Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍ !

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍ !

ଅର୍ଗସ ବ୍ୟୁରୋ : ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍ । ବିଜେପି କୋର୍‌ କମିଟି ବୈଠକରେ ଫଡନାବିସ୍‌ଙ୍କ ନାଁରେ ମୋହର ଲାଗିଥିବା ସୂଚନା ମିଳିଛି । ସେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି  । । ନିର୍ବାଚନ ରେଜଲ୍ଟ ଆସିବାର ୧୧ ଦିନ ବିତିଛି । କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ହେବେ ଏହାକୁ ନେଇ ସପ୍ତାହରୁ ଅଧିକ ସମୟ ଧରି ଦ୍ବନ୍ଦ୍ବ ଲାଗି ରହିଥଲା । ଆଜି ବୈଠକରେ ଫଡନାବିସ୍ଙ୍କ ନାଁ ରେ ମୋହର ଲଗାଯାଇଥିବା ସୂଚନା ରହିଛି ।

ଅଧିକ ପଢନ୍ତୁ : ଆସନ୍ତାକାଲି ମହାରାଷ୍ଟ୍ରରେ ଶପଥଗ୍ରହଣ ଉତ୍ସବ

 ଆଜି ଅପରାହ୍ନରେ ସରକାର ଗଠନ ପାଇଁ ରାଜ୍ୟପାଳ ସିପି. ରାଧାକ୍ରିଷ୍ଣନ୍‌ଙ୍କୁ ଭେଟି ଦାବି ଜଣାଇବ ମହାୟୁତି । ମହାରାଷ୍ଟ୍ରରେ ମହାୟୁତିକୁ ବହୁମତ ମିଳିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନସ ଲାଗି ରହିଥିଲା । ଦୌଡରେ ଫଡନବୀସ ଆଗରେ ରହିଥିଲେ ମଧ୍ୟ ତାଙ୍କ ନାଁ ଚୂଡାନ୍ତ ହୋଇପାରି ନଥିଲା । ଆଜି ବିଜେପି ବିଧାୟକ ମାନଙ୍କ ସହ କୋର କମିଟିର ବୈଠକ ହୋଇଥିଲା । ଏଥିରେ ଦେବେନ୍ଦ୍ର ଫଡନବୀସଙ୍କ ନାଁ ଚୂଡାନ୍ତ ହୋଇଛି । ଆସନ୍ତାକାଲି ମୁମ୍ବାଇର ଆଜାଦ ମୈଦାନରେ ଶପଥ ଗ୍ରହଣ ସମାରୋହ ହେବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Devendra Fadnavis will be the new Chief Minister of Maharashtra! | Argus News