Dharmendra Pradhan / ବେଙ୍ଗାଲୁରୁ ଚାଣକ୍ୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
·4 months ago·2 min read

Key Points
- ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶର ପ୍ରତିଫଳନ ହେବା ଉଚିତ୍: ଧର୍ମେନ୍ଦ୍ର ପ୍ରଧାନ
- ଚାଣକ୍ୟ ବିଶ୍ୱବିଦ୍ୟାଳୟରେ ନୂତନ ଏକାଡେମିକ୍ ବ୍ଲକ ଏବଂ ସାଟେଲାଇଟ ଗ୍ରାଉଣ୍ଡ ଷ୍ଟେସନ ଉଦଘାଟିତ
- ନବସୃଜନ ଏବଂ ଜାତୀୟ ଦାୟିତ୍ୱବୋଧ ସହିତ ଭାରତକୁ ଆଗକୁ ନେବାରେ ବିଶ୍ୱବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ
ବେଙ୍ଗାଲୁରୁ: ବିଶ୍ଵବିଦ୍ୟାଳୟଗୁଡ଼ିକ କେବଳ ଶିକ୍ଷାଦାନ କେନ୍ଦ୍ର ନ ହୋଇ ମାନବ ସମ୍ବଳର ବିକାଶ ଓ ଜାତୀୟ ସଂକଳ୍ପର ପ୍ରତିଫଳନ ହେବା ଉଚିତ ବୋଲି ଆଜି ବେଙ୍ଗାଲୁରୁର ଚାଣକ୍ୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଗସ୍ତ କାଳରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ତଥା ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଏସ. ସୋମନାଥଙ୍କ ଉପସ୍ଥିତିରେ ‘ସୁଧା ଏବଂ କ୍ରିସ୍ ଗୋପାଳକ୍ରିଷ୍ଣନ ଏକାଡେମିକ ବ୍ଲକ’, ‘ଡକ୍ଟର କେ. କସ୍ତୁରୀରଙ୍ଗନ ଅଡିଟୋରିୟମ’ ଏବଂ ‘ସାଟେଲାଇଟ ଗ୍ରାଉଣ୍ଡ ଷ୍ଟେସନ’କୁ ଉଦଘାଟନ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ମାତୃଶକ୍ତିର ସମର୍ଥନ ସତ୍ତ୍ୱେ ବିକାଶ ପଥରେ ବାଧା ସୃଷ୍ଟି କରୁଛନ୍ତି ବିରୋଧୀ: ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, "ରାଷ୍ଟ୍ର ନିର୍ମାଣର ପ୍ରକୃତ ମାପକାଠି ପ୍ରାୟତଃ ସେହି ଅନୁଷ୍ଠାନଗୁଡ଼ିକରେ ପ୍ରତିଫଳିତ ହୁଏ, ଯେଉଁମାନେ ଆଗାମୀ ପିଢ଼ି ପାଇଁ ପୁଞ୍ଜିନିବେଶ କରିବାକୁ ବାଛିଥାନ୍ତି । ବିଶ୍ଵବିଦ୍ୟାଳୟଗୁଡ଼ିକ କେବଳ ଶିକ୍ଷାଦାନର କେନ୍ଦ୍ର ହୋଇ ରହିବା ଉଚିତ ନୁହେଁ; ସେଗୁଡ଼ିକ ଏପରି ଏକ ସ୍ଥାନ ଭାବରେ ଉଭା ହେବା ଉଚିତ୍, ଯେଉଁଠାରେ ଜାତୀୟ ଉଦ୍ଦେଶ୍ୟ ମାନବୀୟ ସମ୍ଭାବନାରେ ରୂପାନ୍ତରିତ ହୁଏ ଏବଂ ଯେଉଁଠାରେ ଯୁବବର୍ଗଙ୍କ ମନକୁ ଜ୍ଞାନ ଏବଂ ଚରିତ୍ର ସହିତ ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ କରାଯାଏ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ ଆହୁରି କହିଛନ୍ତି, "ବେଙ୍ଗାଲୁରୁ ଆଜି ଭାରତର 'ପ୍ରୁଫ୍ ଅଫ୍ କନସେପ୍ଟ' ଭାବରେ ଠିଆ ହୋଇଛି, ଯେଉଁଠାରେ ଇସ୍ରୋ, ଆଇଆଇଏସସି ବେଙ୍ଗାଲୁରୁ, ଡିଆରଡିଓ ଭଳି ଅନୁଷ୍ଠାନ ଏବଂ ଏକ ସମୃଦ୍ଧ ଷ୍ଟାର୍ଟଅପ୍ ବ୍ୟବସ୍ଥା ରହିଛି ।"
ସେହିପରି ଜାତୀୟ ପ୍ରଗତିର ପଥ କେବଳ ଅର୍ଥନୈତିକ ଅଭିବୃଦ୍ଧି ଦ୍ୱାରା ନୁହେଁ, ବରଂ ଆମେ ଗଠନ କରୁଥିବା ମାନସିକତାର ଗୁଣବତ୍ତା ଦ୍ୱାରା ନିର୍ଦ୍ଧାରିତ ହେବ । ଯେତେବେଳେ ବିଶ୍ୱବିଦ୍ୟାଳୟଗୁଡ଼ିକ ଉତ୍କର୍ଷତା ଏବଂ ଉଦ୍ଦେଶ୍ୟ ଉଭୟକୁ ଅନୁପ୍ରାଣିତ କରନ୍ତି, ସେମାନେ ଭାରତକୁ ଆତ୍ମବିଶ୍ୱାସ, ନବସୃଜନ ଏବଂ ଜାତୀୟ ଦାୟିତ୍ୱବୋଧ ସହିତ ଆଗକୁ ନେଇଯିବା ପାଇଁ ଏକ ସକ୍ଷମ ପିଢ଼ି ସୃଷ୍ଟି କରିବାରେ ସହାୟକ ହୁଅନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।
ଏଥିସହ ପଢ଼ନ୍ତୁ: ନିଜ ଗାଁରେ ‘ମନ୍ କୀ ବାତ୍’ ଶୁଣିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ବେଟ୍ଟାକୋଟେ ସ୍ଥିତ ସ୍ପର୍ଶ ଟ୍ରଷ୍ଟର 'ମକ୍କାଲା ଧାମ' କ୍ୟାମ୍ପସ ପରିଦର୍ଶନ କରିଥିଲେ । ସେହିପରି ପବିତ୍ର ନୃସିଂହ ଜୟନ୍ତୀ ଅବସରରେ କେନ୍ଦ୍ର ମନ୍ତ୍ରୀ ମଲ୍ଲେଶ୍ୱରମ ସ୍ଥିତ ଐତିହାସିକ ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ଦର୍ଶନ କରିବା ସହ ଦେଶର ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ ।

Related Topics
Explore more stories