Videos
|
National

Delhi Building Collapse / ଦିଲ୍ଲୀରେ ପୁଣି ଭୁଶୁଡ଼ିଲା ୫ ମହଲା କୋଠା, ଧ୍ୱଂସାବଶେଷ ତଳେ ଫସିଛି ଅନେକ ଜୀବନ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଦିଲ୍ଲୀରେ ପୁଣି ଭୁଶୁଡ଼ିଲା ୫ ମହଲା କୋଠା, ଧ୍ୱଂସାବଶେଷ ତଳେ ଫସିଛି ଅନେକ ଜୀବନ
Delhi Building Collapse

Key Points

ଦିଲ୍ଲୀରେ ପୁଣି ଭୁଶୁଡ଼ିଲା ୫ ମହଲା କୋଠା
ଭଙ୍ଗା କୋଠା ତଳୁ ଶୁଭୁଛି ଆର୍ତ୍ତଚିତ୍କାର
ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ୍ ଜାରି

ପୁଣି ଦିଲ୍ଲୀରେ ଭୁଶୁଡ଼ିଲା ବିଲ୍ଡିଂ । ସୀମାପୁରୀ ଅଞ୍ଚଳରେ ଘଟିଛି ଏହି ଭୟଙ୍କର ଅଘଟଣ । ସୀମାପୁରୀର ଇଦ୍‌ଗା ମାଛ ମଣ୍ଡି ନିକଟରେ ଭୁଶୁଡ଼ି ପଡ଼ିଥିବା ୫ ମହଲା ଆବାସିକ କୋଠା ତଳୁ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୮ରୁ ଅଧିକ ଲୋକଙ୍କୁ ଭଗ୍ନାବଂଶେଷ ତଳୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ରାଜୀବ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କ୍ରେନ୍ ସାହାଯ୍ୟରେ ଛାତର ସ୍ଲାବ୍ ହଟାଯାଇ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା ଚାଲିଛି। ପ୍ରତ୍ୟେକଟି ମୁହୂର୍ତ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସ୍ଥାନୀୟ ଲୋକ ଓ ସୁରକ୍ଷାବଳ ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ପୁଣି ଥରେ ଦିଲ୍ଲୀରେ ଘଟିଛି ବଡ଼ ବିପର୍ଯ୍ୟୟ । ଗୋଟିଏ ମାସ ପୂର୍ବରୁ ସତ୍ୟ ନିକେତନ ହୋଷ୍ଟେଲ ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ଥରେ ସୀମାପୁରୀରେ ଏକ ୫ ମହଲା ଆବାସିକ କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି । ପ୍ରାୟ ୪୦-୫୦ ବର୍ଷ ପୁରୁଣା ପୁରୁଣା କୋଠାଟି ହଠାତ୍ ଭାଙ୍ଗିପଡ଼ିବା ଫଳରେ ଆଖପାଖର ଦୁଇରୁ ତିନିଟି ଘର ମଧ୍ୟ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ୩ ବର୍ଷର ଶିଶୁ ସମେତ ୮ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ରାଜୀବ ଗାନ୍ଧୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।



ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟ୍‌ରେ ଦିଲ୍ଲୀ ଅଗ୍ନିଶମ ବିଭାଗକୁ ଦୁର୍ଘଟଣା ସମ୍ପର୍କରେ ଖବର ମିଳିଥିଲା । ତୁରନ୍ତ ଫାୟାର ଟେଣ୍ଡର, ଦିଲ୍ଲୀ ପୋଲିସ, ପୌର ନିଗମ ଏବଂ ସିଭିଲ୍ ଡିଫେନ୍ସର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି NDRFକୁ ମଧ୍ୟ ମୁତୟନ କରାଯାଇଛି । DFS ଓ NDRFର ମିଳିତ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ୍ ଚଳାଇଛନ୍ତି । ଆମ୍ବୁଲାନ୍ସ ଓ ଉଦ୍ଧାରକାରୀ ଗାଡ଼ିଗୁଡ଼ିକୁ ଶୀଘ୍ର ରାସ୍ତା ଦେବା ପାଇଁ ସୀମାପୁରୀ ରାସ୍ତାରେ ଯାତାୟାତ ନକରିବାକୁ ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ ଅନୁରୋଧ କରିଛି । ଦୁର୍ଘଟଣାସ୍ଥଳରେ ଭିଡ଼ ନ ଜମାଇବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

କ୍ରେନ୍ ସାହାଯ୍ୟରେ ଛାତର ସ୍ଲାବ୍ ହଟାଯାଇ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା ଚାଲିଛି । ପ୍ରତ୍ୟେକଟି ମୁହୂର୍ତ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସ୍ଥାନୀୟ ଲୋକ ଓ ସୁରକ୍ଷାବଳ ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କୋଠାଟିର ଗ୍ରାଉଣ୍ଡ ଫ୍ଲୋରରେ ଏକ ଦୋକାନ ଥିବାବେଳେ ଉପର ଚାରି ମହଲାରେ ପରିବାରଗୁଡ଼ିକ ରହୁଥିଲେ । ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଗତକାଲି ରାତିରେ ଉତ୍ତରାଖଣ୍ଡରେ ଆସିଥିବା ଭୂକମ୍ପ ଝଟକା ଯୋଗୁଁ କୋଠାରେ ଫାଟ ସୃଷ୍ଟି ହୋଇଥିଲା, ଯାହା କୋଠା ଭୁଶୁଡ଼ିବାର କାରଣ ହୋଇଥାଇପାରେ । ତଦନ୍ତ ପରେ ହିଁ ଏହା ସ୍ପଷ୍ଟ ହେବ । ଧ୍ୱଂସାବଶେଷ ତଳେ ଫସିରହିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ପୁରା ଦମ୍ ଲଗାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: