Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Fire Mishap / ସକାଳୁ ସକାଳୁ ୫ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ; ପରିବାରର ୫ ଜଣଙ୍କ ସହ ୯ ମୃତ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ସକାଳୁ ସକାଳୁ ୫ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ; ପରିବାରର ୫ ଜଣଙ୍କ ସହ ୯ ମୃତ
9 Dead in Delhi Fire

Key Points

ବୁଧବାର ସକାଳୁ ଦକ୍ଷିଣପଶ୍ଚିମ ଦିଲ୍ଲୀର ପାଲାମ ଅଞ୍ଚଳର ଏକ ବହୁତଳ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୩ ଛୁଆଙ୍କ ୯ ଜଣଙ୍କ ମୃତ୍ୟୁ ହୋଇଛି । କେବଳ ଗୋଟିଏ ପରିବାରରୁ ପ୍ରାଣ ହରାଇଛନ୍ତି ୫ ଜଣ ସଦସ୍ୟ ।
ନୂଆଦିଲ୍ଲୀ: ସମୟ ସକାଳ ୭ଟା । କେହି କେହି ଗଡ଼ପଡ଼ ହେଉଥାନ୍ତି, ଆଉ କିଛି ଲୋକଙ୍କ ଆଖି ଖୋଲି ନଥାଏ । ସୂର୍ଯ୍ୟ ଉଇଁବା ଆରମ୍ଭ କରୁ କରୁ ହଠାତ୍ ଲାଗିଗଲା ନିଆଁ । କେହି କିଛି ବୁଝିବା ପୂର୍ବରୁ ନିଆଁ ବ୍ୟାପି ଯାଇଥିଲା । ବୁଧବାର ସକାଳୁ ଦକ୍ଷିଣପଶ୍ଚିମ ଦିଲ୍ଲୀର ପାଲାମ ଅଞ୍ଚଳର ଏକ ବହୁତଳ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।

ଅଗ୍ନିକାଣ୍ଡରେ ୩ ଛୁଆଙ୍କ ୯ ଜଣଙ୍କ ମୃତ୍ୟୁ ହୋଇଛି । କେବଳ ଗୋଟିଏ ପରିବାରରୁ ପ୍ରାଣ ହରାଇଛନ୍ତି ୫ ଜଣ ସଦସ୍ୟ । ଅଗ୍ନିକାଣ୍ଡ ପରେ ଦିଲ୍ଲୀ ଅଗ୍ନିଶମ ବାହିନୀର ୩୦ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅଗ୍ନିକାଣ୍ଡ ପରେ ବିଲ୍ଡିଂରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲ୍‌କୁ ନିଆ ଯାଇଥିଲା । ଡାକ୍ତର ୯ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଭୟାବହ ଅଗ୍ନିକାଣ୍ଡ: ଇଲେକ୍ଟ୍ରିକ୍ ଯାନ ଚାର୍ଜିଂରୁ ସର୍ଟସର୍କିଟ, ୭ ଜଣଙ୍କ ମୃତ୍ୟୁ

ଦିଲ୍ଲୀ ଅଗ୍ନିଶମ ବାହିନୀର ସୂଚନା ଅନୁସାରେ, ଅଗ୍ନିକାଣ୍ଡ ନେଇ ସକାଳ ୭ଟାରେ ସୂଚନା ମିଳିଥିଲା । ସଙ୍ଗେ ସଙ୍ଗେ ୩୦ଟି ଦମକଳ ଗାଡ଼ି ନିଆଁ ଲିଭାଇବା ଲାଗି ପହଞ୍ଚିଛିଲେ । ନିଆଁ ଲିଭାଇବା ସହ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।


ଅଗ୍ନିକାଣ୍ଡରୁ ବଞ୍ଚିବା ପାଇଁ ବିଲ୍ଡିଂରୁ ୨ ଜଣ ଡେଇଁ ପଡ଼ିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଏବେ ବି ବିଲ୍ଡିଂ ଭିତରେ ଆହୁରି କିଛି ଜଣ ଫସି ରହିଥିବା ଅଗ୍ନିଶମ ବାହିନୀ ଆଶଙ୍କା କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଅଗ୍ନିଶମ ବାହିନୀ ସହ ପୋଲିସ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାରକାରୀ ଦଳ ୧୦ ଜଣଙ୍କୁ ବିଲ୍ଡିଂରୁ ଉଦ୍ଧାର କରିଥିବା ବେଳେ ସେଥିରୁ ୯ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

ଅନ୍ୟ ଆହତମାନଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଡେପୁଟି ଫାୟର୍ ଚିଫ୍ ଏସ୍‌କେ ଦୁଆ କହିଛନ୍ତି, "ନିଆଁ ଲିଭାଇବା ପରେ ଏବେ ବିଲ୍ଡିଂକୁ ଥଣ୍ଡା କରିବା ପ୍ରକ୍ରିୟା ଚାଲିଛି । କୋଠା ଥଣ୍ଡା ହେବା ପରେ ଉଦ୍ଧାର କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବ ।"

ଏଥିସହ ପଢ଼ନ୍ତୁ: ବଡ଼ ମେଡିକାଲରେ ବଡ଼ ଅଘଟଣ; ବାରମ୍ବାର ଦୁର୍ଘଟଣା ସତ୍ତ୍ଵେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ?

ମିଳିଥିବା ସୂଚନା ଅନୁସାରେ, ଉକ୍ତ ବିଲ୍ଡିଂରେ ୨୨ ଜଣ ରହୁଥିଲେ । ସେଥିମଧ୍ୟରୁ ଗୋଆ ବୁଲିବାକୁ ୧୦ରୁ ୧୨ ଜଣ ଯାଇଥିବା ବେଳେ ଯେଉଁମାନେ ଘରେ ଥିଲେ ନିଆଁ ସଂସ୍ପର୍ଶରେ ଆସିଛନ୍ତି । ଏବେ ବି କୋଠାରୁ ଧୂଆଁ ଆକାଶକୁ ଉଠୁଛି ।

ନିଆଁ ଲାଗିଥିବା କୋଠାର ବେସମେଣ୍ଟ, ଗ୍ରାଉଣ୍ଡ ଓ ପ୍ରଥମ ମହଲାରେ କପଡ଼ା ଓ ଅନ୍ୟ ଦୋକାନ ରହିଛି । ଦ୍ଵିତୀୟ ଓ ତୃତୀୟ ମହଲାରେ ଲୋକ ରହୁଥିଲେ । ତେବେ ନିଆଁ କେମିତି ଓ କେଉଁ କାରଣରୁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi Fire Tragedy: 9 Dead in Palam Apartment Blaze | Argus News | Argus News