Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi / ଦିଲ୍ଲୀରେ ଆତଙ୍କବାଦୀଙ୍କ ଯୋଜନା ହେଲା ପଣ୍ଡ

Rashmita Mishra
Browse all articles by Rashmita Mishra
·8 months ago·2 min read
ଦିଲ୍ଲୀରେ ଆତଙ୍କବାଦୀଙ୍କ ଯୋଜନା ହେଲା ପଣ୍ଡ

Key Points

IED ବିସ୍ଫୋରଣ ପାଇଁ ଯୋଜନା କରୁଥିଲେ ଆତଙ୍କବାଦୀ ।
ଗିରଫ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଗୁଳି ଜବତ

ଦିଲ୍ଲୀରେ ଆତଙ୍କବାଦୀଙ୍କ ବିସ୍ଫୋରଣ ଯୋଜନା ହେଲା ପଣ୍ଡ । ISIS ମଡ୍ୟୁଲର ପର୍ଦ୍ଦାଫାସ୍ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ । ଦିଲ୍ଲୀ ଓ ମଧ୍ୟପ୍ରଦେଶରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଗୁଳି ଜବତ । IED ବିସ୍ଫୋରଣ ପାଇଁ ଯୋଜନା କରୁଥିଲେ ଆତଙ୍କବାଦୀ । 

ରିପୋର୍ଟ ଅନୁଯାୟୀ, ଏହି ଅପରେସନରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନେ ରାଜଧାନୀ ଦିଲ୍ଲୀରେ ଏକ ବଡ଼ IED ବିସ୍ଫୋରଣ ଯୋଜନା କରୁଥିଲେ। ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଦିଲ୍ଲୀର ବାସିନ୍ଦା। ଅନ୍ୟ ଜଣେ ମଧ୍ୟପ୍ରଦେଶର ଭୋପାଳର। ପୋଲିସର କହିବା ଅନୁଯାୟୀ, ଉଭୟ ଆତ୍ମଘାତୀ ଆକ୍ରମଣ ପାଇଁ ତାଲିମ ନେଉଥିଲେ ଏବଂ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲେ।

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ସାଦିକ୍ ନଗର ଏବଂ ଭୋପାଳରେ ଏହି ଅପରେସନ କରିଥିଲା, ଯେଉଁଥିରେ ସେମାନଙ୍କୁ ଗିରଫ କରାଯାଇଥିଲା। ଏହି ଦଳର ନେତୃତ୍ୱ ଅତିରିକ୍ତ କମିଶନର ପ୍ରମୋଦ କୁଶୱାହା ଏବଂ ଏସିପି ଲଳିତ ମୋହନ ନେଗି ନେଇଥିଲେ। ପୋଲିସ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ କିଛି ସନ୍ଦିଗ୍ଧ ଇଲେକ୍ଟ୍ରୋନିକ୍ ଉପକରଣ ମଧ୍ୟ ଜବତ କରିଥିଲା।

ଏଥିସହ ପଢ଼ନ୍ତୁ: ଆଜି ବିହାରରେ ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦି 

ତଦନ୍ତ ଏଜେନ୍ସିଗୁଡ଼ିକ କହିଛନ୍ତି ଯେ ଏହି ମଡ୍ୟୁଲ୍ ISISର ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ଥିଲା। ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ସହିତ ଲିଙ୍କ୍ ହେବାର ସମ୍ଭାବନା ମଧ୍ୟ ଅଛି। ସୂତ୍ର ଅନୁଯାୟୀ, ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ISI ପ୍ରାୟତଃ ISIS ର ନାମ ବ୍ୟବହାର କରି ଏପରି ମଡ୍ୟୁଲ୍ ସକ୍ରିୟ ରଖେ। ପୋଲିସ ବର୍ତ୍ତମାନ ଏହି ସମ୍ପୂର୍ଣ୍ଣ ନେଟୱାର୍କର ତଦନ୍ତ କରୁଛି ଏବଂ ଅନ୍ୟ ସଦସ୍ୟମାନଙ୍କୁ ଚିହ୍ନଟ କରୁଛି। ଏହା ଦ୍ଵାରା  ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି ।

ପୋଲିସ ଅଧିକାରୀମାନେ କହିଛନ୍ତି ଯେ ସମ୍ପୂର୍ଣ୍ଣ ନେଟୱାର୍କର ପର୍ଦ୍ଦାଫାସ କରିବା ଏବଂ ଅନ୍ୟ ସହଯୋଗୀମାନଙ୍କୁ ଚିହ୍ନଟ କରିବା ପାଇଁ ଅଭିଯାନ ଏବେ ବି ଜାରି ରହିଛି। ଉଭୟ ସନ୍ଦିଗ୍ଧଙ୍କୁ ସେମାନଙ୍କର ଆଗକୁ ଥିବା ଯୋଜନା କ'ଣ ଥିଲା ଓ ଭାରତରେ ସେମାନଙ୍କର କେଉଁଠି ଆଡ୍ଡା ରହିଛି ଏବଂ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ସହିତ ସେମାନଙ୍କର ସମ୍ପର୍କ ବିଷୟରେ ଜାଣଇବା ପାଇଁ ଘନ ଘନ ପଚରାଉଚରା କରାଯାଉଛି। ଆତ୍ମଘାତୀ ଆକ୍ରମଣ ପାଇଁ ସେମାନଙ୍କର ପ୍ରସ୍ତୁତି କିପରି ଥିଲା ସେ ସବୁ ବିଷୟରେ ଏଜେନ୍ସିଗୁଡ଼ିକ ତଦନ୍ତ କରୁଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi | Terrorist Bomb Plot Foiled in Delhi | Major Security Operation by Police | Argus News