Delhi Kite Flying Ban / ଦିଲ୍ଲୀରେ ଲାଗିଲା ଧାରା ୧୬୩, ଗୁଡ଼ି ଉଡ଼ାଇବା ମନା ! ଜାଣନ୍ତୁ କେବେ ଯାଏଁ ରହିବ କଟକଣା
·45 mins ago·2 min read

Key Points
ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ହାଇଆଲର୍ଟ
ଗୁଡ଼ି ଉଡ଼ାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଲାଗୁ ହେଲା ଧାରା ୧୬୩
ଗୁଡ଼ି ଉଡ଼ାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଲାଗୁ ହେଲା ଧାରା ୧୬୩
ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ଲାଗିଲା କଡ଼ା କଟକଣା । ଲାଲକିଲ୍ଲାରେ VIP-VVIP ମୁଭମେଣ୍ଟକୁ ନଜରରେ ରଖି ହାଇ ଆଲର୍ଟରେ ଦିଲ୍ଲୀ ପୋଲିସ । ଅଗଷ୍ଟ ୧୫ରେ କୌଣସି ଅଘଟଣ, ଅରାଜକତା କିମ୍ବା ସୁରକ୍ଷାରେ ସାମାନ୍ୟତମ ତ୍ରୁଟି ଯେପରି ନହୁଏ, ସେଥିପାଇଁ 163 ଧାରା ଲାଗୁ ହୋଇଛି । କେବଳ ଏତିକି ନୁହେଁ, ଗୁଡ଼ି ଉଡ଼ାଇବା ସହ ଡ୍ରୋନ୍ କିମ୍ବା ଅନ୍ୟ କୌଣସି ଉଡ଼ନ୍ତା ବସ୍ତୁ ଉଡ଼ାଇବା ଉପରେ ମଧ୍ୟ ରୋକ୍ ଲଗାଯାଇଛି ।
ଦିଲ୍ଲୀରେ ୮୦ତମ ସ୍ୱାଧୀନତା ଦିବସ ସମାରୋହ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଦିଲ୍ଲୀ ପୋଲିସ ହାଇ ଆଲର୍ଟରେ ରହିଛି । ଏହା ସହ ଗୁଡ଼ି ଉଡ଼ାଇବା ଉପରେ ମଧ୍ୟ କଟକଣା ଲଗାଯାଇଛି । ଏହି ଆଦେଶ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଲାଗୁ ରହିବ । ଆଦେଶ ଉଲ୍ଲଂଘନ କଲେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । କଣ୍ଟ୍ରୋଲ ରୁମ୍ରୁ ଡ୍ରୋନ୍ ମାଧ୍ୟମରେ ନଜର ରଖାଯାଉଥିବା ବେଳେ ପୋଲିସ କର୍ମଚାରୀମାନେ ମଧ୍ୟ କଡ଼ା ନିରୀକ୍ଷଣ କରୁଛନ୍ତି ।
ଦିଲ୍ଲୀ ମେଟ୍ରୋ ପକ୍ଷରୁ ମଧ୍ୟ ଗୁଡ଼ି ଉଡ଼ାଇବାକୁ ନେଇ ଆଡଭାଇଜରୀ ଜାରି କରାଯାଇଛି । DMRC ଲୋକଙ୍କୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଏଲିଭେଟେଡ୍ ମେଟ୍ରୋ ଲାଇନ୍ ନିକଟରେ ଗୁଡ଼ି ନଉଡ଼ାଇବାକୁ ଅପିଲ୍ କରିଛି। ମେଟ୍ରୋର OHE ଲାଇନ୍ରେ ପ୍ରାୟ ୨୫,୦୦୦ ଭୋଲ୍ଟ ବିଦ୍ୟୁତ ପ୍ରବାହିତ ହୁଏ । ଗୁଡ଼ିର ସୂତା ଏହି ଲାଇନ୍ର ସଂସ୍ପର୍ଶରେ ଆସିଲେ ତାହା ଜୀବନ ପ୍ରତି ବିପଦଜନକ ହୋଇପାରେ ।
ଅଧିକ ପଢ଼ନ୍ତୁ: ୨୨୪ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ଇଣ୍ଡିଗୋ ବିମାନ…ହଠାତ ମଝି ଆକାଶରେ ଫେଲ ହେଲା ଇଞ୍ଜିନ…
କେବଳ ମଣିଷଙ୍କ ସୁରକ୍ଷା ନୁହେଁ, ଗୁଡ଼ିର ସୂତା OHE କିମ୍ବା ମେଟ୍ରୋ ଟ୍ରେନ୍ର ପାଣ୍ଟୋଗ୍ରାଫ୍ରେ ଫସିଗଲେ ମେଟ୍ରୋ ସେବା ମଧ୍ୟ ବାଧାପ୍ରାପ୍ତ ହୋଇପାରେ । ଏଥିପାଇଁ ସମ୍ବେଦନଶୀଳ ମେଟ୍ରୋ ଷ୍ଟେସନ୍ଗୁଡ଼ିକ ନିକଟରେ ଗୁଡ଼ିର ସୂତା ହଟାଇବା ପାଇଁ ସ୍ୱତନ୍ତ୍ର ଟିମ୍ ମଧ୍ୟ ମୁତୟନ କରାଯାଇଛି । ନିୟମ ଉଲ୍ଲଂଘନ ହେଲେ ପୋଲିସକୁ ଅଭିଯୋଗ କରାଯିବ ।
DCP ରୋହିତ ରାଜବୀର ସିଂହଙ୍କ ଆଦେଶ ଅନୁସାରେ ଲାଲକିଲ୍ଲା ଆଖପାଖ ଅଞ୍ଚଳରେ ଧାରା ୧୬୩ ଲାଗୁ ହୋଇଛି । ସ୍ୱାଧୀନତା ଦିବସ ସମାରୋହ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଗୁଡ଼ି କିମ୍ବା ଡ୍ରୋନ୍ ସମେତ କୌଣସି ପ୍ରକାରର ଉଡ଼ନ୍ତା ବସ୍ତୁ ଉଡ଼ାଇବା ଉପରେ ରୋକ୍ ଲଗାଯାଇଛି ।
ପୋଲିସର କହିବା ଅନୁସାରେ, ଲାଲକିଲ୍ଲା ନିକଟରେ ଏପରି କଟକଣା ଜରୁରୀ, କାରଣ ଉଡ଼ନ୍ତା ବସ୍ତୁ ଦ୍ୱାରା ସୁରକ୍ଷା ବ୍ୟବସ୍ଥାରେ ବାଧା ସୃଷ୍ଟି ହେବା ସହ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ରହିପାରେ । କୌଣସି ବ୍ୟକ୍ତିଙ୍କୁ ଅନୁମତି ବିନା ଲାଲକିଲ୍ଲାରେ ପ୍ରବେଶ, ଗୁଡ଼ି ଉଡ଼ାଇବା କିମ୍ବା ଡ୍ରୋନ୍ ଉଡ଼ାଇବାକୁ ଅନୁମତି ନାହିଁ ।
ଧାରା ୧୬୩ ଏବଂ ଗୁଡ଼ି ଉଡ଼ାଇବା ଉପରେ ଲାଗିଥିବା ପ୍ରତିବନ୍ଧ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଲାଗୁ ରହିବ । ଆଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୨୨୩ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଦିଲ୍ଲୀ ପୋଲିସ ରାଜଧାନୀର ସମସ୍ତ ବାସିନ୍ଦା, ପର୍ଯ୍ୟଟକ, ଅନ୍ୟ ରାଜ୍ୟରୁ ଆସୁଥିବା ଲୋକ, ବିଭିନ୍ନ ସଂସ୍ଥା ଏବଂ କାର୍ଯ୍ୟକ୍ରମ ଆୟୋଜକଙ୍କୁ ଏହି ଆଦେଶ ପାଳନ କରିବାକୁ ଅପିଲ୍ କରିଛି ।

METRO ADVISORY ON KITE FLYING NEAR ELEVATED METRO LINES
— Delhi Metro Rail Corporation (@OfficialDMRC) August 12, 2026
Flying kites is a popular tradition in Delhi-NCR, especially around Independence Day. Delhi Metro which presently operates a network of 416 KM in Delhi-NCR is primarily elevated with 25,000 Volts, voltage live Over Head…
ଦିଲ୍ଲୀ ମେଟ୍ରୋ ପକ୍ଷରୁ ମଧ୍ୟ ଗୁଡ଼ି ଉଡ଼ାଇବାକୁ ନେଇ ଆଡଭାଇଜରୀ ଜାରି କରାଯାଇଛି । DMRC ଲୋକଙ୍କୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଏଲିଭେଟେଡ୍ ମେଟ୍ରୋ ଲାଇନ୍ ନିକଟରେ ଗୁଡ଼ି ନଉଡ଼ାଇବାକୁ ଅପିଲ୍ କରିଛି। ମେଟ୍ରୋର OHE ଲାଇନ୍ରେ ପ୍ରାୟ ୨୫,୦୦୦ ଭୋଲ୍ଟ ବିଦ୍ୟୁତ ପ୍ରବାହିତ ହୁଏ । ଗୁଡ଼ିର ସୂତା ଏହି ଲାଇନ୍ର ସଂସ୍ପର୍ଶରେ ଆସିଲେ ତାହା ଜୀବନ ପ୍ରତି ବିପଦଜନକ ହୋଇପାରେ ।
ଅଧିକ ପଢ଼ନ୍ତୁ: ୨୨୪ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ଇଣ୍ଡିଗୋ ବିମାନ…ହଠାତ ମଝି ଆକାଶରେ ଫେଲ ହେଲା ଇଞ୍ଜିନ…
କେବଳ ମଣିଷଙ୍କ ସୁରକ୍ଷା ନୁହେଁ, ଗୁଡ଼ିର ସୂତା OHE କିମ୍ବା ମେଟ୍ରୋ ଟ୍ରେନ୍ର ପାଣ୍ଟୋଗ୍ରାଫ୍ରେ ଫସିଗଲେ ମେଟ୍ରୋ ସେବା ମଧ୍ୟ ବାଧାପ୍ରାପ୍ତ ହୋଇପାରେ । ଏଥିପାଇଁ ସମ୍ବେଦନଶୀଳ ମେଟ୍ରୋ ଷ୍ଟେସନ୍ଗୁଡ଼ିକ ନିକଟରେ ଗୁଡ଼ିର ସୂତା ହଟାଇବା ପାଇଁ ସ୍ୱତନ୍ତ୍ର ଟିମ୍ ମଧ୍ୟ ମୁତୟନ କରାଯାଇଛି । ନିୟମ ଉଲ୍ଲଂଘନ ହେଲେ ପୋଲିସକୁ ଅଭିଯୋଗ କରାଯିବ ।
DCP ରୋହିତ ରାଜବୀର ସିଂହଙ୍କ ଆଦେଶ ଅନୁସାରେ ଲାଲକିଲ୍ଲା ଆଖପାଖ ଅଞ୍ଚଳରେ ଧାରା ୧୬୩ ଲାଗୁ ହୋଇଛି । ସ୍ୱାଧୀନତା ଦିବସ ସମାରୋହ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଗୁଡ଼ି କିମ୍ବା ଡ୍ରୋନ୍ ସମେତ କୌଣସି ପ୍ରକାରର ଉଡ଼ନ୍ତା ବସ୍ତୁ ଉଡ଼ାଇବା ଉପରେ ରୋକ୍ ଲଗାଯାଇଛି ।
ପୋଲିସର କହିବା ଅନୁସାରେ, ଲାଲକିଲ୍ଲା ନିକଟରେ ଏପରି କଟକଣା ଜରୁରୀ, କାରଣ ଉଡ଼ନ୍ତା ବସ୍ତୁ ଦ୍ୱାରା ସୁରକ୍ଷା ବ୍ୟବସ୍ଥାରେ ବାଧା ସୃଷ୍ଟି ହେବା ସହ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ରହିପାରେ । କୌଣସି ବ୍ୟକ୍ତିଙ୍କୁ ଅନୁମତି ବିନା ଲାଲକିଲ୍ଲାରେ ପ୍ରବେଶ, ଗୁଡ଼ି ଉଡ଼ାଇବା କିମ୍ବା ଡ୍ରୋନ୍ ଉଡ଼ାଇବାକୁ ଅନୁମତି ନାହିଁ ।
ଧାରା ୧୬୩ ଏବଂ ଗୁଡ଼ି ଉଡ଼ାଇବା ଉପରେ ଲାଗିଥିବା ପ୍ରତିବନ୍ଧ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଲାଗୁ ରହିବ । ଆଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୨୨୩ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଦିଲ୍ଲୀ ପୋଲିସ ରାଜଧାନୀର ସମସ୍ତ ବାସିନ୍ଦା, ପର୍ଯ୍ୟଟକ, ଅନ୍ୟ ରାଜ୍ୟରୁ ଆସୁଥିବା ଲୋକ, ବିଭିନ୍ନ ସଂସ୍ଥା ଏବଂ କାର୍ଯ୍ୟକ୍ରମ ଆୟୋଜକଙ୍କୁ ଏହି ଆଦେଶ ପାଳନ କରିବାକୁ ଅପିଲ୍ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories