Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଶ୍ରୀରାମ ମନ୍ଦିର ପ୍ରତିଷ୍ଠା , ସମସ୍ତଙ୍କୁ ନିମନ୍ତ୍ରଣ ପାଇଁ ଦ୍ବାର ଦ୍ବାର ବୁଲିବେ ରାମଭକ୍ତ

National

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା , ସମସ୍ତଙ୍କୁ ନିମନ୍ତ୍ରଣ ପାଇଁ ଦ୍ବାର ଦ୍ବାର ବୁଲିବେ ରାମଭକ୍ତ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଶ୍ରୀରାମ ମନ୍ଦିର ପ୍ରତିଷ୍ଠା , ସମସ୍ତଙ୍କୁ ନିମନ୍ତ୍ରଣ ପାଇଁ ଦ୍ବାର ଦ୍ବାର ବୁଲିବେ ରାମଭକ୍ତ

Key Points

  • ଅନେକ ସଂଘର୍ଷ ପରେ ପ୍ରତିଷ୍ଠା ହେବ ଶ୍ରୀରାମ ମନ୍ଦିର
  • ସମସ୍ତଙ୍କୁ ନିମନ୍ତ୍ରଣ ପାଇଁ ଦ୍ବାର ଦ୍ବାର ବୁଲିବେ ରାମଭକ୍ତ
  • ସରକାରଙ୍କ ନିର୍ଦ୍ଦେଶନାମା ପରେ ମନ୍ଦିର ବୁଲି ଦର୍ଶନ କରି ପାରିବେ ଭକ୍ତ
  • ଶ୍ରୀରାମ ଧ୍ବଜା ପୂଜନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ :  ଆମ ପୂର୍ବ ପୁରୁଷମାନେ ଅନେକ ସଂଘର୍ଷ କରିଛନ୍ତି । ମନ୍ଦିର ତିଆରି କରିବା ପାଇଁ ଅନେକ କିଛି ସାମ୍ନା କରିବାକୁ ପଡିଛି ସେମାନଙ୍କୁ । କିନ୍ତୁ ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଶ୍ରୀରାମ ଧ୍ବଜା ପୂଜନ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର କହିଛନ୍ତି, ଭାରତର ଅନେକ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ ଏହା ଦୀର୍ଘ ଦିନ ଧରି ଚାଲିଥାଏ। ହେଲେ ଅଯୋଧ୍ୟାର ଶ୍ରୀରାମ ମନ୍ଦିର ଅଗଷ୍ଟ ୨୦୨୨ରେ ଆରମ୍ଭ ହୋଇ ୨୦୨୪ରେ ଶେଷ ହେବାକୁଯାଉଛି ।  ଏବଂ ୨୨ ରେ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଯାହାକୁ ନେଇ ସାରା ବିଶ୍ବରେ ଭାରତ ଏକ ପରିଚୟ ସୃଷ୍ଟି କରିଛି । 
ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନେଇ ପ୍ରତ୍ୟେକ ରାମ ଭକ୍ତ ସମସ୍ତଙ୍କ ଦ୍ବାର ଦ୍ବାର ବୋଲି ନିମନ୍ତ୍ରଣ କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । 

ସାରା ଭାରତକୁ ରାମମୟ କରିବା ପାଇଁ ଆମକୁ ସଂକଳ୍ପ କରିବାକୁ ପଡିବ । ଆମେ ସମସ୍ତେ ରାମରାଜ୍ୟ ପାଇଁ ସଂକଳ୍ପ ନେବା ଦରକାର ଏବଂ ଏହାର ଦାୟିତ୍ବ ସମସ୍ତ ଜନତା ଗ୍ରହଣ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
devotees will go from door to door to inviting everyone for innaguration of ram temple | Argus News