Videos
|
National

2020 Delhi Riots Case / ଦିଲ୍ଲୀ ଦଙ୍ଗା ମାମଲାରେ ତାହିର ହୁସେନ ଦୋଷୀ ସାବ୍ୟସ୍ତ; ୧୬ ନଭେମ୍ବରରେ ହେବ ପରବର୍ତ୍ତୀ ଶୁଣାଣି

Subhramjit Ray
Browse all articles by Subhramjit Ray
·2 hours ago·2 min read
ଦିଲ୍ଲୀ ଦଙ୍ଗା ମାମଲାରେ ତାହିର ହୁସେନ ଦୋଷୀ ସାବ୍ୟସ୍ତ; ୧୬ ନଭେମ୍ବରରେ ହେବ ପରବର୍ତ୍ତୀ ଶୁଣାଣି
2020 Delhi Riots Case

Key Points

କୋର୍ଟ ଏବେ ନଭେମ୍ବର ୧୬ ତାରିଖରେ ଦଣ୍ଡାଦେଶ ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।
ବହୁଚର୍ଚ୍ଚିତ ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ସ୍ଥାନୀୟ ଅଦାଲତ, ପୂର୍ବତନ ଆମ ଆଦମୀ ପାର୍ଟି (ଆପ୍) କର୍ପୋରେଟର ତାହିର ହୁସେନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦଙ୍ଗା ଉସୁକାଇବା ପାଇଁ କୋର୍ଟ ପୂର୍ବତନ ଆପ୍ କର୍ପୋରେଟର ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ତାହିର ହୁସେନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ହେଲେ ଏହି ମାମଲାରେ ଅନ୍ୟ ୧୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲା ଉତ୍ତର-ପୂର୍ବ ଦିଲ୍ଲୀର ଦୟାଲପୁର ଅଞ୍ଚଳରେ ଦଙ୍ଗା ସୃଷ୍ଟି କରିବା ଅଭିଯୋଗ ସହିତ ଜଡିତ। ଅତିରିକ୍ତ ସେସନ୍ସ ଜଜ୍ ପ୍ରବୀଣ ସିଂହ ଅଭିଯୁକ୍ତଙ୍କୁ ଆଇପିସିର ଧାରା ୧୪୭ ଏବଂ ଦଙ୍ଗା ସୃଷ୍ଟି କରିବା ପାଇଁ ଆଇପିସିର ଧାରା ୧୦୯ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦଣ୍ଡାଦେଶ ନିର୍ଣ୍ଣୟ ପାଇଁ କୋର୍ଟ ବର୍ତ୍ତମାନ ନଭେମ୍ବର ୧୬ ତାରିଖରେ ପରବର୍ତ୍ତୀ ଶୁଣାଣି ସ୍ଥିର କରିଛନ୍ତି। ଏହି ମାମଲାରେ ଏକ ବିସ୍ତୃତ ରାୟ ବିଚାରାଧିନ ରହିଛି।

ଏହି ମାମଲାରେ ତାହିର ହୁସେନଙ୍କ ସମେତ ମୋଟ ୧୩ ଜଣ ଅଭିଯୁକ୍ତ ସମ୍ପୃକ୍ତ ଅଛନ୍ତି। ସେମାନେ ହେଉଛନ୍ତି ମହମ୍ମଦ ଶାଦାବ, ଶାହ ଆଲମ, ରିୟାସତ ଅଲି, ଗୁଲଫାମ, ରସିଦ, ମହମ୍ମଦ ରିହା, ମହମ୍ମଦ ଆବିଦ, ଅରଶଦ କୟୁମ, ଇରଶାଦ ଅହମ୍ମଦ, ଦୀପକ ସିଂହ ସାଇନି, ନବନୀତ ଏବଂ ମେହକ ସିଂହ। କୋର୍ଟ ଏହି ୧୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ହେଲେ ତାହିର ହୁସେନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦଙ୍ଗା ଉସକାଇବା, ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା, ପୋଡ଼ାଜଳା ଏବଂ ଅପରାଧିକ ଷଡ଼ଯନ୍ତ୍ର କରିଥିବାର ଅଭିଯୋଗ ହୋଇଥିଲା। କୋର୍ଟ ଏହି ଦୁଇଟି ମାମଲାରେ ତାହିର ହୁସେନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅନ୍ୟ ସମସ୍ତଙ୍କୁ ସମସ୍ତ ମାମଲାରେ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା।

ଗତ ଜୁଲାଇ ମାସରେ ଦିଲ୍ଲୀ ସ୍ଥିତ କୋର୍ଟ, ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଅନ୍ୟ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଦଙ୍ଗା ସମୟରେ, ଅଙ୍କିତ ଶର୍ମା କାମ ପାଇଁ ତାଙ୍କ ଘରୁ ବାହାରି ଯାଇଥିଲେ ମଧ୍ୟ ଫେରି ପାରିନଥିଲେ। ରାସ୍ତାରେ ଦଙ୍ଗାକାରୀ ତାଙ୍କୁ ହତ୍ୟା କରିଥିଲେ ଏବଂ ତାଙ୍କ ମୃତଦେହ ଏକ ନାଳରୁ ଉଦ୍ଧାର କରାଯାଇଥିଲା। ଦଙ୍ଗାରେ ତାହିର ହୁସେନଙ୍କ ନାମ ଆସିବା ପରେ ତାଙ୍କୁ ଆମ ଆଦମୀ ପାର୍ଟି ନିଲମ୍ବିତ କରିଥିଲା। ଗତ ୨୦୨୦ ଫେବୃଆରୀ ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ଦଙ୍ଗା ହୋଇଥିଲା। ଯାହା ଫଳରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ସହିତ ବହୁ ସଂଖ୍ୟକ ଲୋକ ଆହତ ହେବା ସହ ଅନେକ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିଲା।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: