Flights Cancelled Due to Fog / କୁହୁଡ଼ି ପାଇଁ ବିମାନ ଚଳାଚଳ ଠପ୍,୧୧୦ ବିମାନ ବାତିଲ...୩୭୦ରୁ ଅଧିକ ବିଳମ୍ବ
·6 months ago·2 min read

Key Points
ଉତ୍ତର ଭାରତରେ କୁହୁଡ଼ି ଆତଙ୍କ
୧୧୦ ବିମାନ ବାତିଲ
୩୭୦ରୁ ଅଧିକ ବିଳମ୍ବ
୧୧୦ ବିମାନ ବାତିଲ
୩୭୦ରୁ ଅଧିକ ବିଳମ୍ବ
ଘନ କୁହୁଡ଼ି ଓ କମ୍ ଦୃଶ୍ୟମାନତା ଯୋଗୁଁ ବାତିଲ ହେଲା ୧୧୦ ବିମାନ । ଏହା ସହ ୩୭୦ରୁ ଅଧିକ ବିମାନ ବିଳମ୍ବ ହୋଇଛି । ଘନ କୁହୁଡ଼ି ଏବଂ କମ୍ ଦୃଶ୍ୟମାନତା ଯୋଗୁଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୧୦ ଟି ବିମାନ ବାତିଲ ଓ ୩୭୦ ରୁ ଅଧିକ ବିମାନ ବିଳମ୍ବ ହୋଇଛି ।
ବିମାନବନ୍ଦର ଅଧିକାରୀମାନେ କହିଛନ୍ତି, "୧୧୦ ଟି ବିମାନ ବାତିଲ କରାଯାଇଛି, ଯେଉଁଥିରେ ୫୯ଟି ବିମାନ ଆସିବାକୁ ଥିବା ବେଳେ ୫୧ଟି ବିମାନ ଉଡ଼ାଣ ଭରିବାର ଥିଲା । ସେହିପରି ୩୭୦ ରୁ ଅଧିକ ବିମାନ ବିଳମ୍ବ ହୋଇଛି, ସମସ୍ତ ବିମାନ ହାରାହାରି ୨୬ ମିନିଟ୍ ବିଳମ୍ବ ହୋଇଛି।"
DIAL (ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍) କହିଛି ଯେ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। IGI ବିମାନବନ୍ଦର ସାଧାରଣତଃ ପ୍ରାୟ ୧୩୦୦ ଟି ବିମାନ ହ୍ୟାଣ୍ଡେଲ କରିଥାଏ । କିନ୍ତୁ ଗତ କିଛି ଦିନ ଧରି ଲଗାତାର କୁହୁଡ଼ି ଯୋଗୁଁ ଦିଲ୍ଲୀ ଏବଂ ଉତ୍ତର ଭାରତର ଅନେକ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କ'ଣ ରିପୋର୍ଟ କରିଛି?
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ରବିବାର ସକାଳେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୮୬ ରେଟିଂ ରେକର୍ଡ ହୋଇଛି । ଯାହା ସାରା ସହରରେ ବାୟୁ ଗୁଣବତ୍ତା ଚିନ୍ତାର ବିଷୟ ପାଲଟିଛି । ଏଥିମଧ୍ୟରୁ ୧୬ଟି ମନିଟରିଂ ଷ୍ଟେସନରେ AQI ସ୍ତର ଗମ୍ଭୀର ବର୍ଗରେ ରେକର୍ଡ କରାଯାଇଛି । ଅବଶିଷ୍ଟ ଷ୍ଟେସନଗୁଡ଼ିକ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ରିପୋର୍ଟ ହୋଇଛି ।
ସିପିସିବି ନିୟମ ଅନୁଯାୟୀ, ୦ ରୁ ୫୦ ମଧ୍ୟରେ AQI ରିଡିଂକୁ ଭଲ ବୋଲି ବିବେଚନା କରାଯାଏ। ୫୧ ଏବଂ ୧୦୦କୁ ସନ୍ତୋଷଜନକ ବୋଲି ବିବେଚନା କରାଯାଏ। ୧୦୧ ଏବଂ ୨୦୦କୁ ମଧ୍ୟମ ବୋଲି ବିବେଚନା କରାଯାଏ। ୨୦୧ ଏବଂ ୩୦୦କୁ ଖରାପ ବୋଲି ବିବେଚନା କରାଯାଏ। ୩୦୧ ଏବଂ ୪୦୦କୁ ବହୁତ ଖରାପ ବୋଲି ବିବେଚନା କରାଯାଏ। ୪୦୧ ଏବଂ ୫୦୦କୁ ଗମ୍ଭୀର ବୋଲି ବିବେଚନା କରାଯାଏ ।
ସେହିପରି ତୁଷାରପାତ ଏବଂ ସମତଳ ଅଞ୍ଚଳରେ ବର୍ଷା ଯୋଗୁଁ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅତି କମରେ ୧୧ଟି ବିମାନ ବାତିଲ କରାଯାଇଛି। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (AAI)ର ଜଣେ ଅଧିକାରୀ କହିଛନ୍ତି ଯେ ଜମ୍ମୁ ଏବଂ ଦିଲ୍ଲୀ ବିମାନବନ୍ଦରରେ ଖରାପ ପାଗ ଯୋଗୁଁ ଶ୍ରୀନଗର ପାଇଁ ନିର୍ଦ୍ଧାରିତ ଦୁଇଟି ଅତିରିକ୍ତ ବିମାନ ମଧ୍ୟ ବାତିଲ କରାଯାଇଛି। ବିମାନବନ୍ଦର ଏପ୍ରନରେ ଚାରୋଟି ବିମାନ ଷ୍ଟାଣ୍ଡବାଏରେ ଅଛି। ପାଗ ଭଲ ହେବା ପରେ ବିମାନ ଚଳାଚଳ ପୁଣି ଆରମ୍ଭ ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories