Delhi Air Quality / ରାଜଧାନୀରେ ଗରମରୁ ମିଳିଲା ଆଶ୍ୱସ୍ତି; ବର୍ଷା ଯୋଗୁଁ ବଦଳିଗଲା AQI
·1 hour ago·3 min read

Key Points
ବର୍ଷା ପରେ ରାଜଧାନୀରେ ଏବେ ପାଗ ସିମଲା, ମନାଲି ଭଳି ହୋଇଯାଇଛି। ଏହା ସହିତ ଲୋକଙ୍କୁ ଆଶ୍ୱସ୍ତି ମଧ୍ୟ ମିଳିଛି।
Delhi Air Quality Record: ଏଥର ଗ୍ରୀଷ୍ମ ଋତୁରେ ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ବିରଳ ବ୍ୟତିକ୍ରମ। ବର୍ଷା ଯୋଗୁଁ ଏଠାକାର ବାୟୁ ମଣ୍ଡଳ ଏବେ ବହୁତ ସଫା ହୋଇଯିବା ସହ ରେକର୍ଡ ମଧ୍ୟ ଭାଙ୍ଗିଛି। ରାଷ୍ଟ୍ରୀୟ ରାଜଧାନୀର ପାଗ ଏପରି ହୋଇଛି ଯେ ସ୍ଥାନୀୟ ଲୋକଙ୍କୁ ଏବେ ଆଉ ସିମଲା କିମ୍ବା ମନାଲି ଯିବାକୁ ପଡ଼ିବ ନାହିଁ। ଅଣ ମୌସୁମୀ ବର୍ଷା ଯୋଗୁଁ ତାତି ଅନେକାଂଶରେ ହ୍ରାସ ପାଇଛି। ପ୍ରାୟ ଆଠ ଦଶ ଦିନ ପୂର୍ବେ ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନରେ ଆଦି ଉତ୍ତର ଭାରତୀୟ ରାଜ୍ୟରେ ଯେଉଁଠି ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା ଏବେ ସେଠାରେ ଲୋକଙ୍କୁ ତାତିରୁ ସାମୟିକ ଆଶ୍ୱସ୍ତି ମିଳିଛି। ଏବେ ବର୍ଷା ହେବା ଆଗରୁ ରାଜଧାନୀବାସୀ ଗରମରୁ ରକ୍ଷା ପାାଇବା ପାଇଁ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜାମୁ କାଶ୍ମୀର ଆଡକୁ ମୁହାଁଇଥିଲେ। ହେଲେ ଏବେ ଦିଲ୍ଲୀର ପାଗ ପାହାଡ଼ିଆ ରାଜ୍ୟ ଭଳି ରହିଛି। ଏବେ ଦିଲ୍ଲୀବାସୀ ସ୍ୱଚ୍ଛ ପବନରେ ମୁକ୍ତ ଭାବରେ ନିଶ୍ୱାସ ନେଉଛନ୍ତି।
ବିଗତ ୮ ବର୍ଷରେ ସବୁଠାରୁ ଅଧିକ ସଫା ହୋଇଗଲା ଦିଲ୍ଲୀ ବାୟୁ
ଦିଲ୍ଲୀର ବାୟୁ ଗୁଣବତ୍ତା ସମ୍ପର୍କରେ ଏକ ସକାରାତ୍ମକ ଚିତ୍ର ସାମ୍ନାକୁ ଆସିଛି। ବାୟୁ ଗୁଣବତ୍ତା ପରିଚାଳନା କମିଶନ (Commission for Air Quality Management) ରିପୋର୍ଟ କରିଛି ଯେ ଚଳିତ ବର୍ଷର ପ୍ରଥମ ୫ ମାସ (ଜାନୁଆରୀ-ମେ) ମଧ୍ୟରେ ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (Air Quality Index) ବିଗତ ୮ ବର୍ଷ ମଧ୍ୟରେ ସବୁଠାରୁ କମ ରହିଥିଲା। ହେଲେ ତଥାପି ଏହି ତଥ୍ୟରେ କୋରୋନା ବର୍ଷ (Air Quality) ଅନ୍ତର୍ଭୂକ୍ତ ନୁହେଁ। CAQM ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ସେୟାର କରାଯାଇଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ମାସରୁ ମେ ପର୍ଯ୍ୟନ୍ତ ଦିଲ୍ଲୀର ହାରାହାରି AQI ୨୧୧ ରହିଥିଲା।
କେଉଁ ବର୍ଷରେ କେତେ ରହିଥିଲା AQI
୨୦୧୫ ରେ ୨୧୪ AQI
୨୦୨୪ ରେ ୨୩୧ AQI
୨୦୨୩ ରେ ୨୧୩ AQI
୨୦୨୨ ରେ ୨୩୮ AQI
୨୦୨୧ ରେ ୨୩୫ AQI
୨୦୨୦ ରେ ୧୮୧ AQI
୨୦୧୯ ରେ ୨୩୭ AQI
୨୦୧୮ ରେ ୨୪୩ AQI
ଏହା ସହ ପଢନ୍ତୁ: ଖୋଜା ଚାଲିଛି ବିପଦପୂର୍ଣ୍ଣ ଗଛ; ଉଚ୍ଛେଦ ପରେ ବଢିବ ସବୁଜିମା ପରିସର
ଗତ ବର୍ଷ ତୁଳନାରେ ବାୟୁ ଗୁଣବତ୍ତା କିପରି ରହିଛି?
ଦିଲ୍ଲୀର ବାୟୁମଣ୍ଡଳ ଚଳିତ ବର୍ଷର କେବଳ ପ୍ରଥମ ୫ ମାସ ନୁହେଁ, ବରଂ କେବଳ ମେ ମାସରେ ମଧ୍ୟ ତୁଳନାତ୍ମକ ଭାବରେ ସଫା ରହିଥିଲା। CAQM ତଥ୍ୟ ଅନୁଯାୟୀ, ମେ ୨୦୨୬ ପାଇଁ ହାରାହାରି AQI ୧୫୭ ରେକର୍ଡ଼ କରାଯାଇଥିଲା। ଯାହା ୨୦୨୦ ଏବଂ ୨୦୨୧ ବର୍ଷକୁ ବାଦ ଦେଇ ବିଗତ ୮ ବର୍ଷ ମଧ୍ୟରେ ଦ୍ୱିତୀୟ ସର୍ବନିମ୍ନ। ତୁଳନାତ୍ମକ ଭାବରେ, ଗତ ବର୍ଷ ମେ ମାସରେ ହାରାହାରି AQI ୧୭୦, ମେ ୨୦୨୪ରେ ୨୨୩, ମେ ୨୦୨୩ରେ ୧୭୧, ମେ ୨୦୨୨ରେ ୨୧୨, ମେ ୨୦୧୯ରେ ୨୨୧ ଏବଂ ମେ ୨୦୧୮ରେ ୨୧୭ ଥିଲା। ୨୦୨୦ ଏବଂ ୨୦୨୧ରେ ଏହି ସଂଖ୍ୟା ୧୪୪ ଥିଲା।
ବିଗତ ୭୫ ଦିନ ଭଲରୁ ମଧ୍ୟମ ରହିଥିଲା AQI
ଦିଲ୍ଲୀବାସୀଙ୍କ ପାଇଁ ଆଉ ଏକ ଭଲ ଖବର ଚଳିତ ବର୍ଷର ପ୍ରଥମ ୫ ମାସରେ ୭୫ ଦିନ ରାଜଧାନୀ ରେକର୍ଡ AQI ଭଲରୁ ମଧ୍ୟମ ବର୍ଗରେ ରହିଥିଲା। ଏହି ସଂଖ୍ୟା ୨୦୨୫ରେ ୭୦ ଦିନ, ୨୦୨୪ରେ ୭୫ ଦିନ, ୨୦୨୩ରେ ୭୪ ଦିନ, ୨୦୨୨ରେ ମାତ୍ର ୩୭ ଦିନ, ୨୦୨୧ରେ ୫୯ ଦିନ, ୨୦୧୯ରେ ୫୯ ଦିନ ଏବଂ ୨୦୧୮ରେ ୪୪ ଦିନ ରହିଥିଲା। ୨୦୨୦ର କୋଭିଡ୍ ବର୍ଷରେ, ଏପରି ୯୮ ଦିନ ରେକର୍ଡ କରାଯାଇଥିଲା। ଏହି ସଂଖ୍ୟା ସୂଚାଇ ଦେଉଛି ଯେ ଦିଲ୍ଲୀରେ ବାୟୁ ଗୁଣବତ୍ତା ଉନ୍ନତ କରିବା ପାଇଁ ପ୍ରୟାସ ଫଳାଫଳ ଦେଖାଉଛି। ଭଲରୁ ମଧ୍ୟମ AQI କ୍ରମାଗତ ଭାବରେ ବୃଦ୍ଧି ପାଇବା ଏବଂ ହାରାହାରି AQI ହ୍ରାସ ରାଜଧାନୀରେ ବାୟୁ ଗୁଣବତ୍ତା ଉନ୍ନତ କରିବାର ସକାରାତ୍ମକ ସଙ୍କେତ ପ୍ରଦାନ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories