Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନିଜ ଗାଁରେ ‘ମନ୍ କୀ ବାତ୍’ ଶୁଣିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Odisha

Narendra Modi Mann Ki Baat / ନିଜ ଗାଁରେ ‘ମନ୍ କୀ ବାତ୍’ ଶୁଣିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Santosh Kumar Sahoo
Browse all articles by Santosh Kumar Sahoo
·3 days ago·2 min read
ନିଜ ଗାଁରେ ‘ମନ୍ କୀ ବାତ୍’ ଶୁଣିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
PM Modi Radio Program

Key Points

ନିଜ ଗାଁରେ ‘ମନ୍ କୀ ବାତ୍’ ଶୁଣିଲେ ଧର୍ମେନ୍ଦ୍ର ପ୍ରଧାନ
'ମନ୍ କୀ ବାତ୍' ହୋଇଛି ଜନସମ୍ବାଦର ମାଧ୍ୟମ
ନିଜ ଗ୍ରାମର ଗୁରୁଜନ ଓ ଆତ୍ମୀୟସ୍ୱଜନଙ୍କୁ ଭେଟି ଖୁସିବ୍ୟକ୍ତ କଲେ
ନିଜ ଗାଁରେ ପ୍ରଧାନମନ୍ତ୍ରୀଙ୍କ ମନ୍‌ କୀ ବାତ୍‌ ଶୁଣିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅନୁଗୁଳ ଜିଲ୍ଲା ତାଳଚେର କଣିହାଁ ବ୍ଲକ ସ୍ଥିତ ନିଜ ପୈତୃକ ଗ୍ରାମ ନାଲମ ଗସ୍ତ କରି ଦଳୀୟ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଲୋକଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ମନ୍ କୀ ବାତ୍'ର ୧୩୩ତମ ସଂସ୍କରଣ ଶୁଣିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ, 'ମନ୍ କୀ ବାତ୍' କାର୍ଯ୍ୟକ୍ରମ ଦେଶବ୍ୟାପୀ ଜନସମ୍ବାଦର ଏକ ପ୍ରଭାବଶାଳୀ ମାଧ୍ୟମ ପାଲଟିଛି, ଯାହା ସମାଜରେ ସକାରାତ୍ମକ ଚିନ୍ତାଧାରା ଓ ସଚେତନତା ସୃଷ୍ଟି କରିବା ସହ ରାଷ୍ଟ୍ର ନିର୍ମାଣକୁ ଗତି ପ୍ରଦାନ କରୁଛି । ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପରମାଣୁ କାର୍ଯ୍ୟକ୍ରମ କ୍ଷେତ୍ରରେ ଆମ ବୈଜ୍ଞାନିକଙ୍କ ସଫଳତା ଏବଂ ଗଣିତରେ କନ୍ୟାରତ୍ନଙ୍କ ପ୍ରତିଭା ଦେଶ ପାଇଁ ଗର୍ବର ବିଷୟ । ସ୍ଥାନୀୟ ବାଉଁଶ ସାମଗ୍ରୀକୁ ଉପହାର ଭାବେ ବ୍ୟବହାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ 'ଭୋକାଲ୍ ଫର୍ ଲୋକାଲ୍' ଅଭିଯାନକୁ ଆହୁରି ଶକ୍ତିଶାଳୀ କରିବ ।



ଭଗବାନ ବୁଦ୍ଧଙ୍କ ଶିକ୍ଷା ଓ ରବୀନ୍ଦ୍ରନାଥ ଟାଗୋରଙ୍କ ସ୍ମୃତିଚାରଣ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ଓଡ଼ିଶା ସମେତ ସମଗ୍ର ଦେଶବାସୀଙ୍କୁ ଏକ ସଶକ୍ତ ଭାରତ ଗଠନ ପାଇଁ ନୂତନ ପ୍ରେରଣା ଯୋଗାଇଛି । ପ୍ରଧାନମନ୍ତ୍ରୀ 'ଡିଜିଟାଲ ଜନଗଣନା ୨୦୨୭' ପାଇଁ ଯେଉଁ ଆହ୍ୱାନ ଦେଇଛନ୍ତି, ତାହା ଦେଶର ପ୍ରଗତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସମସ୍ତେ ଏହି ମହତ୍ ଅଭିଯାନର ଅଂଶବିଶେଷ ହୋଇ ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିଛନ୍ତି ।

ଏହି ଗସ୍ତ ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଗ୍ରାମର ଗୁରୁଜନ ଓ ଆତ୍ମୀୟସ୍ୱଜନଙ୍କୁ ଭେଟି ସୌଜନ୍ୟମୂଳକ ଆଲୋଚନା କରିଥିଲେ । ସେ କହିଥିଲେ, ଗାଁ ମାଟିର ସ୍ନେହ ଓ ଗୁରୁଜନମାନଙ୍କ ଆଶୀର୍ବାଦ ସବୁବେଳେ ପ୍ରେରଣା ହୋଇ ରହିବ । ସେମାନଙ୍କ ସହ କିଛି ସମୟ ଅତିବାହିତ କରି ନିଜକୁ ଖୁସି ଅନୁଭବ କରୁଛି । ଏହି ଗସ୍ତ କାଳରେ କେନ୍ଦ୍ର ମନ୍ତ୍ରୀ ଗ୍ରାମର କୂଳ ଦେବତା ଶ୍ରୀ ଶ୍ରୀ ନୃସିଂହ ଦେବଙ୍କ ଦର୍ଶନ କରି ସମସ୍ତଙ୍କର ମଙ୍ଗଳ କାମନା କରିବା ସହ ତାଳଚେର କଣିହାଁ ଠାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ପବିତ୍ର ମୋହନ ପ୍ରଧାନଙ୍କ ତ୍ୟାଗ ଓ ନିର୍ଭୀକ ନେତୃତ୍ୱ ଯୁବପିଢ଼ିଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସେ ପ୍ରକାଶ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan Listens to Mann Ki Baat in His Native Village | Argus News