Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀ-ଏନସିଆର କ'ଣ? କାହିଁକି ହୋଇଥିଲା ଗଠନ?

National

Delhi NCR History / ଦିଲ୍ଲୀ-ଏନସିଆର କ'ଣ? କାହିଁକି ହୋଇଥିଲା ଗଠନ?

Subhramjit Ray
Browse all articles by Subhramjit Ray
·2 hours ago·3 min read
ଦିଲ୍ଲୀ-ଏନସିଆର କ'ଣ? କାହିଁକି ହୋଇଥିଲା ଗଠନ?
Delhi NCR History

Key Points

ଦିଲ୍ଲୀର ଜନସଂଖ୍ୟା ବୃଦ୍ଧି ପରେ NCR ସୃଷ୍ଟି କରିବାର ଯୋଜନା ଆରମ୍ଭ ହୋଇଥିଲା। NCR ଯୋଜନା ବୋର୍ଡ ୧୯୮୫ ମସିହାରେ ଗଠିତ ହୋଇଥିଲା।
What is the history behind formation of Delhi-NCR: ମଙ୍ଗଳବାର (ଜୁନ ୧୬) ଅନୁଷ୍ଠିତ ହୋଇଥିବା ଦିଲ୍ଲୀ-ଏନସିଆର ଯୋଜନା ବୋର୍ଡ଼ ବୈଠକରେ ଏହାର କ୍ଷେତ୍ରଫଳ ହ୍ରାସ କରିବାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି। ହରିୟାଣା ସରକାର ଏନସିଆର ଅଞ୍ଚଳରୁ ୫ ଜିଲ୍ଲାକୁ ବାଦ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ତଥାପି ବୋର୍ଡ଼ ବୈଠକରେ ପୂର୍ବରୁ ଏହା ଅଧିନରେ ରହିଥିବା ଜିଲ୍ଲାକୁ ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ବର୍ତ୍ତମାନ ୩୦ ରୁ ଅଧିକ ଜିଲ୍ଲାକୁ ବ୍ୟାପିଛି। ଏହି ସମସ୍ତ ଜିଲ୍ଲା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ୧୫୦ ରୁ ୧୭୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି।

କିପରି ଗଠିତ ହୋଇଥିଲା ଦିଲ୍ଲୀ-ଏନସିଆର?

ସ୍ୱାଧୀନତା ପର ଠାରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ପ୍ରତି ୧୦ ବର୍ଷରେ ଦିଲ୍ଲୀର ଜନସଂଖ୍ୟା ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଉଥିଲା। ଏହି ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ଥିଲା ଯେ ଲୋକେ ନିଯୁକ୍ତି ଖୋଜିବା ପାଇଁ ଦିଲ୍ଲୀରେ ବସବାସ କରୁଥିଲେ। କେବଳ ନିକଟବର୍ତ୍ତୀ ରାଜ୍ୟରୁ ନୁହେଁ ବରଂ ଦୂର ଦୂରାନ୍ତ ରାଜ୍ୟରୁ ମଧ୍ୟ ଲୋକେ ଏଠାରେ ବସବାସ କରୁଥିଲେ। ଦିଲ୍ଲୀର ଜନସଂଖ୍ୟା ସୁବିଧା ଅଭାବରୁ ବିଭିନ୍ନ ସମସ୍ୟାରେ ପୀଡିତ ହେବାକୁ ଲାଗିଲା। ସେତେବେଳେ ଅନୁମାନ କରାଯାଇଥିଲା ଯେ ଦିଲ୍ଲୀର ଜନସଂଖ୍ୟା ବୃଦ୍ଧି ପାଇବା ସହିତ, ଜମି, ଗୃହ, ପରିବହନ, ଜଳ ଯୋଗାଣ ଏବଂ ସ୍ୱେରେଜ ଭଳି ସୁବିଧା ପରିଚାଳନା ସହିତ ଜଡି଼ତ ସମସ୍ୟା ମଧ୍ୟ ବୃଦ୍ଧି ପାଇବ।

କାହିଁକି ଗଠିତ ହୋଇଥିଲା ଦିଲ୍ଲୀ-ଏନସିଆର
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଉପରେ ପଡୁଥିବା ବୋଝକୁ କମ କରିବା ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ପ୍ରତିଷ୍ଠା ହୋଇଥିଲା। ଯାହା ଦ୍ୱାରା ସରକାରୀ କାର୍ଯ୍ୟାଳୟକୁ ଦିଲ୍ଲୀରୁ ନିକଟବର୍ତ୍ତୀ ଅଞ୍ଚଳ ଯଥା ନୋଏଡ଼ା, ଗାଜିଆବାଦ, ଗୁରୁଗ୍ରାମକୁ ସ୍ଥାନାନ୍ତର କରାଯାଇ ପାରିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାଜଧାନୀ ଉପରେ ଜନସଂଖ୍ୟା ଚାପକୁ ହ୍ରାସ କରିବା। ହେଲେ ଏହା ହୋଇପାରିଲା ନାହିଁ। ଅନେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ମୁଖ୍ୟାଳୟ ଦିଲ୍ଲୀରେ ଅବସ୍ଥିତ। ହେଲେ ଏହା ମଧ୍ୟରୁ ଅନେକଙ୍କୁ ଏଠାରେ ରଖିବାର କୌଣସି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ନାହିଁ। କୋଲ୍ ଇଣ୍ଡିଆ, ସିପିଂ କର୍ପୋରେସନ ଏବଂ ଏପରି ଅନେକ କମ୍ପାନୀ ମୁଖ୍ୟାଳୟ ଦିଲ୍ଲୀରେ ରହିଛି।

୧୯୫୬ ମସିହାରେ ଏକ ମଧ୍ୟବର୍ତ୍ତୀକାଳୀନ ସାଧାରଣ ଯୋଜନା ବିକଶିତ ହୋଇଥିଲା। ଯେଉଁଥିରେ ପ୍ରସ୍ତାବ ଦିଆଯାଇଥିଲା ଯେ କେବଳ ଦିଲ୍ଲୀ ନୁହେଁ ବରଂ ଏହାର ଆଖପାଖ ଅଞ୍ଚଳକୁ ମଧ୍ୟ ଏହି ଯୋଜନା ଅଧିନରେ ବିକଶିତ କରାଯିବା ଆବଶ୍ୟକ। ୧୯୬୨ ମସିହାରେ ଦିଲ୍ଲୀ ପାଇଁ ଏକ ମାଷ୍ଟର ପ୍ଲାନ ବିକଶିତ ହୋଇଥିଲା। ଯାହା ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳକୁ ଦିଲ୍ଲୀ ମହାନଗର ଅଞ୍ଚଳ ଭାବରେ ନାମିତ କରିଥିଲା। ଯେଉଁଥିରେ ଦିଲ୍ଲୀ, ଗାଜିଆବାଦ, ଫରିଦାବାଦ, ବଲ୍ଲଭଗଡ଼, ଗୁରୁଗ୍ରାମ ଏବଂ ବାହାଦୁରଗଡ଼ ଅନ୍ତର୍ଭୂକ୍ତ ହୋଇଥିଲା। ଶେଷରେ ୧୯୮୫ ମସିହାରେ ସଂସଦରେ ଜାତୀୟ ରାଜଧାନୀ କ୍ଷେତ୍ର ଯୋଜନା ବୋର୍ଡ଼ ଆଇନ ପାସ୍ ହୋଇଥିଲା। ଯାହା ପରେ ଦିଲ୍ଲୀ ସହିତ ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶର ସମ୍ମତିରେ ଏନସିଆର ଯୋଜନା ବୋର୍ଡ଼ ପ୍ରତିଷ୍ଠା ହୋଇଥିଲା।

ଏହା ସହ ପଢନ୍ତୁ: ହ୍ରାସ ପାଇବ ନାହିଁ ଦିଲ୍ଲୀ-ଏନସିଆର ସୀମା; ପ୍ରତିଷ୍ଠା ହେବ ୪ ନମୋ ସିଟି

ଆକାରରେ କେତେ ବଡ଼ ଦିଲ୍ଲୀ-ଏନସିଆର?

ପ୍ରାରମ୍ଭରେ ଏନସିଆର ଅଧିନରେ କେବଳ କିଛି ଜିଲ୍ଲା ଅନ୍ତର୍ଭୂକ୍ତ ହୋଇଥିଲା। ହେଲେ ପରେ ଅନେକ ନୂତନ ଜିଲ୍ଲା ସୃଷ୍ଟି ହୋଇଥିଲା। ଯାହା ପରେ ଏନସିଆର ସହ ଯୋଡ଼ି ହୋଇଥିଲା। ପରେ ଏହାର ପରିସର ଆହୁରି ବିସ୍ତାରିତ ହୋଇଥିଲା। ଉଦାହରଣ ସ୍ୱରୂପ ୨୦୧୩ ରେ ୩,, ୨୦୧୫ ରେ ୩ ଏବଂ ୨୦୧୮ ରେ ଗୋଟିଏ ନୂତନ ଜିଲ୍ଲା ଏନସିଆର ଅଧିନକୁ ଆସିଥିଲା। ଏନସିଆର ପ୍ରାରମ୍ଭରେ ପ୍ରାୟ ୩୪,୦୦୦ ବର୍ଗ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଥିଲା। ୨୦୧୩ ସୁଦ୍ଧା ଏହାର କ୍ଷେତ୍ରଫଳ ୪୫,୮୮୭ ବର୍ଗ କିମିକୁ ବୃଦ୍ଧି ବିସ୍ତାରିତ ହୋଇଥିଲା।

ଆଜିର ଦିନରେ ଏନସିଆର ଅଧିନରେ ଦିଲ୍ଲୀ ସମେତ ପଡୋଶୀ ୩ ରାଜ୍ୟର ୨୪ ଜିଲ୍ଲା ଅନ୍ତର୍ଭୂକ୍ତ ରହିଛି। ଯେଉଁଥିରେ ହରିୟାଣାର ୧୪, ଉତ୍ତର ପ୍ରଦେଶର ୮, ରାଜସ୍ଥାନର ୨ ଏବଂ ଦିଲ୍ଲୀର ୧୧ ଜିଲ୍ଲା ଅନ୍ତର୍ଭୂକ୍ତ ରହିଛି। ଏନସିଆର ବର୍ତ୍ତମାନ ୫୫,୦୮୩ ବର୍ଗ କିଲୋମିଟର ଅଞ୍ଚଳକୁ ବ୍ୟାପିଛି। ଯେଉଁଥିରେ ଦିଲ୍ଲୀର ଅଂଶ ୧୪୮୩ ବର୍ଗ କିଲୋମିଟର ଅଞ୍ଚଳ ରହିଛି। ହରିୟାଣାର ସର୍ବାଧିକ ୨୫,୩୨୭ ବର୍ଗ କିଲୋମିଟର, ଏହା ପରେ ଉତ୍ତର ପ୍ରଦେଶର ୧୪,୮୨୬ ବର୍ଗ କିମି ଏବଂ ରାଜସ୍ଥାନର ୧୩,୪୪୭ ବର୍ଗ କିମି ଅଞ୍ଚଳ ସାମିଲ ରହିଛି।

ଏନସିଆର ଆକାରର କେତେ ବଡ଼? ଯଦି ଇସ୍ରାଏଲ, କୁୱେତ ଏବଂ କାତାର ଏହି ୩ ଦେଶଙ୍କୁ ମିଶାଇ ଦିଆଯାଏ, ତାହେଲେ ସେମାନଙ୍କ ମୋଟ କ୍ଷେତ୍ରଫଳ ଏନସିଆର ଅପେକ୍ଷା ଛୋଟ ହେବ। ଇସ୍ରାଏଲ, କୁୱେତ ଏବଂ କାତାରର ମିଳିତ କ୍ଷେତ୍ରଫଳ ୫୦,୧୭୪ ବର୍ଗ କିଲୋମିଟର। ଦେଶର ଅନ୍ୟ ଅଂଶ ତୁଳନାରେ, କେବଳ ଏନସିଆର ପଞ୍ଜାବ (୫୦,୩୬୩ ବର୍ଗ କିଲୋମିଟର) ଏବଂ ଉତ୍ତରାଖଣ୍ଡ (୫୩,୪୮୩ ବର୍ଗ କିଲୋମିଟର) ଅପେକ୍ଷା ବଡ଼।

ଦିଲ୍ଲୀ-ଏନସିଆର ଅର୍ଥନୀତି?
ଡ୍ରାଫ୍ଟ ଆଞ୍ଚଳିକ ଯୋଜନା ୨୦୪୧ ଅନୁଯାୟୀ, ଦିଲ୍ଲୀ-ଏନସିଆର ଦେଶର GDP ରେ ୮% ରୁ ଅଧିକ ଅବଦାନ ରଖିଥାଏ। ବିଶ୍ୱର ୩୦୦ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରେ ଦିଲ୍ଲୀ-ଏନସିଆ ଷଷ୍ଠ ସ୍ଥାନରେ ରହିଛି। ଏହାର GDP ୨୦୧୧-୧୨ ବର୍ଷରେ ୨୧.୫ ଲକ୍ଷ କୋଟି ରହିଥିଲା। ୨୦୧୬-୧୭ ବର୍ଷରେ ଏହା ୩୧ ଲକ୍ଷ କୋଟିରୁ ଅଧିକ ବୃଦ୍ଧି ପାଇଥିଲା। ଦିଲ୍ଲୀ- ଏନସିଆର ଅଞ୍ଚଳର ଜୀବନରେଖା କୁହାଯାଉଥିବା ମେଟ୍ରୋ ନେଟୱାର୍କ ୪୧୬ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏଥିରେ ନୋଏଡା-ଗ୍ରେଟର ନୋଏଡା ଆକ୍ୱା ଲାଇନ୍ ଏବଂ ରାପିଡ୍ ମେଟ୍ରୋ ଗୁରୁଗ୍ରାମ ନେଟୱାର୍କ ଅନ୍ତର୍ଭୂକ୍ତ ରହିଛି। ଯେଉଁଠି ମୋଟ ୩୦୩ ମେଟ୍ରୋ ଷ୍ଟେସନ ରହିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored