Zoho Founder / ଇସ୍ତଫା ପରେ ଧର୍ମେନ୍ଦ୍ରଙ୍କ ନିସ୍ଵାର୍ଥପରତାକୁ ପ୍ରଶଂସା; ଏମିତି କହିଲେ ZOHO ପ୍ରତିଷ୍ଠାତା
·1 hour ago·2 min read

Key Points
କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର
ଇସ୍ତଫା ପରେ ଧର୍ମେନ୍ଦ୍ରଙ୍କ ଅବଦାନକୁ ବିଭିନ୍ନ ମହଲରେ ପ୍ରଶଂସା
ଶିକ୍ଷାମନ୍ତ୍ରୀମାନେ ତାଙ୍କ ନିସ୍ଵାର୍ଥପର କାମକୁ ଜୋହୋ ମୁଖ୍ୟଙ୍କ ପ୍ରଶଂସା
ଇସ୍ତଫା ପରେ ଧର୍ମେନ୍ଦ୍ରଙ୍କ ଅବଦାନକୁ ବିଭିନ୍ନ ମହଲରେ ପ୍ରଶଂସା
ଶିକ୍ଷାମନ୍ତ୍ରୀମାନେ ତାଙ୍କ ନିସ୍ଵାର୍ଥପର କାମକୁ ଜୋହୋ ମୁଖ୍ୟଙ୍କ ପ୍ରଶଂସା
ନୂଆଦିଲ୍ଲୀ: ଦେଶର ଯୁବପିଢି ଓ ଛାତ୍ରଛାତ୍ରୀଙ୍କ ସ୍ଵାର୍ଥ ଓ ଭବିଷ୍ୟତକୁ ସର୍ବାଗ୍ରେ ରଖି ଶେଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ତ୍ୟାଗ ଓ ନିଷ୍ଠାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ପଦବୀଠୁ ଦେଶ ବଡ଼ ଓ ଦେଶର ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ସର୍ବୋପରି ରଖି ଧର୍ମେନ୍ଦ୍ର ଏହି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ସେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଆଣିଥିବା ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଓ ତାଙ୍କର ନିସ୍ଵାର୍ଥପର ସେବାକୁ ମନେ ପକାଇଛନ୍ତି ଭାରତୀୟ କୋଟିପତି ବ୍ୟବସାୟୀ ତଥା ବହୁରାଷ୍ଟ୍ରୀୟ ପ୍ରଯୁକ୍ତିବିଦ୍ୟା କମ୍ପାନୀ'ଜୋହୋ କର୍ପୋରେସନ୍'ର ପ୍ରତିଷ୍ଠାତା ଓ ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଧର ଭେମ୍ବୁ ।
- 'ସର୍ବୋତ୍ତମ ଜନସେବକ ହେଉଛନ୍ତି ଧର୍ମେନ୍ଦ୍ର'
- ଏମିତି କହିଲେ ନାଗାଲାଣ୍ଡ ଉଚ୍ଚ ଶିକ୍ଷାମନ୍ତ୍ରୀ
Shri @dpradhanbjp Ji has served the nation with distinction as Union Education Minister, steering the implementation of the National Education Policy 2020 and driving significant reforms across school, higher and technical education.
— Temjen Imna Along (@AlongImna) July 25, 2026
His positive assertions towards education… pic.twitter.com/29459cpIOf
- କିଏ ହେଲେ ନୂଆ କେନ୍ଦ୍ର ଶିକ୍ଷାମନ୍ତ୍ରୀ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories