Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନୂତନ ଶିକ୍ଷାନୀତିକୁ ନେଇ ଜୟାଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିଲେ ଧର୍ମେନ୍ଦ୍ର

National

ନୂତନ ଶିକ୍ଷାନୀତିକୁ ନେଇ ଜୟାଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିଲେ ଧର୍ମେନ୍ଦ୍ର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ନୂତନ ଶିକ୍ଷାନୀତିକୁ ନେଇ ଜୟାଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ : ରାଜ୍ୟସଭାରେ ଜୟା ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ନୂତନ ଶିକ୍ଷା ନୀତିରେ ଗ୍ରାମାଞ୍ଚଳ ଶିକ୍ଷକ ଙ୍କୁ ପ୍ରଶିକ୍ଷଣ(trained) ଶିକ୍ଷକ କରିବା ପାଇଁ ହୋଇଥିବା ଯୋଜନା ଉପରେ ପ୍ରଶ୍ନ କରିଥିଲେ ଜୟା । ଉତ୍ତର ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଲେ, ଚଳିତ ବଜେଟରେ ୧ କୋଟି ଶିକ୍ଷକଙ୍କ ତାଲିମ ପାଇଁ ବ୍ୟବସ୍ଥା କରାଯାଇଛି। ସରକାର ଏ ଦିଗରେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । NSSO ଡାଟା ଅନୁସାରେ ଭାରତରେ ବେକାରୀ ସମସ୍ୟା ହ୍ରାସ ହୋଇଛି।

ଅଧିକ ପଢନ୍ତୁ : ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଓ ସୁରକ୍ଷା ସହ ସାଲିସ୍ କରାଯିବ ନାହିଁ - ଧର୍ମେନ୍ଦ୍ର ପ୍ରଧାନ

୬ ପ୍ରତିଶତରୁ ଏହା ହ୍ରାସ ହୋଇ ୩.୧ ହୋଇଛି। ୫ ବର୍ଷ ପୂର୍ବେ ଏହା ୬ ପ୍ରତିଶତ ଥିଲା ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି । ଶିକ୍ଷା କ୍ଷେତ୍ରରେ ଦକ୍ଷତା ବିକାଶକୁ ଯୋଡିବା ଯୋଗୁଁ ଏହା ବହୁ ଦିଗରେ ସଫଳ ହୋଇଛି । ସାର୍ଟିଫିକେଟ, ଡିଗ୍ରୀ, ଦକ୍ଷତା ମଧ୍ୟରେ ଯେଉଁ ପାର୍ଥକ୍ୟ ରହୁଥିଲା ତାହା ଆଜି ଦୂର ହେଉଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra pradhan answered all Jaya's questions about the new education system | Argus News