Videos
|
National

Radhika Leaked Video / ଲିକ୍ ହୋଇଥିଲା ଅନ୍ତରଙ୍ଗ ଭିଡ଼ିଓ, ରାଧିକା ଦେଲେ ଏମିତି ଜବାବ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଲିକ୍ ହୋଇଥିଲା ଅନ୍ତରଙ୍ଗ ଭିଡ଼ିଓ, ରାଧିକା ଦେଲେ ଏମିତି ଜବାବ
Radhika

Key Points

ଲିକ୍ ହୋଇଥିଲା ରାଧିକାଙ୍କ ଅନ୍ତରଙ୍ଗ ଭିଡ଼ିଓ
ପବ୍ଲିସିଟି ପାଇଁ ଲିକ୍ କଲେ ଅନ୍ତରଙ୍ଗ ଭିଡ଼ିଓ?
ରାଧିକା ଆପ୍ଟେ ଦେଲେ କଡ଼ା ଜବାବ
ବୋଲ୍ଡ ସିନ୍ କରିବାକୁ ଲଜ୍ଜିତ ନୁହେଁ
ମୁମ୍ବାଇ,୨୮/୦୯: ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ରାଧିକା ଆପ୍ଟେ ତାଙ୍କର ବୋଲ୍ଡ ଇମେଜ୍ ପାଇଁ ସବୁବେଳେ ଖବରରେ ରହିଥାନ୍ତି। ରାଧିକା ଅନେକ ଫିଲ୍ମ ଏବଂ ଧାରାବାହିକରେ ତାଙ୍କର ଅନ୍ତରଙ୍ଗ ଦୃଶ୍ୟ ସହିତ ହଇଚଇ ସୃଷ୍ଟି କରିଛନ୍ତି କିନ୍ତୁ ରାଧିକା ତାଙ୍କର ଅନ୍ତରଙ୍ଗ ଦୃଶ୍ୟ ପାଇଁ ଅନେକ ଥର ବିବାଦରେ ମଧ୍ୟ ଫସିଛନ୍ତି। "ପାର୍ଚଡ୍" ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମଧ୍ୟ ଆଦିଲ୍ ହୁସେନଙ୍କ ସହ ଏକ ଅନ୍ତରଙ୍ଗ ଦୃଶ୍ୟ ଅନଲାଇନରେ ଲିକ୍ ହୋଇଯାଇଥିଲା, ଯାହା ଫଳରେ ବ୍ୟାପକ ଟ୍ରୋଲ୍ ଏବଂ ସମାଲୋଚନା ହୋଇଥିଲା

୨୦୧୫ ମସିହାର ଏହି ବିବାଦ ବିଷୟରେ ରାଧିକା ଆପ୍ଟେ କହିଥିଲେ ଯେ ସେ ଏହା ଦ୍ୱାରା ମାନସିକ ଭାବରେ ଆଘାତ ପାଇଥିଲେ। ସେ ପ୍ରକାଶ କରିଥିଲେ ଯେ ଘଟଣା ପରେ ଅନେକ ଦିନ ପର୍ଯ୍ୟନ୍ତ ଘରୁ ବାହାରିବା ତାଙ୍କ ପାଇଁ କଷ୍ଟକର ଥିଲା। ଅନ୍ତରଙ୍ଗ ଦୃଶ୍ୟ କ୍ଲିପ୍ ଲିକ୍ ହେବା ପରେ, ତାଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ପଚରାଯାଇଥିଲା ଯେ ସେ ପ୍ରସିଦ୍ଧି ପାଇବା ପାଇଁ ନଗ୍ନ ଦୃଶ୍ୟ କରିଛନ୍ତି କି? ଏହି ପ୍ରଶ୍ନର କଡ଼ା ଉତ୍ତର ଦେଇଥିଲେ ଅଭିନେତ୍ରୀ। ଏହି ଅବାନ୍ତର ପ୍ରଶ୍ନରେ ରାଧିକା ଆପ୍ଟେ ସେତେବେଳେ ରାଗି ଯାଇଥିଲେ ଏବଂ  ସେ କଡ଼ା ଜବାବ ଦେଇ କହିଥିଲେ ଯେ ଏଥିରେ  ଦୋଷ ତାଙ୍କର ନୁହେଁ, ବରଂ କ୍ଲିପ୍ ଭାଇରାଲ କରିଥିବା ଲୋକଙ୍କର।

ପଢନ୍ତୁ  ଏହି ଖବର: ସାଧ୍ବୀରୁ ପୁଣି ବୋଲ୍ଡ ହେଲେ ମମତା, ଆଇଟମ ଡାନ୍ସରେ ଲଗାଇଲେ ନିଆଁ

ରାଧିକା ଆହୁରି କହିଛନ୍ତି, "ତୁମ ପରି ଲୋକଙ୍କ ଦ୍ୱାରା ବିବାଦ ସୃଷ୍ଟି ହୁଏ। ତୁମେ କ'ଣ ସେହି କ୍ଲିପ୍ ଦେଖିଲ? ତୁମେ ଏହାକୁ ଅନ୍ୟମାନଙ୍କ ସହ ସେୟାର କଲ? ତୁମେ ହିଁ ବିବାଦ ସୃଷ୍ଟି କର। "ମୁଁ ଜଣେ ଅଭିନେତ୍ରୀ। ଯଦି  ସିନେମାର ଆବଶ୍ୟକତା ଦୃଷ୍ଠିରୁ  ଅନ୍ତରଙ୍ଗ  ଦୃଶ୍ୟ କରିବାକୁ ପଡ଼େ, ମୁଁ ତାହା କରିବି।" ରାଧିକା ସାମ୍ବାଦିକଙ୍କୁ  ହଲିଉଡ୍ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ପ୍ରୋଜେକ୍ଟ ଦେଖିବା ପାଇଁ ପରାମର୍ଶ ଦେଇଥିଲେ, ଯେଉଁଠାରେ ବୋଲ୍ଡ କିମ୍ବା ନଗ୍ନ ଦୃଶ୍ୟକୁ ସାଧାରଣ ବୋଲି ବିବେଚନା କରାଯାଏ ଏବଂ ଲୋକମାନେ ସେଗୁଡ଼ିକ ଦ୍ୱାରା ଆଶ୍ଚର୍ଯ୍ୟ ମଧ୍ୟ ହୁଅନ୍ତି ନାହିଁ।  ରାଧିକା ଆପ୍ଟେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଭୂମିକା ପାଇଁ ଆବଶ୍ୟକ  ହୁଏ ତେବେ ସେ ପରଦାରେ ବୋଲ୍ଡ ସିନ୍ କରିବାକୁ ଲଜ୍ଜିତ ଅନୁଭବ କରନ୍ତି ନାହିଁ।
       
ତେବେ ୨୦୧୫ ମସିହାରେ ହୋଇଥିବା ‘ପାର୍ଚଡ୍’ ମୁଭି ବିବାଦର ସବୁଠାରୁ ଚର୍ଚ୍ଚିତ ଦିଗ ଆଜି ମଧ୍ୟ ସେହି ପ୍ରଶ୍ନ ଭିଡିଓଟି କିପରି ଲିକ୍ ହୋଇଥିଲା? ଏବଂ ଏହା ପଛରେ କିଏ ଥିଲା ଏବଂ ଉଦେଶ୍ୟ କଣ ଥିଲା?  
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: