Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

West Bengal Election / ରାତି ଅଧରେ ଜାରି ହେଲା ପଶ୍ଚିମବଙ୍ଗର ପ୍ରଥମ ଭୋଟର ତାଲିକା

Subhramjit Ray
Browse all articles by Subhramjit Ray
·3 months ago·2 min read
ରାତି ଅଧରେ ଜାରି ହେଲା ପଶ୍ଚିମବଙ୍ଗର ପ୍ରଥମ ଭୋଟର ତାଲିକା
West Bengal Supplementary Voter List

Key Points

ପ୍ରତ୍ୟେକ ବୁଥ୍ ପାଇଁ ତାଲିକା ସୋମବାର ରାତି ପ୍ରାୟ ୧୧:୫୫ ସମୟରେ ନିର୍ବାଚନ କମିଶନ ୱେବସାଇଟ୍ ରେ ପ୍ରକାଶିତ ହୋଇଥିଲା।
WB Assembly Election 2026: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଳମ୍ବିତ ରାତିରେ ଜାରି ହୋଇଛି ପ୍ରଥମ ସଂଶୋଧିତ ଭୋଟର ତାଲିକା। ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅଧିନରେ "ବିଚାରାଧିନ" ବର୍ଗରେ ରଖାଯାଇଥିବା ମତାଦାତାଙ୍କ ସହ ଜଡ଼ିତ ମାମଲାର ଶୁଣାଣି ଆଧାରରେ ନିର୍ବାଚନ କମିଶନ ପ୍ରଥମ ପରିପୂରକ ଭୋଟର ତାଲିକା ଜାରି କରିଛନ୍ତି। ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ ପ୍ରତ୍ୟେକ ବୁଥ୍ ପାଇଁ ତାଲିକା ସୋମବାର ରାତି ପ୍ରାୟ ୧୧:୫୫ ସମୟରେ ନିର୍ବାଚନ କମିଶନ ୱେବସାଇଟ୍ ରେ ପ୍ରକାଶିତ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ତାଲିକାରୁ କେତେ ନାମ ରଖାଯାଇଛି ଏବଂ ଆଉ କେତେ ନାମକୁ ବାଦ ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ।

ପ୍ରଥମ ପରିପୂରକ ଭୋଟର ତାଲିକାରେ ରହିଛି କାହାର ନାମ?
୨୮ ଫେବୃଆରୀରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରାୟ ୬୦ ଲକ୍ଷ ନାମ "ବିଚାରାଧିନ" ଭାବରେ ଚିହ୍ନଟ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ନାମକୁ ଭୋଟର ତାଲିକାରେ ବଜାୟ ରଖିବା କିମ୍ବା ବାଦ ଦେବା ଆବଶ୍ୟକ ସେ ନେଇ ନିଷ୍ପତ୍ତି ନେବା ପାଇଁ ୭୦୫ ଜଣ ନ୍ୟାୟିକ ଅଧିକାରୀଙ୍କୁ ନିଯୁକ୍ତ କରିଥିଲେ ନିର୍ବାଚନ କମିଶନ। ପରିପୂରକ ତାଲିକାରେ ସେହି ମତଦାତାଙ୍କ ନାମ ଅନ୍ତର୍ଭୂକ୍ତ ଅଛି ଯାହାଙ୍କ ମାମଲା ଏହି ନ୍ୟାୟିକ ଅଧିକାରୀଙ୍କ ଦ୍ୱାରା ନିଷ୍ପତ୍ତି ନିଆଯାଇଛି। ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମନୋଜ କୁମାର ଅଗ୍ରୱାଲ ସୋମବାର ସନ୍ଧ୍ୟାରେ କହିଥିଲେ ଯେ ଏପର୍ଯ୍ୟନ୍ତ ପ୍ରାୟ ୨୯ ଲକ୍ଷ ଲୋକଙ୍କ ନାଁ ଯାଞ୍ଚ କରାଯାଇଛି।

 ଏଥିସହ ପଢ଼ନ୍ତୁ:  ସୋମବାର ଆସିବ ଚୂଡାନ୍ତ ଭୋଚର ତାଲିକା; ଆଇନ ଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ 

ଭୋଟର ତାଲିକାର ଯୋଡ଼ାଗଲା କେତେ ନାଁ? କେତେ ଜଣଙ୍କ ନାଁ ଭୋଟର ତାଲିକାରୁ ହଟିଲା?
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ସୋମବାର ବିଳମ୍ବିତ ରାତିରେ ଜାରି ହୋଇସାରିଛି ପ୍ରଥମ ପରିପୂରକ ଭୋଟର ତାଲିକା। ହେଲେ ଏହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ସଂଶୋଧିତ ଭୋଟର ତାଲିକାରେ କେତେ ଜଣଙ୍କ ନାଁ ଯୋଡ଼ାଯାଇଛି ଆଉ କେତେଜଣଙ୍କ ନାଁ ହଟାଯାଇଛି। ଯଦିଓ ଭୋଟର ତାଲିକା ନିର୍ବାଚନ କମିଶନ ୱେବସାଇଟ୍ ରେ ଅପଲୋଡ କରାଯାଇଛି ହେଲେ ଏହାକୁ ଡାଉନଲୋଡ୍ କରାଯାଇ ପାରୁନାହିଁ। ଏନେଇ ଅଧିକାରୀ କହିଛନ୍ତି ଯେ ନ୍ୟାୟିକ ପ୍ରକ୍ରିୟା ଆଗକୁ ବଢ଼ିବା ସହିତ ଅଧିକ ପରିପୂରକ ଭୋଟର ତାଲିକା ଜାରି କରାଯିବ।

ଭୋଟର ତାଲିକା ପ୍ରକାଶ କରାଯିବା ପୂର୍ବରୁ ନିର୍ବାଚନ ଆୟୋଗ (Election Commission of India) କହିଥିଲେ ଯେ, ବିଚାରାଧିନ ମାମଲା ସମୀକ୍ଷା ପ୍ରକ୍ରିୟା ବ୍ୟାପକ ହୋଇଛି। ଆବଶ୍ୟକୀୟ ଯାଞ୍ଚ ପରେ ୨୭ ଲକ୍ଷରୁ ଅଧିକ ମାମଲା ସମାଧାନ କରାଯାଇଛି। ପରେ ଏହାକୁ ସ୍ୱଚ୍ଛତାର ସହ ଚୂଡାନ୍ତ ତାଲିକାରେ ଅନ୍ତର୍ଭୂକ୍ତ କରାଯିବ। ଫେବୃଆରୀ ୨୮ ତାରିଖରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକାରେ ଯେଉଁ ୬୦ ଲକ୍ଷ ମତଦାତଙ୍କୁ ଚିହ୍ନଟ କରାଯାଇଥିଲା ସେମାନଙ୍କ ମଧ୍ୟରେ ଏହି ୨୭ ଲକ୍ଷ ଭୋଟର ରହିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
WB Supplementary Voter List 2026: First Electoral Roll Released in West Bengal | Argus News