IIT Madras Pongal Celebration / IIT ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
·6 months ago·2 min read

Key Points
ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ
ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ପାରମ୍ପରିକ ପୋଷାକରେ ପୋଙ୍ଗଲ ମନାଇଲେa

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସ ପରିସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ପାରମ୍ପରିକ ପୋଷାକ ପିନ୍ଧି ତାମିଲନାଡୁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ପୋଙ୍ଗଲ’ ପର୍ବ ପାଳନ କରିଛନ୍ତି ।
ପ୍ରତିଷ୍ଠାନର କମ୍ୟୁନିଟି ହଲ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସାମିଲ ହୋଇ ଅମଳର ଏହି ପର୍ବକୁ ଉପଭୋଗ କରିଥିଲେ । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ତାମିଲନାଡୁବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ପୋଙ୍ଗଲ ହେଉଛି କୃତଜ୍ଞତା, ସମୃଦ୍ଧି ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ । ଏହା ଆମ ସମାଜରେ ସଦଭାବନା ଏବଂ ଏକତାକୁ ପ୍ରତିଫଳିତ କରିଥାଏ । ଏହି ପର୍ବ ଶିକ୍ଷାୟତନ ପରିସରରେ ଭବ୍ୟ ବାତାବରଣ ସୃଷ୍ଟି କରିବା ସହ ଭାରତୀୟ ସଂସ୍କୃତିର ବିଭିନ୍ନତା ମଧ୍ୟରେ ଏକତାକୁ ଆହୁରି ସୁଦୃଢ଼ କରିଛି ।
ମନ୍ତ୍ରୀ ଆଇଆଇଟି ମାଡ୍ରାସ ପରିବାର ସହ ସମୟ ବିତାଇବା ନେଇ ଖୁସି ବ୍ୟକ୍ତ କରିବା ସହ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଶାନ୍ତି, ସମୃଦ୍ଧି ଏବଂ ସୁଖମୟ ଜୀବନ କାମନା କରିଛନ୍ତି । ଏହି ସ୍ୱତନ୍ତ୍ର ଉତ୍ସବରେ ଉଚ୍ଚ ଶିକ୍ଷା ବିଭାଗର ସଚିବ ବିନୀତ ଯୋଶୀ, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭି. କାମାକୋଟି, ବିଭିନ୍ନ ବିଭାଗର ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।
ଏହା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କାଶୀ ତାମିଲ ସଙ୍ଗମମ୍ ୪.୦ର ସ୍ୱେଚ୍ଛାସେବୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଗସ୍ତ କାଳରେ ଆଇଆଇଟି ମାଡ୍ରାସ ପକ୍ଷରୁ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

A great delight to celebrate #Pongal and immerse in the celebration of abundance, warmth and togetherness with the @iitmadras family.
— Dharmendra Pradhan (@dpradhanbjp) January 14, 2026
Synonymous with the vibrant culture of Tamil Nadu, may the spirit of Pongal bring good health and happiness and further peace, prosperity and… pic.twitter.com/t5EPDpUjN2
ମନ୍ତ୍ରୀ ଆଇଆଇଟି ମାଡ୍ରାସ ପରିବାର ସହ ସମୟ ବିତାଇବା ନେଇ ଖୁସି ବ୍ୟକ୍ତ କରିବା ସହ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଶାନ୍ତି, ସମୃଦ୍ଧି ଏବଂ ସୁଖମୟ ଜୀବନ କାମନା କରିଛନ୍ତି । ଏହି ସ୍ୱତନ୍ତ୍ର ଉତ୍ସବରେ ଉଚ୍ଚ ଶିକ୍ଷା ବିଭାଗର ସଚିବ ବିନୀତ ଯୋଶୀ, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭି. କାମାକୋଟି, ବିଭିନ୍ନ ବିଭାଗର ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।
Cherished moments from today’s #Pongal celebrations.
— Dharmendra Pradhan (@dpradhanbjp) January 14, 2026
📍@iitmadras pic.twitter.com/ZJCcYEl8u0
ଏହା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କାଶୀ ତାମିଲ ସଙ୍ଗମମ୍ ୪.୦ର ସ୍ୱେଚ୍ଛାସେବୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଗସ୍ତ କାଳରେ ଆଇଆଇଟି ମାଡ୍ରାସ ପକ୍ଷରୁ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories