Dharmendra Pradhan Counter / ୧୩୧ତମ ସମ୍ବିଧାନ ସଂଶୋଧନ ବିଲକୁ ନେଇ ନବୀନ ପଟ୍ଟନାୟକଙ୍କ ଚିଠିର ଜବାବ ରଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
·2 days ago·2 min read

Key Points
ନବୀନଙ୍କ ଚିଠି, ଧର୍ମେନ୍ଦ୍ରଙ୍କ କାଉଣ୍ଟର
ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ୍
ଆପଣ ଲେଖିଥିବା ଚିଠି କେବଳ ଭୟ ସୃଷ୍ଟି କଲା ଭଳି ମନେହେଉଛି
ଆପଣଙ୍କ ଭଳି ଜଣେ ଅଭିଜ୍ଞ ରାଜନେତାଙ୍କୁ ଏଭଳି ପ୍ରତିକ୍ରିୟା ଶୋଭା ପାଉନି
ଓଡ଼ିଶାର ହକ୍ ଏଥିରୁ ବାଦ୍ ପଡ଼ିବ ନାହିଁ

ଭୁବନେଶ୍ବର,୧୭/୦୪: ୧୩୧ତମ ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ଉଠାଇ ରାଜ୍ୟର ସବୁ ସାଂସଦଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଚିଠି ଲେଖିଥିଲେ। ତେବେ ଏହାର କଡ଼ା କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆପଣ ଲେଖିଥିବା ଚିଠି ଭୟ ସୃଷ୍ଠି କଲାଭଳି ମନେ ହଉଛି। ଓଡ଼ିଶାର ପ୍ରତିନିଧିତ୍ୱ ବଢିବା ନିଶ୍ଚିତ, କମିବାର କୌଣସି ପ୍ରଶ୍ନ ଉଠୁନି। ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଇ ରାଜ୍ୟର ଜନସାଧାରଣଙ୍କୁ ଭୟଭୀତ କରିବା ଉଚିତ୍ ହେଉନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଓଡ଼ିଶାକୁ ସବୁବେଳେ ମିଳୁଛି ଅଗ୍ରାଧିକାର।
ଏ ସଂପର୍କରେ ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଓଡ଼ିଶାର ହକ୍ ଏଥିରୁ ବାଦ୍ ପଡ଼ିବ ନାହିଁ । ନୂତନ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପରେ ଓଡ଼ିଶାର ପ୍ରତିନିଧିତ୍ୱ ହ୍ରାସ ପାଇବ ନାହିଁ। ୩.୯%ରୁ ହ୍ରାସ ପାଇ ୩.୪% ହୋଇଯିବ ବୋଲି ଚିଠିରେ ରଖିଥିବା ତଥ୍ୟରେ ସତ୍ୟତା ନାହିଁ। ଓଡ଼ିଶାର ପ୍ରତିନିଧିତ୍ୱ ବଢିବା ନିଶ୍ଚିତ, କମିଯିବାର କୌଣସି ପ୍ରଶ୍ନ ଉଠୁନାହିଁ। ଏଭଳି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭୟଭୀତ କରିବା ଉଚିତ୍ ନୁହେଁ। ସମୟ ଆସିଲେ ସବୁକିଛି ସ୍ପଷ୍ଟ ହୋଇଯିବ। କେବଳ ଧୈର୍ଯ୍ୟର ସହ ଅପେକ୍ଷା କରିବା ଆବଶ୍ୟକ।
ପଢନ୍ତୁ ଏହି ଖବର: ଅମିତ ଶାହଙ୍କ ସ୍ପଷ୍ଟୀକରଣ, ଡିଲିମିଟେସନ୍ ପରେ ଦକ୍ଷିଣ ଭାରତର ପ୍ରତିନିଧିତ୍ୱ ବଢ଼ିବ
ଆପଣ ଏବଂ ଆପଣଙ୍କ ଦଳ 'ନାରୀ ଶକ୍ତି ବନ୍ଦନ ଅଧିନିୟମ'କୁ ସମର୍ଥନ କରିଛନ୍ତି, ଯାହା ସ୍ୱାଗତଯୋଗ୍ୟ, ମାତ୍ର ଏହାକୁ ଖୋଲା ହୃଦୟରେ ଆମେ ସମସ୍ତେ ସମର୍ଥନ କରିବା ଉଚିତ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଓଡ଼ିଶା ସବୁବେଳେ ଅଗ୍ରାଧିକାରରେ ରହିଆସିଛି । ଏହି ସଂଶୋଧନ ବିଲ୍ କେବଳ ଓଡ଼ିଶା ପାଇଁ ନୁହେଁ, ବରଂ ସମଗ୍ର ଭାରତବର୍ଷର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ।
ଏହି ପ୍ରସଙ୍ଗକୁ ବିବାଦର ରୂପ ନଦେଇ, ଦେଶର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେବା ଆବଶ୍ୟକ । ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରି ରାଜନୈତିକ ଫାଇଦା ଅପେକ୍ଷା ଦେଶର ସ୍ୱାର୍ଥକୁ ଆମେ ସମସ୍ତେ ପ୍ରାଥମିକତା ଦେବା ଉଚିତ୍ ବୋଲି ମୁଁ ମନେକରୁଛି ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶାର ବିରୋଧୀ ଦଳ ନେତା @Naveen_Odisha ବାବୁ, ଆପଣ ଗତକାଲି ରାଜ୍ୟର ସାଂସଦମାନଙ୍କୁ ପତ୍ର ଲେଖି ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍କୁ ନେଇ ଯେଉଁ ଆଶଙ୍କା ପ୍ରକଟ କରିଛନ୍ତି, ତାହା କେବଳ ଭୟ ସୃଷ୍ଟି କଲା ଭଳି ମନେହେଉଛି । ଆପଣଙ୍କ ଭଳି ଜଣେ ଅଭିଜ୍ଞ ରାଜନେତାଙ୍କ ପାଖରୁ ଏଭଳି ପ୍ରତିକ୍ରିୟା ଶୋଭା ପାଉନାହିଁ ।
— Dharmendra Pradhan (@dpradhanbjp) April 17, 2026
ଏହି ବିଲ୍ ପାରିତ ହେଲେ…
ପଢନ୍ତୁ ଏହି ଖବର: ଅମିତ ଶାହଙ୍କ ସ୍ପଷ୍ଟୀକରଣ, ଡିଲିମିଟେସନ୍ ପରେ ଦକ୍ଷିଣ ଭାରତର ପ୍ରତିନିଧିତ୍ୱ ବଢ଼ିବ
ଆପଣ ଏବଂ ଆପଣଙ୍କ ଦଳ 'ନାରୀ ଶକ୍ତି ବନ୍ଦନ ଅଧିନିୟମ'କୁ ସମର୍ଥନ କରିଛନ୍ତି, ଯାହା ସ୍ୱାଗତଯୋଗ୍ୟ, ମାତ୍ର ଏହାକୁ ଖୋଲା ହୃଦୟରେ ଆମେ ସମସ୍ତେ ସମର୍ଥନ କରିବା ଉଚିତ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଓଡ଼ିଶା ସବୁବେଳେ ଅଗ୍ରାଧିକାରରେ ରହିଆସିଛି । ଏହି ସଂଶୋଧନ ବିଲ୍ କେବଳ ଓଡ଼ିଶା ପାଇଁ ନୁହେଁ, ବରଂ ସମଗ୍ର ଭାରତବର୍ଷର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ।
ଏହି ପ୍ରସଙ୍ଗକୁ ବିବାଦର ରୂପ ନଦେଇ, ଦେଶର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେବା ଆବଶ୍ୟକ । ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରି ରାଜନୈତିକ ଫାଇଦା ଅପେକ୍ଷା ଦେଶର ସ୍ୱାର୍ଥକୁ ଆମେ ସମସ୍ତେ ପ୍ରାଥମିକତା ଦେବା ଉଚିତ୍ ବୋଲି ମୁଁ ମନେକରୁଛି ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories