Dharmendra Pradhan Birthday / ଉଜ୍ଜ୍ବଳା ଯୋଜନା ସଫଳତାର ମୁଖ୍ୟ ନାୟକ, ଓଡ଼ିଶାର ଗର୍ବ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସବୁ ମହଲରୁ ଜନ୍ମଦିନର ଶୁଭେଚ୍ଛା
·3 hours ago·2 min read

Key Points
ଜାତୀୟ ଶିକ୍ଷା ନୀତିର ମୁଖ୍ୟ ସୂତ୍ରଧର
ଓଡ଼ିଶାର ସ୍ୱାର୍ଥ ଓ ଅସ୍ମିତାର ଦୃଢ଼ ସ୍ୱର
ଧର୍ମେନ୍ଦ୍ର ପ୍ରଧାନଙ୍କୁ ସବୁ ମହଲରୁ ଜନ୍ମଦିନର ଶୁଭେଚ୍ଛା

ଆଜି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମଦିନ । ଏହି ଅବସରରେ ଆଜି ସକାଳୁ ହିଁ ତାଙ୍କ ନିକଟକୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ । ଜାତୀୟ ଶିକ୍ଷା ନୀତିକୁ ଦେଶରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଧର୍ମେନ୍ଦ୍ରଙ୍କ ପ୍ରଶଂସନୀୟ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି ପିଏମ୍ ମୋଦି । ଦେଶର ବହୁ ପ୍ରମୁଖ ନେତା ତାଙ୍କୁ ଜଣାଇଛନ୍ତି ଜନ୍ମଦିନର ଅଭିନନ୍ଦନ । ଏପଟେ ଓଡ଼ିଶାର ଗାଁଠୁ ସହର ଓ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଜେପି କର୍ମୀ ଓ ସମର୍ଥକମାନେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଦିନକୁ ପାଳନ କରୁଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁରର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ୫୭ ତମ ଜନ୍ମଦିନ । ଏହି ବିଶେଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରମୁଖ ସ୍ବତନ୍ତ୍ର ଚିଠି ଲେଖି ଜଣାଇଛନ୍ତି ଜନ୍ମଦିନର ଶୁଭେଚ୍ଛା । ଜାତୀୟ ଶିକ୍ଷା ନୀତିକୁ ଦେଶରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସନୀୟ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି ପିଏମ୍ ମୋଦି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇବା ସହ ଧର୍ମେନ୍ଦ୍ରଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ।
ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ସମେତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ୟୁପି CM ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନାଭିସ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ବିଜେପିର ବରିଷ୍ଠ ନେତୃବୃନ୍ଦ, ବିଭିନ୍ନ ସଂଗଠନ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଭାରତର ଶିକ୍ଷା ବ୍ୟବସ୍ଥାକୁ ଏକ ନୂଆ ଦିଶା ଦେବାରେ ଧର୍ମେନ୍ଦ୍ରଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ସମସ୍ତେ ।
ଏହି ଅବସରରେ ନୂଆଦିଲ୍ଲୀ ଓଡ଼ିଆ ସମାଜ ପକ୍ଷରୁ ହଜ୍ ଖାସ୍ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଛି ରକ୍ତ ଦାନ ଶିବିର । ଶୁଭ ମନାସି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ମା ।
ଏପଟେ ଧର୍ମେନ୍ଦ୍ରଙ୍କ ଜନ୍ମଦିନରେ ଓଡ଼ିଶାରେ ଦେଖିବାକୁ ମିଳିଛି ଉତ୍ସାହର ପରିବେଶ । ନିଜ ନିର୍ବାଚନ ମଣ୍ଡଳୀ ସମ୍ବଲପୁର ସମେତ ତାଳଚେର, ଅନୁଗୁଳ ଓ ରାଜଧାନୀ ଭୁବନେଶ୍ୱରରେ ଦଳୀୟ କର୍ମୀ ଓ ସମର୍ଥକମାନେ ବ୍ୟାପକ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବିଭିନ୍ନ ମନ୍ଦିରରେ ମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ବିଶେଷ ପୂଜାର୍ଚ୍ଚନା ଓ ଦୀପ ଦାନ କରାଯାଇଛି । ସେହିପରି ଅନାଥ ଆଶ୍ରମ ଓ ହସ୍ପିଟାଲରେ ରୋଗୀ ଓ ଗରିବ ଲୋକଙ୍କୁ ଫଳ ଓ ମିଠା ବଣ୍ଟନ କରାଯାଇଛି ।
ଏ ସମସ୍ତ ଶୁଭେଚ୍ଛା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ଦେଶ ଗଠନ ଓ ଜନସେବାରେ ନିଜକୁ ସଦାସର୍ବଦା ନିୟୋଜିତ ରଖିବା ପାଇଁ ଏହି ଭଲପାଇବା ତାଙ୍କୁ ଅଧିକ ପ୍ରେରଣା ଦେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories