min read

Key Points
ଦିଲ୍ଲୀରେ AQI ୪୪୭ ପାର୍
ଗୁରୁଗ୍ରାମରେ ଲାଗିଲା ନୂଆ ନିୟମ
ନଭେମ୍ବର ୫ରୁ ୨୦ ଯାଏଁ ନିର୍ମାଣ କାମ ବନ୍ଦ
ଗୁରୁଗ୍ରାମରେ ଲାଗିଲା ନୂଆ ନିୟମ
ନଭେମ୍ବର ୫ରୁ ୨୦ ଯାଏଁ ନିର୍ମାଣ କାମ ବନ୍ଦ
ଦିଲ୍ଲୀ-NCRରେ ଦିନକୁ ଦିନ ବଢ଼ୁଛି ବାୟୁ ପ୍ରଦୂଷଣ । ପ୍ରଦୂଷଣର ମାତ୍ରା କମାଇବା ପାଇଁ ଏବେ କଡ଼ା ପଦକ୍ଷେପ ନେଉଛି ପ୍ରଶାସନ । ବିଶେଷ କରି ଗୁରୁଗ୍ରାମରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ନଭେମ୍ବର ୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଏକାଧିକ କଟକଣା ଲାଗୁ କରାଯାଇଛି ।
ଏହି ସମୟ ମଧ୍ୟରେ ଗୁରୁଗ୍ରାମରେ ନିର୍ମାଣ କାର୍ଯ୍ୟ ଏବଂ ଭଙ୍ଗାଭଙ୍ଗି କାମ ଉପରେ ରୋକ୍ ଲଗାଯାଇଛି । ରାସ୍ତା, ଜାତୀୟ ରାଜପଥ, ଫ୍ଲାଏଓଭର ଏବଂ ପାଇପଲାଇନ୍ ଭଳି ପ୍ରକଳ୍ପ ଉପରେ ମଧ୍ୟ ଏହି କଟକଣା ଲାଗୁ ହେବ । ତେବେ କିଛି ଜରୁରୀ ଭିତ୍ତିଭୂମି ପ୍ରକଳ୍ପକୁ ନିୟମ ମାନିବା ସର୍ତ୍ତରେ ଛାଡ଼ ମିଳିବ ।
ସେହିପରି ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଲାଗୁ କରାଯାଇଛି । ଏଣିକି କେବଳ ୫୦ ପ୍ରତିଶତ କର୍ମଚାରୀ ଅଫିସ୍ ଆସିବେ ଏବଂ ବାକି ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ । ଏଥିସହ କାର୍ଯ୍ୟାଳୟଗୁଡ଼ିକୁ କର୍ମଚାରୀଙ୍କ ଉପସ୍ଥାନର ରେକର୍ଡ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ଶିଳ୍ପ ପ୍ରତିଷ୍ଠାନ ଏବଂ ଜରୁରୀ ସେବାଗୁଡ଼ିକୁ ଏହି ନିୟମରୁ ଛାଡ଼ ମିଳିଛି ।
ନିୟମର କଡ଼ାକଡ଼ି ଅନୁପାଳନ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଦିନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଂଘନ କଲେ CAQM ଆଇନ, ୨୦୨୧ର ଧାରା ୧୪ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ବୁଧବାର ଦିନ ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ୪୦୦ ଅତିକ୍ରମ କରିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB)ର ତଥ୍ୟ ଅନୁସାରେ, ପଞ୍ଜାବୀ ବାଗ୍ ଏବଂ ଜାହାଙ୍ଗୀରପୁରୀରେ AQI ୪୪୭ ରେକର୍ଡ ହୋଇଛି। ସେହିପରି IIT ଦିଲ୍ଲୀରେ ୪୩୮, ମୁଣ୍ଡକାରେ ୪୩୬, ରୋହିଣୀରେ ୪୩୩, DTUରେ ୪୩୨, ବିବେକ ବିହାରରେ ୪୨୮ ଏବଂ ପୁସାରେ ୪୨୮ AQI ରେକର୍ଡ କରାଯାଇଛି। ଏହାବ୍ୟତୀତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ AQI ୪୦୦ ଉପରେ ରହିଛି ।
ସୂଚନାଯୋଗ୍ୟ, ଦିଲ୍ଲୀରେ GRAP-II ଏବଂ ସରକାରଙ୍କ ଶୀତକାଳୀନ ପ୍ରଦୂଷଣ ନିୟନ୍ତ୍ରଣ ଯୋଜନା ଅନୁସାରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଶୀତକାଳୀନ ଯୋଜନା ଅନୁସାରେ ୨୦୨୬ ନଭେମ୍ବର ୧ରୁ ୨୦୨୭ ଜାନୁଆରୀ ୩୧ ପର୍ଯ୍ୟନ୍ତ ଭଙ୍ଗାଭଙ୍ଗି ଏବଂ ଖୋଲା ସ୍ଥାନରେ ସିଭିଲ୍ ନିର୍ମାଣ କାମ ଉପରେ ରୋକ୍ ଲଗାଯାଇଛି ।
ଏଥିସହ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ପକ୍ଷରୁ ନଭେମ୍ବର ୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ-NCRରେ କିଛି ନିର୍ଦ୍ଦିଷ୍ଟ ନିର୍ମାଣ ଏବଂ ଭଙ୍ଗାଭଙ୍ଗି କାର୍ଯ୍ୟ ଉପରେ ୧୫ ଦିନିଆ କଟକଣା ଜାରି କରାଯାଇଛି ।

Related Topics
Explore more stories