Crime News / ଦିନରେ ଖୁଆନ୍ତି ଖାଦ୍ୟ, ରାତିରେ କରନ୍ତି ଚୋରି; କେମିତି ଚୋରକୁ ଧରିଲା ପୋଲିସ ?
·5 months ago·2 min read

Key Points
ଦିନରେ ୫-ଷ୍ଟାର ହୋଟେଲରେ କରନ୍ତି ରୋଷେଇ
ଆଉ ରାତିରେ ପାଲଟିଯାଏ କୁଖ୍ୟାତ ଚୋର
ଲକ୍ଷ ଲକ୍ଷ ନଗଦ ଟଙ୍କା ଜବତ କଲା ପୋଲିସ
ଆଉ ରାତିରେ ପାଲଟିଯାଏ କୁଖ୍ୟାତ ଚୋର
ଲକ୍ଷ ଲକ୍ଷ ନଗଦ ଟଙ୍କା ଜବତ କଲା ପୋଲିସ
ବୟସ ମାତ୍ର ୨୨ ବର୍ଷ । ନୂଆ କିଛି କରିବା ଆଶା ବଦଳରେ କରୁଛନ୍ତି ଚୋରି । ସକାଳେ ୫-ଷ୍ଟାର ହୋଟେଲରେ ସୁଆଦିଆ ରୋଷେଇ କରି ଗ୍ରାହକଙ୍କୁ ପରଷନ୍ତି । ଆଉ ରାତିରେ ପାଲଟିଯାଆନ୍ତି ପ୍ରଖ୍ୟାତ ଚୋର । ୨.୬୯ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ସୁନା ଓ ରୁପା ଗହଣା ଜବତ କରିଛି ପୋଲିସ । ଅଭିଯୁକ୍ତର ନାମ ହେଉଛି ନିଲେଶ । ନିଲେଶ ଦ୍ୱାଦଶ ଶ୍ରେଣୀର ସ୍ନାତକ କରିଥିବାବେଳେ ଆରକେ ପୁରମର ସେକ୍ଟର ୧୨ର ବାସିନ୍ଦା । ଦିଲ୍ଲୀର ଆରକେ ପୁରମଠାରେ ଚୋରି କରିବା ଅଭିଯୋଗରେ ଶୁକ୍ରବାର ନିଲେଶକୁ ଗିରଫ କରିଛି ।
ପୋଲିସର କହିବାନୁସାରେ, ନିଲେଶ ଏକ ସାଉଥ ଇଣ୍ଡିଆନ ହୋଟେଲରେ ଦିନରେ କାମ କରେ ଆଉ ରାତି ହେବା ମାତ୍ରେ ଚୋରି କରିବାକୁ ବାହାରି ପଡ଼େ । ଏହି ଅପରାଧ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ପୀଡିତଙ୍କ ମଧ୍ୟରୁ ଜଣେ, ଟି ସେନ୍, ଆରକେ ପୁରମ ପୋଲିସରେ ଅଭିଯୋଗ କରିଥିଲେ ଯେ ସେ ତାଙ୍କ ପରିବାର ସହିତ ରାଜସ୍ଥାନ ବୁଲିବାକୁ ଯାଇଥିବା ସମୟରେ ତାଙ୍କ ଘରୁ ୩.୫ ଲକ୍ଷ ଟଙ୍କା ନଗଦ ଏବଂ ସୁନା ଏବଂ ରୁପା ଅଳଙ୍କାର ଚୋରି ହୋଇଥିଲା ।
ପଢନ୍ତୁ ଏହି ଖବର: ଘାତକ ସୋସିଆଲ ମିଡିଆ; ଏହି ବିପଦଜନକ ଚ୍ୟାଲେଞ୍ଜ ନେଇଗଲା ୯ ବର୍ଷ ଝିଅର ଜୀବନ
ତଦନ୍ତ ସମୟରେ ପୋଲିସ ସିସିଟିଭି ଯାଞ୍ଚ କରିଥିଲା । ସେଥିରେ ଦେଖାଯାଇଥିଲା ଯେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏକ ସ୍କୁଟରରେ ଆସି ଘର ଖୋଲି ଭିତରକୁ ପ୍ରବେଶ କରି ପ୍ରାୟ ଅଧ ଘଣ୍ଟା ପରେ ଚୋରି ସାମଗ୍ରୀ ନେଇ ପଳାଇଯାଇଥିଲା । ଅଧିକ ତଦନ୍ତ ପରେ ପୋଲିସ ନିଲେଶକୁ ଠାବ କରିଥିଲା, ହେଲେ ନିଲେଶ ରାତିରେ ହୋଟେଲରେ ଡ୍ୟୁଟିରେ ଥିବା ଦାବି କରିଥିଲା । ପୋଲିସକୁ ପ୍ରଥମେ ଚକମା ଦେବାରେ ନିଲେଶ ସଫଳ ହୋଇଥିଲା । କିନ୍ତୁ ଯେତେବେଳେ ପୋଲିସ ବୈଷୟିକ ପ୍ରମାଣ ଏବଂ ଆର୍ଥିକ କାରବାର ଯାଞ୍ଚ କଲା ସେତେବେଳେ ନିଲେଶ ହିଁ ଚୋର ବୋଲି ଜଣାପଡ଼ିଥିଲା । ଏହାପରେ ପୋଲିସ ନିଲେଶକୁ ଗିରଫ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ ଅଭିଯୁକ୍ତଠାରୁ ଚୋରି ହୋଇଥିବା ସମସ୍ତ ଜିନିଷ ଜବତ କରିଛି, ଯେଉଁଥିରେ ୨.୬୯ ଲକ୍ଷ ଟଙ୍କା ନଗଦ, ସୁନା ମୁଦି, ନାକଫୁଲ, କାନଫୁଲ, ରୂପା ଆଙ୍କଲେଟ୍ ଏବଂ ରୂପା ମୁଦ୍ରା ଅଛି । ପୋଲିସ ନିଲେଶ ନିକଟରୁ ଏକ ଦୁଇଚକିଆ ଗାଡି ମଧ୍ୟ ଜବତ କରିଛି, ଯାହା ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ଚୋରି ହୋଇଥିଲା । ଅପରାଧରେ ବ୍ୟବହୃତ ମାଷ୍ଟର ଚାବି ମଧ୍ୟ ଉଦ୍ଧାର କରିଛି ପୋଲିସ । ପଚରାଉଚରା ସମୟରେ ସେ ପୋଲିସକୁ କହିଥିଲେ ଯେ ସେ ଶୀଘ୍ର ଟଙ୍କା ରୋଜଗାର କରିବାକୁ ଚାହୁଁଥିବାରୁ ଚୋରି କରିଥିଲା ।
ଅଧିକ ଖବର ପଢନ୍ତୁ...
ଅଧିକ ଖବର ପଢନ୍ତୁ...
Related Topics
Explore more stories