Videos
|
National

ଦିବ୍ୟାଙ୍ଗଙ୍କ ପାଇଁ ଭାରତୀୟ ସାଙ୍କେତିକ ଭାଷାର ନୂଆ ଚ୍ୟାନେଲ ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଦିବ୍ୟାଙ୍ଗଙ୍କ ପାଇଁ ଭାରତୀୟ ସାଙ୍କେତିକ ଭାଷାର ନୂଆ ଚ୍ୟାନେଲ ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ : PM ଇ-ବିଦ୍ୟା ଅଧୀନରେ ଇଣ୍ଡିଆନ ସାଇନ୍ ଲାଙ୍ଗୁଏଜ୍ (ISL)ର ନୂଆ ଚ୍ୟାନେଲର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । DTHରେ ମାଗଣାରେ ପଢ଼ି ପାରିବେ ଶିକ୍ଷାର୍ଥୀ । DTH ଚ୍ୟାନେଲ୍ ନମ୍ବର ୩୧ରେ ଆସିବ ଏହି ଚ୍ୟାନେଲ୍। ଚଳିତ ବର୍ଷ ବଜେଟରେ ଏ ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଉ ଏକ ଗ୍ୟାରେଣ୍ଟି ପୂରଣ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ଦିବ୍ୟାଙ୍ଗ ମାନଙ୍କୁ ଅନେକ ନାମ ଅନେକ ଭାଷାର ପରିଚୟ ମିଳୁଥିଲା । ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ନୂଆ ପରିଚୟ ଦେଇଥିଲେ । ୨୦୧୧ର ଜନ ଗଣନା କହେ, ଦେଶରେ ୫୦ ଲକ୍ଷରୁ ଅଧିକ ଦିବ୍ୟାଙ୍ଗ ରହିଛନ୍ତି । ସେମାନଙ୍କୁ ସମବେଶୀ ଶିକ୍ଷା ପ୍ରଦାନ କରିବା ପାଇଁ ବ୍ୟବସ୍ଥା ହୋଇଛି ।

ଅଧିକ ପଢନ୍ତୁ : ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ଆଗତ

ସମାଜରେ ଆମର ଯେତିକି ଅଧିକାର ରହିଛି ସେମାନଙ୍କର ମଧ୍ୟ ସମାନ ଅଧିକାର ରହିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି । ଦିବ୍ୟାଙ୍ଗ ମାନଙ୍କ ସହଜ ଜୀଵନ ପାଇଁ ସାଇନ୍ ଲାଙ୍ଗୁଏଜ୍ କୁ ସମାଜରେ ବୃଦ୍ଧି କରିବାକୁ ପଡିବ । ଶବ୍ଦରେ କେବଳ ଭାବ ରୂପାନ୍ତରିତ ହୁଏନାହିଁ । ଭଗବାନଙ୍କ ଆଖିରୁ ମଧ୍ୟ ଭାବ ବୁଝାପଡେ । ଭାରତର କଳା, ସଂସ୍କୃତି, ନୃତ୍ୟରେ ସାଇନ୍ ଲାଙ୍ଗୁଏଜ୍  ରହିଛି । ଭାରତନାଟ୍ୟମ୍, କୁଚୂପୁଡ଼ି, ଓଡ଼ିଶୀରେ ସାଇନ୍ ଲାଙ୍ଗୁଏଜ୍  ରହିଛି । ଆମର ଲକ୍ଷ୍ୟ ସାଇନ୍ ଲାଙ୍ଗୁଏଜ୍ ବା ସାଙ୍କେତିକ ଭାଷାକୁ ବିଶ୍ବସ୍ତରୀୟ କରିବା । ଦିବ୍ୟାଙ୍ଗଙ୍କୁ ସାମାଜିକ ମର୍ଯ୍ୟାଦା ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Dharmendra launches new Indian Sign Language channel for Disabled children | Argus News