Videos
|
National

Work From Home / ନଭେମ୍ବର ପହିଲାରୁ ପୁଣି ଆରମ୍ଭ ହେବ ଓ୍ବାର୍କ ଫ୍ରମ ହୋମ, ଦୁଇଗୁଣା ହେବ ପାର୍କିଂ ଫି

Bikash Mohanty
Browse all articles by Bikash Mohanty
·1 hour ago·2 min read
ନଭେମ୍ବର ପହିଲାରୁ ପୁଣି ଆରମ୍ଭ ହେବ  ଓ୍ବାର୍କ ଫ୍ରମ ହୋମ, ଦୁଇଗୁଣା ହେବ ପାର୍କିଂ ଫି
Work From Home

Key Points

ଦିଲ୍ଲୀରେ ପୁଣି ଆରମ୍ଭ ହେବ ଓ୍ବାର୍କ ଫ୍ରମ ହୋମ
ଦୁଇଗୁଣା ହେବ ପାର୍କିଂ ଫି
ଯାନବାହାନ ସ୍କ୍ରାପ୍ କରିବା ଉପରେ ମଧ୍ୟ ନିଷେଧ
ଆସନ୍ତା ନଭେମ୍ବର ପହିଲାରୁ ଲାଗୁହେବ ଏହି ନିୟମ
ନୂଆଦିଲ୍ଲୀ୨୮/୦୯: ଆସନ୍ତା ନଭେମ୍ବର ପହିଲାରୁ ପୁଣି ଆରମ୍ଭ ହେବ ଓ୍ବାର୍କ ଫ୍ରମ ହୋମ। ଦିଲ୍ଲୀ ସରକାର, ଦିଲ୍ଲୀର ସରକାରୀ ଏବଂ ଅଣ-ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଯାନବାହାନ ସ୍କ୍ରାପ୍ କରିବା ଉପରେ ମଧ୍ୟ ନିଷେଧ କରାଯାଇଛି। ଏହା ସହ ପାର୍କିଂ ଫି ମଧ୍ୟ ଦୁଇଗୁଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଶୀତ ଆସିବା ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ମୁକାବିଲା ପାଇଁ କଡ଼ା ପଦକ୍ଷେପ। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ପ୍ରତିବନ୍ଧକ ଓ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ଅଧୀନରେ ଅଫିସ୍ କାର୍ଯ୍ୟ ପଦ୍ଧତିରେ ପରିବର୍ତ୍ତନଠାରୁ ଆରମ୍ଭ କରି ନିର୍ମାଣ କାମ ଉପରେ ରୋକ୍ ଏବଂ ପାର୍କିଂ ଫି ବୃଦ୍ଧି ପର୍ଯ୍ୟନ୍ତ ଅନେକ ନିଷ୍ପତ୍ତି ନିଆଯାଇଛି।

ପାର୍କିଂ ଫି ଦୁଇଗୁଣା

ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ୧ ନଭେମ୍ବର ୨୦୨୬ରୁ ୨୮ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ଅନୁମୋଦିତ ପାର୍କିଂ ସ୍ଥାନରେ ପାର୍କିଂ ଫି ଦୁଇଗୁଣା ହେବ। ବ୍ୟକ୍ତିଗତ ଯାନବାହାନର ବ୍ୟବହାର କମାଇବା ଏବଂ ଲୋକଙ୍କୁ ସାର୍ବଜନୀନ ପରିବହନ ଆଡ଼କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ତେବେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (DMRC) ମାଲିକାନା ଓ ପରିଚାଳନା କରୁଥିବା ପାର୍କିଂ ସ୍ଥାନ ଏହି ନିୟମରୁ ବାଦ୍ ପଡ଼ିବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଲିକ୍ ହୋଇଥିଲା ଅନ୍ତରଙ୍ଗ ଭିଡ଼ିଓ, ରାଧିକା ଦେଲେ ଏମିତି ଜବାବ

ଅଫିସରେ ୫୦ ପ୍ରତିଶତ ଉପସ୍ଥାନ

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଅଫିସ୍ କାର୍ଯ୍ୟକୁ ନେଇ ମଧ୍ୟ ନିୟମରେ ପରିବର୍ତ୍ତନ କରାଯାଇଛି। ୧ ନଭେମ୍ବରରୁ ୨୮ ଫେବୃଆରୀ ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥାନ ସୀମା ରହିବ। ଅର୍ଥାତ୍ ୫୦ ପ୍ରତିଶତ କର୍ମଚାରୀ ଘରୁ ଏବଂ ଅନ୍ୟ ୫୦ ପ୍ରତିଶତ କାର୍ଯ୍ୟାଳୟରୁ କାମ କରିବେ।

ଏହା ସହିତ ବିଭିନ୍ନ ସଂସ୍ଥା ପାଇଁ ଅଫିସ୍ ସମୟ ମଧ୍ୟ ନିର୍ଦ୍ଧାରିତ ହୋଇଛି। MCD ଅଧୀନରେ ଥିବା କାର୍ଯ୍ୟାଳୟ ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ସେହିପରି GNCTD ଅଧୀନରେ ଥିବା କାର୍ଯ୍ୟାଳୟ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଚାଲିବ।

ଯାନବାହାନ ସ୍କ୍ରାପ୍ କରିବା ଉପରେ ନିଷେଧ

ପ୍ରଦୂଷଣ ବଢ଼ାଉଥିବା ଧୂଳିକଣାକୁ ରୋକିବା ପାଇଁ ନିର୍ମାଣ ଏବଂ ଭଙ୍ଗା କାମ ଉପରେ ମଧ୍ୟ କଟକଣା ଲଗାଯାଇଛି। ୧ ନଭେମ୍ବର ୨୦୨୬ରୁ ୩୧ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଧୂଳି ସୃଷ୍ଟି କରୁଥିବା ବାହ୍ୟ ସିଭିଲ୍ ନିର୍ମାଣ ଓ ଭଙ୍ଗା କାର୍ଯ୍ୟକଳାପ ନିଷିଦ୍ଧ ରହିବ। ଏହାପରେ ୧୦ ଡିସେମ୍ବର ୨୦୨୬ରୁ ୨୦ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ନିର୍ମାଣ ଏବଂ ଭଙ୍ଗା କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ନିଷେଧ ରହିବ।

ଶୀତଦିନରେ ଦିଲ୍ଲୀରେ ପ୍ରଦୂଷଣ ସମସ୍ୟା ଅଧିକ ଗୁରୁତର ହେଉଥିବାରୁ, ଏହି ସମୟ ପାଇଁ ସରକାର ଏକାଧିକ ପ୍ରତିଷେଧକ ପଦକ୍ଷେପ ନେଇଛନ୍ତି। ଏହି ନିୟମଗୁଡ଼ିକ ଯୋଗୁଁ ଅଫିସ୍ କର୍ମଚାରୀ, ଯାନ ଚାଳକ ଓ ନିର୍ମାଣ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହେବ।