Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀର ବିଭିନ୍ନ ସ୍କୁଲକୁ ବୋମାମାଡ ଧମକ

Jitendra Dash
Browse all articles by Jitendra Dash
·2 years ago
ଦିଲ୍ଲୀର ବିଭିନ୍ନ ସ୍କୁଲକୁ ବୋମାମାଡ ଧମକ

ଅର୍ଗସ ବ୍ୟୁରୋ : ଦିଲ୍ଲୀରେ ବୋମା ଆତଙ୍କ । ଦିଲ୍ଲୀର ୮ଟି ସ୍କୁଲକୁ ବୋମାମାଡ ଧମକ । ଏକ ନିର୍ଦ୍ଦିଷ୍ଟ ମେଲରୁ ଏହି ଧମକ ଆସିଛି । ଏହାପରେର ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବୋମାମାଡ ଧମକ ପରେ ସ୍କୁଲ ଗୁଡିକୁ ତୁରନ୍ତ ଖାଲି କରାଯାଇଛି । ଏପରିକି ମଦର ମେରି ସ୍କୁଲର ପରୀକ୍ଷାକୁ ଅଧାରୁ ବାତିଲ କରାଯାଇଛି । 

ଅଧିକ ପଢନ୍ତୁ ଭାରତ ଖବର

ଧମକପୂର୍ଣ୍ଣ ଇମେଲ ଆସିଥିବା ସ୍କୁଲ ଗୁଡିକରେ ତନ୍ନ ତନ୍ନ ଯାଞ୍ଚ ଚାଲିଛି । ବୋମା ନିଷ୍କ୍ରିୟକାରୀ ଟିମ୍, ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ଅଛନ୍ତି । ଆଜି ସକାଳୁ ଚାଣକ୍ୟପୁରୀର ସଂସ୍କୃତି ସ୍କୁଲ, ମୟୂର ବିହାରର ମଦର ମେରି ସ୍କୁଲ, ଦ୍ବାରକାର ଦିଲ୍ଲୀ ପବ୍ଲିକ ସ୍କୁଲକୁ ଧମକ ପୂର୍ଣ୍ଣ ଇମେଲ ଆସିଥିଲା । ଏହାପରେ ଅନ୍ୟ କିଛି ସ୍କୁଲକୁ ଧମକପୂର୍ଣ୍ଣ ମେଲ ଆସିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi-NCR receive bomb threats, premises evacuated after mails | Argus News