ISI Arms Smuggling Racket / ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର ପଣ୍ଡ ! ଦିଲ୍ଲୀରୁ ଧରା ହେଲା PAKରୁ ଆସିଥିବା ବନ୍ଧୁକ
·7 months ago·2 min read

Key Points
ଦିଲ୍ଲୀ ପୋଲିସ୍କୁ ବଡ଼ ସଫଳତା । ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର ପଣ୍ଡ । ଦିଲ୍ଲୀରୁ ଧରା ହେଲା ପାକିସ୍ତାନରୁ ଆସିଥିବା ବନ୍ଧୁକ ।
ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣର ମାତ୍ର ୧୦ ଦିନ ପରେ ରାଜଧାନୀରେ ଆଉ ଏକ ନୂଆ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି । ଦିଲ୍ଲୀ ପୋଲିସ୍ର କ୍ରାଇମ୍ବ୍ରାଞ୍ଚ ପାକିସ୍ତାନ, ଚୀନ୍ ଏବଂ ତୁର୍କୀ ସହ ଲିଙ୍କ୍ ଥିବା ଏକ ଅନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ରାକେଟ୍ର ପର୍ଦ୍ଦାଫାଶ କରିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦିଲ୍ଲୀ ପୋଲିସ୍ ଦାବି କରିଛି ଯେ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ଏହି ସମ୍ପୂର୍ଣ୍ଣ ନେଟଓ୍ବାର୍କ ସହ ସିଧାସଳଖ ଜଡ଼ିତ ।
ଦିଲ୍ଲୀ ପୋଲିସ୍ର କ୍ରାଇମ୍ବ୍ରାଞ୍ଚ ଏପର୍ଯ୍ୟନ୍ତ ଏହି ଗ୍ୟାଙ୍ଗର ଚାରି ଜଣ ପ୍ରମୁଖ ସଦସ୍ୟଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ୪ ଜଣ ହେଉଛନ୍ତି ମନଦୀପ, ଦଳବିନ୍ଦର, ରୋହନ ଏବଂ ଅଜୟ । ଗିରଫ ଅଭିଯୁକ୍ତଙ୍କଠାରୁ ପୋଲିସ୍ ୧୦ଟି ହାଇ-ଟେକ୍ ସେମି-ଅଟୋମେଟିକ୍ ପିସ୍ତଲ ଏବଂ ୯୨ଟି ଜୀବନ୍ତ କାର୍ଟ୍ରିଜ୍ ଜବତ କରିଛି। ଏହି ପିସ୍ତଲଗୁଡ଼ିକ ହେଉଛି ତୁର୍କୀ-ନିର୍ମିତ PX-୫.୭ ଏବଂ ଚୀନ୍-ନିର୍ମିତ PX-୩ । ଏହାକୁ ସାଧାରଣତଃ ସ୍ପେଶାଲ ଫୋର୍ସ ଏବଂ ସୁରକ୍ଷା ଏଜେନ୍ସିରେ ବ୍ୟବହାର କରାଯାଏ ।
ତଦନ୍ତରୁ ଜଣାପଡିଛି ଯେ ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ପ୍ରଥମେ ତୁର୍କୀ ଏବଂ ଚୀନରୁ ପାକିସ୍ତାନକୁ ପଠାଯାଇଥିଲା। ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ISI ସହାୟତାରେ ଭାରତରେ ଚୋରା ଚାଲାଣ କରାଯାଇଥିଲା। ଅସ୍ତ୍ରଶସ୍ତ୍ରଗୁଡ଼ିକୁ ପାକିସ୍ତାନରୁ ପଞ୍ଜାବକୁ ଡ୍ରୋନ୍ ମାଧ୍ୟମରେ ପଠାଯାଉଥିଲା । ସେଠାରୁ ଦିଲ୍ଲୀ ଏବଂ ଆଖପାଖ ରାଜ୍ୟଗୁଡ଼ିକର ଅପରାଧୀ ଏବଂ ଗ୍ୟାଙ୍ଗଷ୍ଟରମାନଙ୍କୁ ଦିଆଯାଉଥିଲା । ପୋଲିସ କହିଛି ଯେ ଏହି ଗ୍ୟାଙ୍ଗର ନେଟୱାର୍କ ସୁସଂଗଠିତ ଥିଲା । ଭାରତରେ ରକ୍ତପାତ ଏବଂ ଭୟର ବାତାବରଣ ସୃଷ୍ଟି କରିବା ଏହି ଗ୍ୟାଙ୍ଗର ମୁଖ୍ୟ ଲକ୍ଷ୍ୟ ଥିଲା ।
ତେବେ ଏହି ଗ୍ୟାଙ୍ଗ୍ ଏପର୍ଯ୍ୟନ୍ତ ଭାରତରେ କେତେ ଅସ୍ତ୍ରଶସ୍ତ୍ର ବିକ୍ରି କରିଛି ଏବଂ କେଉଁ ଅପରାଧୀ କିମ୍ବା ଗ୍ୟାଙ୍ଗଷ୍ଟାର ପାଖରେ ପହଞ୍ଚିଛି, ତା'ର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ଏଥିପାଇଁ ପୋଲିସ ମୋବାଇଲ୍ ଫୋନ୍ ଡାଟା, ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍, ସୋସିଆଲ ମିଡିଆ କାରବାର, ସୋସିଆଲ ମିଡିଆ କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଫୋରେନ୍ସିକ୍ ଉପକରଣ ବ୍ୟବହାର କରୁଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଅନେକ ସ୍ଥାନୀୟ ଅପରାଧୀ ଏବଂ ଗ୍ୟାଙ୍ଗ ଅସ୍ତ୍ରଶସ୍ତ୍ର ଯୋଗାଣରେ ସାମିଲ ଥିଲେ।
ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ କେବଳ ଅସ୍ତ୍ରଶସ୍ତ୍ରର ବିତରଣ ଏବଂ ପରିବହନ ପରିଚାଳନା କରୁଥିଲେ । ପୂରା ପ୍ଲାନିଂ ଓ ନେଟଓ୍ବାର୍କ ISI ନିର୍ଦ୍ଦେଶରେ ପରିଚାଳିତ ହେଉଥିଲା ।
ଦିଲ୍ଲୀ ପୋଲିସର ବଡ଼ ଦାବି
କ୍ରାଇମବ୍ରାଞ୍ଚ କହିଛି ଯେ ଏହି କାର୍ଯ୍ୟାନୁଷ୍ଠାନ ISI-ସମର୍ଥିତ ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ନେଟୱାର୍କକୁ ଏକ ବଡ଼ ଧକ୍କା ଦେଇଛି । ଭବିଷ୍ୟତରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପୂରା ନେଟୱାର୍କକୁ ଭାଙ୍ଗିବାକୁ ଏବଂ ଏଥିରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories