Delhi News / ଦିଲ୍ଲୀରେ ୫୦% କର୍ମଚାରୀଙ୍କ ପାଇଁ ଘରୁ କାମ, ନିୟମ ଭାଙ୍ଗିଲେ ଇ-ଚାଲାଣ

Key Points
ଦିଲ୍ଲୀରେ ‘ନୋ ପିୟୁସି, ନୋ ଫୁଏଲ୍’: ପ୍ରମାଣପତ୍ର ନଥିଲେ ମିଳିବନି ତେଲ
ପ୍ରଦୂଷଣ ରୋକିବାକୁ କଡ଼ା ପଦକ୍ଷେପ: ଗାଡ଼ି ପ୍ରବେଶରେ କଟକଣା, ନିର୍ମାଣ କାମ ବନ୍ଦ
ଦିଲ୍ଲୀରେ ୫୦% କର୍ମଚାରୀଙ୍କ ପାଇଁ ଘରୁ କାମ, ନିୟମ ଭାଙ୍ଗିଲେ ଇ-ଚାଲାଣ
ଦିଲ୍ଲୀ-ଏନସିଆରରେ ଆଜିଠାରୁ ହେଲା କଡ଼ା ପ୍ରଦୂଷଣ କଟକଣା... ଦିଲ୍ଲୀରେ ନନ୍-ବିଏସ୍-୬ ଗାଡ଼ି ପ୍ରବେଶ ଉପରେ ସମ୍ପୂର୍ଣ୍ଣ ରୋକ । ଲାଗୁ ହେଲା 'ନୋ ପିୟୁସି, ନୋ ଫୁଏଲ୍' ନୀତି । ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ କିମ୍ବା ଡିଜେଲ । ସରକାରୀ ଓ ବେସରକାରୀ ଅଫିସରେ ୫୦% କର୍ମଚାରୀଙ୍କ ପାଇଁ 'ୱାର୍କ ଫ୍ରମ୍ ହୋମ୍' । ସମସ୍ତ ନିର୍ମାଣ ଓ ଭଙ୍ଗାରୁଜା କାମ ବ୍ୟାନ୍ ।
ଦିଲ୍ଲୀ-ଏନସିଆରରେ ଆଜିଠାରୁ ଲାଗୁ ହେଲା କଡ଼ା ପ୍ରଦୂଷଣ କଟକଣା । ନଭେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ ଜାରି ରହିବ ନିୟମ । ଖିଲାପ କଲେ କଟିବ ଇ-ଚାଲାଣ । ଦିଲ୍ଲୀ-ଏନସିଆର ଅଞ୍ଚଳରେ ଶୀତଦିନିଆ ପ୍ରଦୂଷଣ ଏବଂ ସ୍ମଗ୍କୁ ରୋକିବା ପାଇଁ ଆଜିଠାରୁ ଅତ୍ୟନ୍ତ କଡ଼ା ନିୟମ ଲାଗୁ ହୋଇଛି । ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ କଟକଣା ଜାରି କରାଯାଇଛି ।
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତା ୨୦୨୭ ଜାନୁଆରୀ ୩୧ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ଏବଂ ଏହାର ଉଲ୍ଲଂଘନ କଲେ ଗାଡ଼ି ମାଲିକଙ୍କ ବିରୋଧରେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ କଟାଯିବ । ଏହି ସ୍ପେଶାଲ ଗାଇଡ୍ଲାଇନ୍ ଅନୁଯାୟୀ ଦିଲ୍ଲୀ ବାହାରୁ ଆସୁଥିବା ନନ୍-ବିଏସ୍-୬ ଗାଡ଼ି ପ୍ରବେଶ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି ।
ଏଥି ସହ ପଢନ୍ତୁ: ବଦଳିଲା ପାଗ: ଦିଲ୍ଲୀ-NCR ସମେତ ୧୨ଟି ରାଜ୍ୟରେ ବର୍ଷା ଆଲର୍ଟ, ବଢ଼ିବ ଶୀତ
ନୋଏଡା, ଗୁରୁଗ୍ରାମ, ଫରିଦାବାଦ ଏବଂ ଗାଜିଆବାଦ ଭଳି ସୀମାବର୍ତ୍ତୀ ଅଞ୍ଚଳରୁ ଦିଲ୍ଲୀ ଆସୁଥିବା ପ୍ରାୟ ୧୦ ଲକ୍ଷ ପୁରୁଣା ପେଟ୍ରୋଲ ଏବଂ ଡିଜେଲ ଗାଡ଼ି ଏହାଦ୍ୱାରା ପ୍ରଭାବିତ ହେବେ । କେବଳ ଇଲେକ୍ଟ୍ରିକ୍, ସିଏନଜି ଏବଂ ଜରୁରୀକାଳୀନ ସେବା ଯେପରିକି ଆମ୍ବୁଲାନ୍ସ ଓ ଦମକଳ ଗାଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି । ଏହା ବ୍ୟତୀତ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଦିଲ୍ଲୀର ୫୦୦ ପେଟ୍ରୋଲ ପମ୍ପରେ ଗାଡ଼ିକୁ ଇନ୍ଧନ ମିଳିବ ନାହିଁ ।
ଅନ୍ୟପଟେ ରାସ୍ତାରେ ଯାନବାହନ ସଂଖ୍ୟା କମାଇବା ପାଇଁ ଉଭୟ ସରକାରୀ ଓ ବେସରକାରୀ ଅଫିସ୍ରେ ୫୦ ପ୍ରତିଶତ କର୍ମଚାରୀଙ୍କ ପାଇଁ ‘ୱାର୍କ ଫ୍ରମ୍ ହୋମ୍’ ବାଧ୍ୟତାମୂଳକ କରାଯାଇଛି । ଟ୍ରାଫିକ୍ ଭିଡ଼କୁ ଏଡ଼ାଇବା ପାଇଁ ଅଫିସ୍ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏହି ସମୟ ମଧ୍ୟରେ ବାହାରେ ଚାଲୁଥିବା ସମସ୍ତ ପ୍ରକାରର ଧୂଳି ସୃଷ୍ଟିକାରୀ ନିର୍ମାଣ ଏବଂ ଭଙ୍ଗାରୁଜା କାମକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି ।
କଟକଣାକୁ କଡ଼ାକଡ଼ି ତଦାରଖ କରିବା ପାଇଁ କ୍ୟାମେରା ସହ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସକ୍ଷମ କମାଣ୍ଡ ସେଣ୍ଟର ପ୍ରସ୍ତୁତ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
📱 Get Argus News App
✨Related Topics
Explore more stories