Delhi Protest / ସାମ୍ନାକୁ ଆସିଲା CJPର ଅସଲ ଚେହେରା; ବ୍ୟାପକ ହିଂସା ପାଇଁ କରିଥିଲେ ବିଧିବଦ୍ଧ ଷଡ଼ଯନ୍ତ୍ର
·1 month ago·2 min read

Key Points
ବିନା ଅନୁମତିରେ ଆନ୍ଦୋଳନ କରି ଭିଆଇଲେ ହିଂସା
ପ୍ରଦର୍ଶନ ବେଳେ ବିକ୍ଷୋଭକାରୀଙ୍କ ଉଗ୍ର ରୂପ
ପଥରମାଡ଼, ଭଙ୍ଗାରୁଜା ସହ ନଷ୍ଟ କଲେ ସରକାରୀ ସମ୍ପତ୍ତି

ନୂଆଦିଲ୍ଲୀ: ପ୍ରତିବାଦ ଆଳରେ ଦିଲ୍ଲୀରେ ଅରାଜକତା ସୃଷ୍ଟି କରିଥିବା ବିକ୍ଷୋଭକାରୀଙ୍କ ବିରୋଧରେ ଦିଲ୍ଲୀ ପୋଲିସର କଡ଼ା ପଦକ୍ଷେପ । ସେମାନଙ୍କ ବିରୋଧରେ ରୁଜୁ ହୋଇଛି ୫ଟି ମାମଲା । ବିନା ଅନୁମତିରେ ଆନ୍ଦୋଳନ ନାଁରେ ବ୍ୟାପକ ହିଂସାକାଣ୍ଡ ସହ ପୋଲିସକୁ ଟାର୍ଗେଟ୍ କରିଥିଲେ ।
ଏହି ଷଡ଼ଯନ୍ତ୍ରମୂଳକ ଆକ୍ରମଣରେ ୧୧୮ ଜଣ ପୋଲିସ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି । ମୋବାଇଲ୍ ଫୋନ୍ କ୍ଲିପ୍, ସିସିଟିଭି ଫୁଟେଜ୍, ଡ୍ରୋନ୍ ଫୁଟେଜ୍ ଏବଂ ପୋଲିସର ବଡି କ୍ୟାମେରା ଦ୍ଵାରା ସଂଗ୍ରହ କରାଯାଇଥିବା ୨୫୦ରୁ ଅଧିକ ଭିଡିଓ ଫୁଟେଜରୁ ହିଂସାକାରୀଙ୍କୁ ଚିହ୍ନଟ କରାଯାଉଛି ।
ଏଥିସହ ପଢ଼ନ୍ତୁ: ଦିଲ୍ଲୀର ଛାତି ଉପରେ ଆନ୍ଦୋଳନ ନାଁରେ CJPର ଅରାଜକତା
ଦାବି ପୂରଣ ପାଇଁ ନୂଆଦିଲ୍ଲୀରେ ଗତକାଲି ବିକ୍ଷୋଭ କରିଥିବା CJPର ଅସଲ ଚେହେରା ସାମ୍ନାକୁ ଆସିଛି । ପ୍ରତିବାଦ ନୁହେଁ, ବ୍ୟାପକ ହିଂସା ଭିଆଇବାକୁ ସେମାନେ ବିଧିବଦ୍ଧ ଷଡ଼ଯନ୍ତ୍ର କରିଥିଲେ । ଏଥିପାଇଁ ବିକ୍ଷୋଭବେଳେ ଅରାଜକତା କରିଥିଲେ । ଘଟଣାସ୍ଥଳରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ ସେମାନେ ଟାର୍ଗେଟ୍ କରିଥିଲେ । ଏକାଠି ହୋଇ ସେମାନଙ୍କ ଉପରକୁ ପଥରମାଡ କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଭିନ୍ନ ସ୍ଥାନରେ ହିଂସାରେ ୧୧୮ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ରାସ୍ତାରେ ଥିବା ଗାଡିଗୁଡିକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ପଥଚାରୀଙ୍କ ଉପରକୁ ବୋତଲ, ଚପଲ ମଧ୍ୟ ଫିଙ୍ଗିଥିଲେ । ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡାଇ ଏକ ପ୍ରକାର ମଉଜ କରିଥିଲେ । ଏଭଳି ବ୍ୟାପକ ହିଂସାକୁ ନେଇ ଦିଲ୍ଲୀ ପୋଲିସ ଏକାଧିକ ମାମଲା ରୁଜୁ କରିଛି ।
ହିଂସା, ଭଙ୍ଗାରୁଜା, ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା, ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ପହଞ୍ଚାଇବା ଏବଂ ଜନ୍ତର ମନ୍ତର ପ୍ରତିବାଦ ସମୟରେ ପୋଲିସର ଜାକେଟ୍ ଓ ହେଲମେଟ୍ ଭଳି ସରଞ୍ଜାମ ଛଡ଼ାଇ ନେବା ଘଟଣାରେ ମାମଲା ରୁଜୁ ହୋଇଛି ।
ଗତକାଲି ପ୍ରତିବାଦ ପାଇଁ ବିକ୍ଷୋଭକାରୀମାନେ କୌଣସି ଅନୁମତି ନେଇ ନଥିଲେ । ପୋଲିସ ପକ୍ଷରୁ ସେମାନଙ୍କୁ ବାରମ୍ବାର ବୁଝା ଯାଇଥଲେ ମଧ୍ୟ ସେମାନେ ହିଂସା ଭିଆଇବାକୁ ଅଡ଼ି ବସିଥିଲେ । ହିଂସା ଭିଆଇଥିବା ଦୁର୍ବୃତ୍ତମାନଙ୍କ ମଧ୍ୟରୁ କାହାର ପୂର୍ବରୁ କୌଣସି ଅପରାଧିକ ପୃଷ୍ଠଭୂମି ଅଛି କି ନାହିଁ ସେ ନେଇ ତଦନ୍ତ ଚାଲିଛି ।
ଏଥିସହ ପଢ଼ନ୍ତୁ: CJP ମୁଖପାତ୍ର ପଦରୁ ହଟିଲେ ବିଜେତା ଦାହିୟା, ବାହାରେ ଲୁଚିକି ଖାଉଥିଲେ ବର୍ଗର...
ଲୋକଙ୍କୁ ଏକାଠି କରିବା ପାଇଁ ହ୍ୱାଟ୍ସଆପ୍ କିମ୍ବା ଟେଲିଗ୍ରାମ୍ ଗ୍ରୁପ୍ ତିଆରି କରାଯାଇଥିଲା କି ନାହିଁ, ସେ ନେଇ ମଧ୍ୟ ପୋଲିସ ଯାଞ୍ଚ କରୁଛି । ମୋବାଇଲ୍ ଫୋନ୍ କ୍ଲିପ୍, ସିସିଟିଭି ଫୁଟେଜ୍, ଡ୍ରୋନ୍ ଫୁଟେଜ୍ ଏବଂ ପୋଲିସର ବଡି କ୍ୟାମେରା ଦ୍ବାରା ସଂଗ୍ରହ କରାଯାଇଥିବା ୨୫୦ରୁ ଅଧିକ ଭିଡିଓ ଫୁଟେଜରୁ ହିଂସାକାରୀଙ୍କୁ ଚିହ୍ନଟ କରାଯାଉଛି । ଗତକାଲିର ହିଂସା ପରେ ନୂଆଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Related Topics
Explore more stories