Videos
|
National

Delhi Police Action Jantar Mantar Violence / ଜନ୍ତର ମନ୍ତର ହିଂସା ଘଟଣାରେ ଜଡି଼ତ ଅପରାଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

Subhramjit Ray
Browse all articles by Subhramjit Ray
·56 mins ago·2 min read
ଜନ୍ତର ମନ୍ତର ହିଂସା ଘଟଣାରେ ଜଡି଼ତ ଅପରାଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ
Delhi Police Action Jantar Mantar Violence

Key Points

ଦିଲ୍ଲୀ ପୋଲିସ କହିବା ଅନୁଯାୟୀ, FRS ମାଧ୍ୟମରେ ଚିହ୍ନଟ ହୋଇଥିବା ୨୮୭୩ ଜଣଙ୍କ ମଧ୍ୟରୁ ୯୮୯ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧିକ ରେକର୍ଡ ରହିଛି।
ଜନ୍ତର ମନ୍ତର ହିଂସାକାଣ୍ଡ ଘଟଣାରେ ଜଡି଼ତ ଅପରାଧିଙ୍କ ବିରୋଧରେ ଆରମ୍ଭ ହୋଇଯାଇଛି କାର୍ଯ୍ୟାନୁଷ୍ଠାନ। ସୁପ୍ରିମକୋର୍ଟ ଅନୁମୋଦନ ମିଳିବା ପରେ, ଦିଲ୍ଲୀ ପୋଲିସ ଅପରାଧିଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ କରିଛି। ଦିଲ୍ଲୀ ପୋଲିସ, ଦେଶର ସର୍ବୋଚ୍ଚ ନ୍ୟାୟଳୟରେ କହିଛି ଯେ ପ୍ରତିବାଦ ସମୟରେ ଜନ୍ତର ମନ୍ତର ଠାରେ ପ୍ରାୟ ୨୮୭୩ ଜଣ ଅପରାଧିଙ୍କୁ ଦେଖିବାକୁ ମିଳିଥିଲା। ଏହି ଅପରାଧିଙ୍କୁ FRS (Facial Recognition System) ମାଧ୍ୟମରେ ଚିହ୍ନଟ କରାଯାଇଥିଲା। ଦିଲ୍ଲୀ ପୋଲିସ କହିବା ଅନୁଯାୟୀ, FRS ମାଧ୍ୟମରେ ଚିହ୍ନଟ ହୋଇଥିବା ୨୮୭୩ ଜଣଙ୍କ ମଧ୍ୟରୁ ୯୮୯ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧିକ ରେକର୍ଡ ରହିଛି।

ସେମାନଙ୍କ ମଧ୍ୟରୁ ୧୦୧ ଜଣଙ୍କ ବିରୋଧରେ ହତ୍ୟା ମାମଲା, ୬୨ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ଏବଂ ୨୮୪ ଜଣ ଡକାୟତି ମାମଲାରେ ସମ୍ପୃକ୍ତ ଅଛନ୍ତି। ଦିଲ୍ଲୀ ପୋଲିସ ରେକର୍ଡ ଅନୁଯାୟୀ, ଜନ୍ତର ମନ୍ତର ଠାରେ ହିଂସାକାଣ୍ଡ ହେବା ସମୟରେ ଚିହ୍ନଟ ହୋଇଥିବା ଅପରାଧିଙ୍କ ମଧ୍ୟରୁ ୬୧ ଜଣଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ସେହିପରି ୬ ଜଣଙ୍କ ବିରୋଧରେ POCSO ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ୨୫ ଜଣଙ୍କ ବିରୋଧରେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବାର ମାମଲା ଦାଏର ହୋଇଛି। ୨୨୯ ଜଣଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ଆଇନ (Arms Act) ଅନୁଯାୟୀ ମାମଲା ରୁଜୁ ହୋଇଛି। 

ଏହା ସହ ପଢନ୍ତୁ: ବିମାନ ଯାତ୍ରୀଙ୍କ ପାଖରୁ ମିଳିଲା ଦୁର୍ଲଭ ପଥର; ତାଜୁବ ହୋଇଗଲା ସୀମା ଶୁଳ୍କ ବିଭାଗ

ଅପହରଣ ଅପରାଧିଙ୍କୁ ମଧ୍ୟ କରାଯାଇଛି ଚିହ୍ନଟ
୧୩୫ ଜଣ ଅପରାଧି ଛିନତାଇ (Snatching) ମାମଲାରେ ଜଡି଼ତ ଅଛନ୍ତି। ୧୯ ଜଣଙ୍କ ବିରୋଧରେ ଅପହରଣ ପାଇଁ ମାମଲା ରୁଜୁ ହୋଇଛି। ୬୭ ଜଣଙ୍କ ବିରୋଦ୍ଧରେ NDPS (Nartotics) ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ଦିଲ୍ଲୀ ପୋଲିସ କହିଛି ଯେ ଏହି ଅପରାଧିଙ୍କ ମଧ୍ୟରୁ ଅନେକଙ୍କ ବିରୋଧରେ ବହୁ ଅପରାଧିକ ମାମଲା ରୁଜୁ ହୋଇଛି। ୧୦୧ ହତ୍ୟା ଅଭିଯୁକ୍ତଙ୍କ ମଧ୍ୟରୁ ୪୨ ଜଣଙ୍କ ବିରୋଧରେ ୨ କିମ୍ବା ଏହା ଠାରୁ ଅଧିକ ମାମଲା ରୁଜୁ ହୋଇଛି। ସେହିପରି ୧୨ ଜଣଙ୍କ ବିରୋଧରେ ୧୦ କିମ୍ବା ଏହା ଠାରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି। ସେହିପରି ୬୨ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୁକ୍ତଙ୍କ ମଧ୍ୟରୁ ୨୫ ଜଣଙ୍କ ବିରୋଧରେ ୨ କିମ୍ବା ଏହା ଠାରୁ ଅଧିକ ମାମଲା ରୁଜୁ ହୋଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୮୪ ଡକାୟତି ଏବଂ ଲୁଟ ମାମାଲାରେ ଜଡ଼ିତ ଅଭିଯୁକ୍ତଙ୍କ ମଧ୍ୟରୁ ୧୫୫ ଜଣଙ୍କ ବିରୋଧରେ ୨ କିମ୍ବା ଏହା ଠାରୁ ଅଧିକ ମାମଲା ରୁଜୁ ହୋଇଛି। ସେହିପରି ୩୧ ଜଣଙ୍କ ବିରୋଧରେ ୧୦ କିମ୍ବା ଏହା ଠାରୁ ଅଧିକ ମାମଲା ରୁଜୁ ହୋଇଛି। ୬୧ ଜଣ ଦୁଷ୍କର୍ମ ଅଭିଯୁକ୍ତଙ୍କ ମଧ୍ୟରୁ ୮ ଜଣଙ୍କ ବିରୋଧରେ ୨ କିମ୍ବା ଏହା ଠାରୁ ଅଧିକ ମାମଲା ରୁଜୁ ହୋଇଛି। ୨୫ ଜଣ ଦୁଷ୍କର୍ମ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କ ବିରୋଧରେ ୨ କିମ୍ବା ଏହା ଠାରୁ ଅଧିକ ମାମଲା ରୁଜୁ ହୋଇଛି। ୬୭ ଜଣ NDPS ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କ ବିରୋଧରେ ୧ କିମ୍ବା ଏହା ଠାରୁ ଅଧିକ ମାମଲା ରୁଜୁ ହୋଇଛି। ଅକ୍ଟୋବର ୧୦ ତାରିଖରେ ଏହି ଅପରାଧି ଯେପରି ଦିଲ୍ଲୀ ନଆସିବେ ତାହା ନିଶ୍ଚିତ କରିବା ପାଇଁ ପରିସ୍ଥିତି ଉପରେ ସତର୍କ ନଜର ରଖାଯାଇଛି।