Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SCB Fire / ବଡ଼ ମେଡିକାଲରେ ବଡ଼ ଅଘଟଣ; ବାରମ୍ବାର ଦୁର୍ଘଟଣା ସତ୍ତ୍ଵେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ?

Sushanta Sahoo
Browse all articles by Sushanta Sahoo
·4 months ago·3 min read
ବଡ଼ ମେଡିକାଲରେ ବଡ଼ ଅଘଟଣ; ବାରମ୍ବାର ଦୁର୍ଘଟଣା ସତ୍ତ୍ଵେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ?
ICU Fire Claims 12 Lives

Key Points

  • ଟ୍ରମା ICU ଅଗ୍ନିକାଣ୍ଡରେ ଏଯାଏଁ ଗଲାଣି ୧୨ ଜଣଙ୍କ ଜୀବନ
  • ବାରମ୍ବାର ଦୁର୍ଘଟଣା ସତ୍ତ୍ଵେ କାହାରି ବିରୋଧରେ ଆକ୍ସନ ନାହିଁ ?
  • ବଡ଼ ମେଡିକାଲରେ ବଡ଼ ଅଘଟଣ ପାଇଁ କିଏ ରହିବେ ଦାୟୀ ?
  • ବିଧାନସଭାରେ ବିବୃତ୍ତି ରଖିଲେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
କଟକ: ରାଜ୍ୟର ସଵୁଠାରୁ ବଡ଼ ମେଡିକାଲରୁ ସୁସ୍ଥ ହୋଇ ଫେରିବା ଆଶାରେ, ଅନାଇ ବସିଥିଲେ ପରିବାର । ହେଲେ ରବିବାର ରାତିରେ SCB ମେଡିକାଲରେ ଅଗ୍ନିକାଣ୍ଡ କାହାର ରୋଜଗାରିଆ ପୁଅକୁ ଛଡ଼ାଇ ନେଇଛି । ତ ପୁଣି କେଉଁ ପରିବାରକୁ କରି ଦେଇଛି ମୁରବୀ ଶୂନ୍ୟ । ଟ୍ରମା ICU ଅଗ୍ନିକାଣ୍ଡରେ ୧୨ ଜଣଙ୍କ ମୃତ୍ୟୁ ପରେ ଶୋକର ଛାୟା ।

ସେପଟେ ଏହି ଘଟଣାକୁ ନେଇ ତେଜିଛି ରାଜନୀତି । ମଙ୍ଗଳବାର ବିଧାନସଭାରେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏପରିକି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ପରେ କଡ଼ା ଜବାବ ରଖିଛନ୍ତି ବିଜେପି ବିଧାୟକ । ଅଗ୍ନିଶମ ଜିଡି ଓ ସ୍ବସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ସମୀକ୍ଷା କରିବା ପରେ ଗୃହରେ ବିବୃତ୍ତି ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଏଥିସହ ପଢ଼ନ୍ତୁ: SCB ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି,ରିପୋର୍ଟ ମାଗିଲେ NHRC

ପରିବାର ଆଶା ରଖିଥିଲେ ପୁଅ ସୁସ୍ଥ ହୋଇ ଘରକୁ ଫେରିବ । ଦୁର୍ଘଟଣାରେ ଗୁରୁତର ରମେଶ ୯୦ ପ୍ରତିଶତ ସୁସ୍ଥ ବି ହୋଇ ସାରିଥିଲେ । ହେଲେ ରବିବାର ରାତିରେ କଟକ SCB ମେଡିକାଲ ଟ୍ରମା ICUରେ ଅଗ୍ନିକାଣ୍ଡ ରୋଜଗାରିଆ ପୁଅକୁ ସବୁଦିନ ପାଇଁ ଛଡ଼ାଇ ନେଲା । ଏହି କଥା ଭାବି ଭାବି ମା ଏଖିରୁ ଲୁହ ଶୁଖୁନି, ଆଉ ସ୍ତ୍ରୀ ଆଖିରେ ଲୁହ ଯେମିତି ପଥର ପାଲଟିଯାଇଛି । ସରକାର ସିନା ସହାୟତା ଦେବେ, ହେଲେ କିଏ ବୁଝିବ ରୋଗୀଣା ବାପାର ଦୁଃଖ ।

ଜୀବନ ଯନ୍ତ୍ରଣା ସହିବାର ସବୁ ସୀମା ପାର ହୋଇ ଯାଇଛି ଏହି ପରିବାରରେ । ଏକ ଗାଡ଼ି ଦୁର୍ଘଟଣାରେ ଗୁରୁତର ହୋଇ ଚୌଦ୍ଵାର ଜେନିପୁର ଗାଁର ରମେଶ ପରିଡ଼ା କକଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ରବିବାର ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି । ସେହିପରି ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବା ଧର୍ମଶାଳା ବଡ଼ ମଙ୍ଗଳପୁର ଗାଁର କୃଷ୍ଣ ଚନ୍ଦ୍ର ବିଶ୍ୱାଳଙ୍କ ପରିବାରରେ ଶୋକର ଛାୟା । ମୋବାଇଲ ଫୋନରୁ ଜେଜେବାପାଙ୍କ ଫଟୋ ଦେଖି ଝୁରି ହେଉଛନ୍ତି ନାତି, ନାତୁଣୀ । ପୁଅ, ବୋହୂ ବି ପରିବାରର ମୁରବୀଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

ରବିବାରର ଅଘଟଣ SCB ମେଡିକାଲରେ ନୂଆ ନୁହେଁ । ପୂର୍ବରୁ ବାରମ୍ବାର ଏହିଭଳି ଅନେକ ଘଟଣା ବଡ଼ ମେଡିକାଲକୁ ବଦନାମ୍ କରିଛି ।

  • ଗତ ଫେବ୍ରୁଆରୀରେ ଜଣେ ମହିଳା ରୋଗୀ ବେଡରୁ ତଳକୁ ଖସି ପଡ଼ିବା ଭିଡିଓ ଭାଇରାଲ ହୋଇଥିଲା ।
  • ଜାନୁଆରୀ ମାସରେ ପୁରୁଣା ମେଡିସିନ ବିଭାଗର ସିଲିଂ ଖସି ବୃଦ୍ଧ ରୋଗୀଙ୍କ ଉପରେ ପଡ଼ିଥିଲା ।
  • ଅନେକ ଥର ସର୍ଟ ସର୍କିଟ ଯୋଗୁଁ ବିଭିନ୍ନ ୱାର୍ଡରେ ମଧ୍ୟ ନିଆଁ ଲାଗିଛି, ହେଲେ ଜୀବନ ହାନି ହୋଇ ନଥିଲା ।

NABH ନିୟମ ଅନୁଯାୟୀ, ଆଇସିୟୁରେ ମୁତୟନ ଷ୍ଟାଫ୍ ନର୍ସ, ସୁରକ୍ଷା କର୍ମୀ ଓ ଆଟେଣ୍ଡାଣ୍ଟଙ୍କ ପାଇଁ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ, ଜରୁରୀକାଳୀନ ପରିସ୍ଥିତିରେ ରୋଗୀ ସ୍ଥାନାନ୍ତର ଅଭିଜ୍ଞତା ଥିବା ନିହାତି ଜରୁରୀ । ହେଲେ ଏସସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟଣାରେ ଏହି ନିୟମର ସବୁ ବିପରୀତ ଦେଖିବାକୁ ମିଳିଛି । ତେଣୁ ଏଭଳି ଚରମ ଅବହେଳା ପାଇଁ କାହାକୁ ଦାୟୀ କରାଯିବ ? ବାରମ୍ବାର ଅଘଟଣ ସତ୍ତ୍ଵେ କୌଣସି ଆକ୍ସନ୍ ହୋଇନଥିଲା କାହିଁକି ?

ଏଥିସହ ପଢ଼ନ୍ତୁ: କାହା ଭୁଲ୍ ପାଇଁ ନିଆଁ ଲାଗି ଗଲା ୧୦ ଜୀବନ ? ଅନୁସନ୍ଧାନ କରିବ ୬ ଜଣିଆ ଟିମ୍

ଶୂନ୍ୟକାଳରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ରାଜ୍ୟରେ ସ୍ଵାସ୍ଥ୍ୟ ଭିତ୍ତିଭୂମିର ସ୍ଥିତିକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ ପଟ୍ଟନାୟକ । ଘଟଣାରେ ପ୍ରଶାସନିକ ଅବହେଳାର ତଦନ୍ତ ଦାବି କରିବା ପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।

ସେପଟେ ଅଗ୍ନିସମ ଡିଜି ଓ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନେଇ ସମୀକ୍ଷା ପରେ ଗୃହରେ ବିବୃତି ରଖିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି, "ଅଗ୍ନିକାଣ୍ଡ ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଗୁରୁତର ରୋଗୀଙ୍କୁ ଅନ୍ୟ ICUକୁ ସ୍ଥାନାନ୍ତର କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ଘଟଣାସ୍ଥଳ ପରିଦର୍ଶନ କରି ଆହତଙ୍କୁ ଭେଟିଛନ୍ତି । ଯାହା ଆବଶ୍ୟକ ସେହି ଅନୁସାରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି, ଯିଏ ଦୋଷୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SCB Medical Fire Tragedy: 12 Dead in ICU, Questions Over Negligence | Argus News | Argus News