Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Constitution Murder Day / 'ଜରୁରୀ ପରିସ୍ଥିତି ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ, ସ୍ବାଧୀନତା ପରେ ସବୁଠୁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା'

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
'ଜରୁରୀ ପରିସ୍ଥିତି ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ, ସ୍ବାଧୀନତା ପରେ ସବୁଠୁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା'
Constitution Murder Day

Key Points

`ଜରୁରୀ ପରିସ୍ଥିତି ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ'
କଂଗ୍ରେସ ସରକାର ଦ୍ବାରା ଗଣତନ୍ତ୍ରର ହତ୍ୟା କରାଯାଇଥିଲା
ଜରୁରୀକାଳୀନ ପରିସ୍ଥିତି ନାଁରେ ସମ୍ବିଧାନକୁ ପରିବର୍ତ୍ତନ କରାଯାଇଥିଲା
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତିର ୫୧ ତମ ବାର୍ଷିକୀ ବା 'ସମ୍ବିଧାନ ହତ୍ୟା ଦିବସ' ଅବସରରେ ଏହାକୁ ଭାରତୀୟ ଗଣତନ୍ତ୍ର ଇତିହାସର ସବୁଠାରୁ କଳା ଅଧ୍ୟାୟ ଭାବେ ଅଭିହିତ କରିଛନ୍ତି । ସ୍ବାଧୀନତା ପରେ ଜରୁରୀକାଳୀନ ପରିସ୍ଥିତି ସବୁଠୁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଜରୁରୀକାଳୀନ ପରିସ୍ଥିତି ନାଁରେ ସମ୍ବିଧାନକୁ ପରିବର୍ତ୍ତନ କରାଯାଇଥିଲା । ଏକ ପରିବାର, ଜଣେ ବ୍ୟକ୍ତିଙ୍କ କ୍ଷମତା ବଜାୟ ରଖିବାକୁ ଭାରତର ସମ୍ବିଧାନକୁ ବଦଳାଇ ଦିଆଯାଇଥିଲା ।



ସେ ସମୟରେ କଂଗ୍ରେସ ସରକାରଙ୍କ ଦ୍ଵାରା ଗଣତନ୍ତ୍ରର ହତ୍ୟା କରାଯାଇଥିଲା । ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ପରବର୍ତ୍ତୀ ପିଢି ଏ ସମ୍ପର୍କରେ ଅବଗତ ହେବା ଦରକାର । ଏଥିପାଇଁ NCERT ପକ୍ଷରୁ ନବମ ଶ୍ରେଣୀ ପାଠ୍ୟପୁସ୍ତକରେ ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ସ୍ଥାନିତ କରାଯାଇଛି । ଏହା ସଠିକ ପଦକ୍ଷେପ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।



୨୫ ଜୁନ୍ ୧୯୭୫ରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଦେଶର ସମ୍ବିଧାନ, ଗଣତନ୍ତ୍ର ଏବଂ ସାଧାରଣ ନାଗରିକଙ୍କ ମୌଳିକ ଅଧିକାରକୁ ସମ୍ପୂର୍ଣ୍ଣ ରୂପେ ଦବାଇ ଦେଇଥିଲା । ସେହି ସମୟରେ ଅଭିବ୍ୟକ୍ତିର ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରାଯାଇଥିଲା ଏବଂ ଜନସାଧାରଣଙ୍କ ସ୍ୱରକୁ ଜୋର ଜବରଦସ୍ତ ବନ୍ଦ କରିବାକୁ ଚେଷ୍ଟା କରାଯାଇଥିଲା । ସେପଟେ ନିଟ୍ ୟୁଜି ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ପରୀକ୍ଷା ସଠିକ ଭାବେ ସମ୍ପାଦନ ହୋଇଛି । ଯେଉଁମାନେ ପିଲାଙ୍କ ଭବିଷ୍ୟତ ନେଇ ଖେଳିବାକୁ ଚାହୁଁଥିଲେ ସେମାନେ ବିଫଳ ହୋଇଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Emergency Was the Darkest Chapter of Indian Democracy: Dharmendra Pradhan | Argus News