Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭୋଟ ଦେବା ଲାଗି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଦେଓଲ ପରିବାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଭୋଟ ଦେବା ଲାଗି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଦେଓଲ ପରିବାର

ଅର୍ଗସ ବ୍ୟୁରୋ:  ଭୋଟ ଦେଲେ ଦେଓଲ ପରିବାର। ଭୋଟ ଦେବା ଲାଗି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ବଲିଉଡ ଅଭିନେତା ଧର୍ମେନ୍ଦ୍ର ୮୮ ବର୍ଷ ବୟସରେ ମଧ୍ୟ ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି । ତାଙ୍କ ଶରୀର ବର୍ତ୍ତମାନ ଅସୁସ୍ଥ ରହିଛି ବୋଲି କୁହାଯାଉଛି । ଏଥିସହ ଏହି ବୟସରେ ସେ ଭୋଟ ଦେବା ଯୁବ ପିଢିଙ୍କ ପାଇଁ ଏକ ପ୍ରେରଣା । ଧର୍ମେନ୍ଦ୍ରଙ୍କ ବ୍ୟତୀତ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ଭୋଟ ଦେବାକୁ ପହଁଚିଥିଲେ । ଏହି ସମୟରେ ଇଶା ଦେଓଲ ମଧ୍ୟ ନଜର ଆସିଛନ୍ତି । ତେବେ ଦେଓଲ ପରିବାରର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଦେଶରେ ଲୋକସଭା ନିର୍ବାଚନର ଆଜି ପଞ୍ଚମ ପର୍ଯ୍ୟାୟରେ ଭୋଟିଂ ଚାଲିଛି । ଯେଉଁଥିପାଇଁ ଆଜି ମୁମ୍ବାଇରେ ସକଳୁ ସକାଳୁ ମତଦାନ କେନ୍ଦ୍ର ବାହାରେ ଲମ୍ବା ଲାଇନ ଲାଗିଛି । ସାଧାରଣ ଜନତାଙ୍କ ଠାରୁ ନେଇ ଫିଲ୍ମ ଷ୍ଟାରମାନଙ୍କୁ ମତଦାନ କରୁଥିବାର ଦେଖିବାକୁ ମିଳିଛି । ଏହି ତାଲିକାରେ ଅକ୍ଷୟ କୁମାର, ଫରହାନ ଅଖତର, ଜାନଭୀ କପୁର ଏବଂ ରାଜକୁମାର ରାଓ ସାମିଲ ଅଛନ୍ତି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Dharmendra, 88, Leads The Way For Bollywood, Steps Out To Vote | Argus News