Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବାଇକ୍‌ରେ ବିଧାନସଭା ଗଲେ ମୁଖ୍ୟମନ୍ତ୍ରୀ, ଭାଇରାଲ ହେଲା ଭିଡିଓ

National

Bike Ride to Assembly / ବାଇକ୍‌ରେ ବିଧାନସଭା ଗଲେ ମୁଖ୍ୟମନ୍ତ୍ରୀ, ଭାଇରାଲ ହେଲା ଭିଡିଓ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ବାଇକ୍‌ରେ ବିଧାନସଭା ଗଲେ ମୁଖ୍ୟମନ୍ତ୍ରୀ, ଭାଇରାଲ ହେଲା ଭିଡିଓ
Devendra Fadnavis

Key Points

ବାଇକ୍‌ରେ ବିଧାନସଭା ଗଲେ ମୁଖ୍ୟମନ୍ତ୍ରୀ
କମିଲା VIP କାରକେଡ୍
ମୁଖ୍ୟମନ୍ତ୍ରୀଙ୍କ ବାଇକ୍ ରାଇଡ୍ ଭିଡିଓ ଭାଇରାଲ
ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧର ମାହୋଲ ଏବଂ ତୈଳ ଦର ବୃଦ୍ଧି ପାଉଥିବା ଯୋଗୁଁ ସାରା ବିଶ୍ୱରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ, ବିଶେଷକରି ପେଟ୍ରୋଲ ବ୍ୟବହାର କମ୍ କରିବାକୁ ଆହ୍ୱାନ ଦେଇଥିଲେ । ଆଉ ପ୍ରଧାନମନ୍ତ୍ରୀ ମୋଦି ବି ତାଙ୍କ କାରକେଡ୍‌କୁ ଯଥେଷ୍ଟ ହ୍ରାସ କରିଥିଲେ । ପରବର୍ତ୍ତୀ ସମୟରେ ଅନେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ରାଜ୍ୟପାଳ ମଧ୍ୟ ଏହାକୁ ଅନୁସରଣ କରୁଥିବା ଦେଖିବାକୁ ମିଳୁଛି । ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକ ବାଇକ୍ ଯୋଗେ ବିଧାନସଭାରେ ପହଞ୍ଚିଥିଲେ, ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ।

ସରକାରୀ ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ସମ୍ପ୍ରତି ଘରୋଇ ଗସ୍ତ ସମୟରେ ତାଙ୍କ କାରକେଡ୍‌ରେ ଗାଡ଼ି ସଂଖ୍ୟା ହ୍ରାସ କରିଛନ୍ତି । ଏହି ପରିବର୍ତ୍ତନ ଗୁଜରାଟ ଏବଂ ଆସାମ ଗସ୍ତ ସମୟରେ ସ୍ପଷ୍ଟ ଭାବରେ ଦେଖାଯାଇଥିଲା । ତଥାପି, SPG ପ୍ରୋଟୋକଲ ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ବଜାୟ ରଖାଯାଇଛି । ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ସମ୍ଭବ ହେଲେ ତାଙ୍କ କାରକେଡ୍‌ରେ EV ସାମିଲ କରାଯିବା ଉଚିତ, କିନ୍ତୁ କୌଣସି ନୂତନ କ୍ରୟ କରାଯିବା ଉଚିତ ନୁହେଁ ।
ସୂଚନା ଅନୁଯାୟୀ, କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀମାନଙ୍କୁ କହିଥିଲେ ଯେ ପଶ୍ଚିମ ଏସିଆ ସଙ୍କଟକୁ ଦୃଷ୍ଟିରେ ରଖି ସମ୍ବଳ ସଂରକ୍ଷଣ ଏବଂ ଖର୍ଚ୍ଚରେ ସଂଯମତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ । ସେ ମନ୍ତ୍ରୀମାନଙ୍କୁ ସେମାନଙ୍କର କାରକେଡ୍‌କୁ କମ୍‌ କରିବା ଏବଂ ବିଦେଶ ଯାତ୍ରା ହ୍ରାସ କରିବାକୁ ମଧ୍ୟ ଅନୁରୋଧ କରିଥିଲେ ।



ପ୍ରଧାନମନ୍ତ୍ରୀଙ୍କ ଆବେଦନ ପରେ ଅନେକ ରାଜ୍ୟ ତୁରନ୍ତ ପଦକ୍ଷେପ ନେଇଥିଲେ । ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ କାରକେଡ୍‌ରେ ଗାଡ଼ି ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଜନସାଧାରଣଙ୍କୁ ବୁଦ୍ଧିମାନ ଭାବରେ ଖର୍ଚ୍ଚ କରିବା ଏବଂ ଇନ୍ଧନ ସଞ୍ଚୟ କରିବାକୁ ମଧ୍ୟ ନିବେଦନ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସମ୍ମାନ ଜଣାଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଗୁରୁବାର ବର୍ଷା ଆବାସରୁ ବିଧାନସଭା ଏବଂ ତା'ପରେ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକକୁ ବାଇକ୍‌ ଯୋଗେ ଯାଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସରକାରଙ୍କ ପକ୍ଷରୁ ଇନ୍ଧନ ସଂରକ୍ଷଣ ଏବଂ ଅନାବଶ୍ୟକ ଖର୍ଚ୍ଚ ହ୍ରାସ କରିବା ପାଇଁ ଏକ ବାର୍ତ୍ତା ଭାବରେ ଦେଖାଯାଉଛି । ଆବଶ୍ୟକ ହେଲେ ସେୟାର ଯାନ, ବୈଦ୍ୟୁତିକ ଯାନ ବ୍ୟବହାର ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Devendra Fadnavis Reaches Assembly on Bike Amid Fuel Saving Push | Argus News