Videos
|
National

Dharmendra Pradhan / ସଂସଦ ବାହାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୋରଦାର ସ୍ୱାଗତ କଲେ, ପଗଡ଼ି ପିନ୍ଧାଇ ଭିତରକୁ ନେଲେ

Ritu Das
Browse all articles by Ritu Das
·1 month ago·2 min read
ସଂସଦ ବାହାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୋରଦାର ସ୍ୱାଗତ କଲେ, ପଗଡ଼ି ପିନ୍ଧାଇ ଭିତରକୁ ନେଲେ
India

Key Points

ସଂସଦରେ ଧର୍ମେନ୍ଦ୍ରଙ୍କୁ ଭବ୍ୟ ସ୍ୱାଗତ
ଧର୍ମେନ୍ଦ୍ର ପ୍ରଧାନଙ୍କୁ NDA ସାଂସଦମାନେ ପଗଡ଼ି ପିନ୍ଧାଇ ସମ୍ମାନ ଜଣାଇଲେ
‘ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ’ ନାରାରେ ସଂସଦ ଭବନ ପ୍ରକମ୍ପିତ ହେଲା

କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେବାପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୋମବାର ପ୍ରଥମଥର ସଂସଦ ଭବନ ପହଞ୍ଚିଥିଲେ। ଆଉ ସେଠି ଏମିତି କିଛି ଘଟିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଧର୍ମେନ୍ଦ୍ର ସେଠାରେ ପହଞ୍ଚୁ ପହଞ୍ଚୁ NDAର ସାଂସଦମାନେ ମକରଦ୍ବାର ନିକଟରେ ତାଙ୍କୁ ଜୋରଦାର ସ୍ବାଗତ କରିବାସହ ତାଙ୍କୁ ସମ୍ମାନର ସହ ପଗଡ଼ି ପିନ୍ଧାଇଥିଲେ। ତା'ପରେ ତାଙ୍କୁ ପୂର୍ଣ୍ଣ ସମ୍ମାନର ସହିତ ସଂସଦ ଗୃହ ଭିତରକୁ ନିଆଯାଇଥିଲା। ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହେଲା ସଂସଦ ଭବନ। ପଦବୀ ସିନା କାଗଜପତ୍ର ଓ କାର୍ଯ୍ୟାଳୟରେ ପରିଚୟ ଦେଇପାରେ, ହେଲେ ହୃଦୟରେ ରାଜ କରିବାପାଇଁ ନିଷ୍କପଟ ଭଳପାଇବା ହିଁ ଯଥେଷ୍ଟ। ଯାହାକି ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀଙ୍କ ହୃଦୟରେ ସେହି ସ୍ଥାନ ପାଇସାରିଛନ୍ତି।

ଏହାସହ ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ବଳିଷ୍ଠ ଅବଦାନ; ମୋଦି ସରକାରରେ ଶିକ୍ଷାକ୍ଷେତ୍ରରେ ଐତିହାସିକ ସଫଳତା

ଏହି ସ୍ୱାଗତ ମାଧ୍ୟମରେ ସରକାର ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ତାଙ୍କ ବିବେକ ଦ୍ୱାରା ନିଆଯାଇଥିବା ଏକ ସ୍ୱେଚ୍ଛାକୃତ ନିଷ୍ପତ୍ତି ଥିଲା, ଯାହା ଛାତ୍ର ଏବଂ ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେ ନେଇଛନ୍ତି। ଆଉ ତାଙ୍କର ଏହି ନିଷ୍ପତ୍ତିରେ ସମଗ୍ର ସରକାର ଏବଂ ସଂଗଠନ ତାଙ୍କ ପଛରେ ଦୃଢ଼ ଭାବରେ ଠିଆ ହୋଇଛି। ପ୍ରଧାନମନ୍ତ୍ରୀ ତାଙ୍କୁ ଇସ୍ତଫା ମାଗି ନଥିଲେ। ଆଉ ଏବେ, ମକରଦ୍ୱାରରେ ସ୍ୱାଗତ ମାଧ୍ୟମରେ, ଶାସକ ଦଳ ପ୍ରମାଣ କରିଛି ଯେ, ଇସ୍ତଫା ଚାପ କିମ୍ବା ଅସନ୍ତୋଷର ପରିଣାମ ନଥିଲା। ବରଂ ସ୍ବେଚ୍ଛାକୃତ ଥିଲା।

  • ଇସ୍ତଫା ପରେ ବିଜେପି ନେତାମାନେ ଧର୍ମେନ୍ଦ୍ରଙ୍କୁ ଭେଟିଥିଲେ

ଯେତେବେଳେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସେତେବେଳେ ଗୃହମନ୍ତ୍ରୀ ଅମିତ ଶାହ, ପୀୟୁଷ ଗୋୟଲ, ଜେପି ନଡ୍ଡା, ଜିତେନ୍ଦ୍ର ସିଂହ, ନିର୍ମଳା ସୀତାରମଣ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ଅନେକ ବରିଷ୍ଠ ନେତା ତାଙ୍କ ଘରକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ବିଜେପି ସଭାପତି ନୀତିନ ନବୀନ ମଧ୍ୟ ଥିଲେ। ସମସ୍ତ ବିଜେପି ନେତା ତାଙ୍କ ଇସ୍ତଫାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ, କିନ୍ତୁ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ପ୍ରଧାନ ସ୍ୱେଚ୍ଛାକୃତ ଭାବରେ ଇସ୍ତଫା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉଲ୍ଲେଖନୀୟ ଯେ, ଧର୍ମେନ୍ଦ୍ର ପ୍ରଧାନ ଯୁବକମାନଙ୍କୁ ଲେଖିଥିବା ଚିଠିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ଯେ ଦେଶ ବିରୋଧୀ ଶକ୍ତିମାନେ ଛାତ୍ର ପ୍ରତିବାଦର ଫାଇଦା ଯେମିତି ନ ଉଠାଇବେ ତାହା ନିଶ୍ଚିତ କରିବା ପାଇଁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଥିଲେ ଯେ ସେ ପ୍ରଥମ ଦିନରୁ NEET ପେପର ଲିକ୍ ପାଇଁ ଦାୟୀତ୍ୱ ନେବା ସହ ଯଥା ସମ୍ଭବ ପଦକ୍ଷେପ ମଧ୍ୟ ନେଇଥିଲେ। ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ଦୃଷ୍ଟିରେ ରଖି NEET ପରୀକ୍ଷା ପୁନଃନିର୍ଦ୍ଧାରିତ ମଧ୍ୟ କରାଯାଇଥିଲା ଏବଂ ଫଳାଫଳ ତୁରନ୍ତ ଘୋଷଣା କରାଯାଇଥିଲା।

Related Topics

Explore more stories

Dharmendra Pradhan Receives Grand Welcome At Parliament After Resignation Today | Argus News