Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବଜେଟ୍ ସମସ୍ତଙ୍କ ଆକାଂକ୍ଷା ପୂରଣ କରିବ- ଧର୍ମେନ୍ଦ୍ର ପ୍ରଧାନ

Smruti Parija
Browse all articles by Smruti Parija
·2 years ago·2 min read
ବଜେଟ୍ ସମସ୍ତଙ୍କ ଆକାଂକ୍ଷା ପୂରଣ କରିବ- ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ଅନ୍ତରୀଣ ବଜେଟ୍ 2024-25କୁ ଲୋକାଭିମୁଖୀ ଏବଂ ଅଭିବୃଦ୍ଧି ପ୍ରୋତ୍ସାହନକାରୀ ବିକଶିତ ଭାରତ ବଜେଟ୍ ଭାବରେ ଉପସ୍ଥାପନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀ ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ଅନ୍ତରୀଣ ବଜେଟ ୨୦୨୪ : କେଉଁ ବିଷୟକୁ ଗୁରୁତ୍ବ, କେଉଁ ଯୋଜନା ପାଇଁ କେତେ ?

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏହି ବଜେଟ୍ ମହିଳା ଆଧାରିତ ବିକାଶକୁ ଗତି ଦେବ । ସମସ୍ତଙ୍କ ଆକାଂକ୍ଷା ପୂରଣ କରିବ । ଲୋକଙ୍କ ଜୀବନଯାପନକୁ ସହଜ କରିବ । ସବୁଜ ଅଭିବୃଦ୍ଧି ସହ ରୋଜଗାର ସୃଷ୍ଟିକୁ ତ୍ୱରାନ୍ୱିତ କରିବ । ବଜେଟରେ ବିଭିନ୍ନ କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ପାଇଁ ଗୁରୁତ୍ୱ ଦିଆଯାଇଛି । ବିକଶିତ ଭାରତ ବଜେଟରେ ଯୁବଶକ୍ତି ଓ ପ୍ରଯୁକ୍ତିବିଦ୍ୟାର ଶକ୍ତିକୁ ଏକାଠି କରାଯାଇଛି । ଏହି ବଜେଟ୍ ଭାରତର ପ୍ରତିଭା ସମ୍ପନ୍ନ ଯୁବଶକ୍ତିଙ୍କ ନେତୃତ୍ୱରେ ଗବେଷଣା, ଉଦ୍ଭାବନ ଏବଂ ଉଦ୍ୟମିତାର ଏକ ସୁବର୍ଣ୍ଣ ଯୁଗ ପାଇଁ ପଥ ପ୍ରଶସ୍ତ କରିବ । ଏହି ବଜେଟ୍ ବିକଶିତ ଭାରତ ଅଭିମୁଖେ ଆମର ଯାତ୍ରାକୁ ଅଧିକ ଶକ୍ତି ପ୍ରଦାନ କରିଛି ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ଭାରତକୁ ପର୍ଯ୍ୟାପ୍ତ ସହଯୋଗ କରିବ ବୋଲି ସେ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସରେ ମୋଦି ସରକାର କାର୍ଯ୍ୟ କରୁଛନ୍ତି । ଆମେ ଯେତେବେଳେ ବିକଶିତ ଭାରତ ଲକ୍ଷ୍ୟରେ ଅଗ୍ରସର ହେଉଛେ, ସେହି ସମୟରେ ଆଜିର ବଜେଟ୍ ସେ ଦିଗରେ ଅନ୍ୟତମ ପଦକ୍ଷେପ । ବିକଶିତ ଭାରତ ବଜେଟରେ ଘୋଷଣା ହୋଇଥିବା 50 ବର୍ଷର ସୁଧ ମୁକ୍ତ ଋଣ ସହିତ 1 ଲକ୍ଷ କୋଟି ଟଙ୍କାର କୋର୍ପସ ପାଣ୍ଠି ଗବେଷଣା, ଉଦ୍ଭାବନ ଓ ଉଦ୍ୟମିତା କ୍ଷେତ୍ରକୁ ଦ୍ରୁତ ଗତିରେ ତ୍ୱରାନ୍ୱିତ କରାଇବ ।  ଅର୍ଥମନ୍ତ୍ରୀ ସୀତାରମଣ ଜୟ ଅନୁସନ୍ଧାନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ।  2047 ସୁଦ୍ଧା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶିତ ଭାରତର କଳ୍ପନା ଅନୁଯାୟୀ, ଏହି ବଜେଟ୍ ଆମର ଯୁବବର୍ଗଙ୍କ ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ଉପଯୋଗ କରିବା ସହ  ଭାରତକୁ ଗବେଷଣା, ଉଦ୍ଭାବନ ଏବଂ ଷ୍ଟାର୍ଟଅପର ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାରେ ସହଯୋଗ ହେବ ।

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
dharmendra-pradhan-reaction-on-budget-2024 | Argus News