ମୋଦିଙ୍କ ଟିମ ; କାହାକୁ ମିଳିଲା କେଉଁ ବିଭାଗ...

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳରେ ବିଭାଗ ବଣ୍ଟନ କରାଯାଇଛି । ବଦଳିନି କିଛି କ୍ୟ।ବିନେଟ ମନ୍ତ୍ରୀଙ୍କ ପଦ । ନୀତିନ ଗଡକରିଙ୍କୁ ମିଳିଲା ସଡକ ପରିବହନ ମନ୍ତ୍ରୀ ପଦ । ରାଜନାଥ ସିଂଙ୍କୁ ମିଳିଲା ପ୍ରତିରକ୍ଷା ମନ୍ତ୍ରୀ ପଦ । ଅମିତ ଶାହ ମଧ୍ୟ ପୁନର୍ବାର ପାଇଲେ ଗୃହମନ୍ତ୍ରୀ ପଦ । ସେହିପରି ସଡକ ପରିବହନ ରାଷ୍ଟ୍ରମନ୍ତ୍ରୀ ହେଉଛନ୍ତି ଅଜୟ ଟମଟା ଏବଂ ହର୍ଷ ମାଲହୋତ୍ରା ।
ଅଧିକ ପଢନ୍ତୁ : ପ୍ରଥମ କ୍ୟାବିନେଟରେ ବଡ ନିଷ୍ପତ୍ତି , ଆବାସ ଯୋଜନାରେ ଆଉ ୩ କୋଟି ଘର
ବୈଦେଶିକ ମନ୍ତ୍ରୀ ପଦରେ ରହିଲେ ଏସ୍. ଜୟଶଙ୍କର । ସେହିପରି ଅର୍ଥମନ୍ତ୍ରୀ ଦାୟିତ୍ବରେ ରହିଲେ ନିର୍ମଳା ସୀତାରମଣ । ଜୁଏ ଓରାମ ରହିଲେ ଆଦିବାସୀ ବ୍ୟାପାର ମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ ରହିଲେ ଶିକ୍ଷାମନ୍ତ୍ରୀ । ଅଶ୍ବନୀ ବୈଷ୍ଣବ ରହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ।
📱 Get Argus News App
✨ଜେପି ନଡ୍ଡାଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
ଶିବରାଜ ସିଂହ ଚୌହାନଙ୍କୁ କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଓ ପଞ୍ଚାୟତରାଜ ମନ୍ତ୍ରଣାଳୟ
ଏସ ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର
ମନୋହର ଲାଲ ଖଟ୍ଟରଙ୍କୁ ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ
ଜେଡିଏସର ଏଚଡି କୁମାରସ୍ବାମୀଙ୍କୁ ଇସ୍ପାତ ଓ ଖଣି ମନ୍ତ୍ରଣାଳୟ
ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ଟେଲିକମ ମନ୍ତ୍ରଣାଳୟ
ଜୀତିନ ରାମ ମାଞ୍ଝିଙ୍କୁ ଏମଏସଏମଏଇ
ଚିରାଗ ପାଶୱାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ମିଳିଛି।