Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - NCERT ପାଠ୍ୟପୁସ୍ତକ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

National

NCERT Textbook Review / NCERT ପାଠ୍ୟପୁସ୍ତକ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·9 hours ago·1 min read
NCERT ପାଠ୍ୟପୁସ୍ତକ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
Dharmendra Pradhan

Key Points

NCERT ପାଠ୍ୟପୁସ୍ତକ ପ୍ରସ୍ତୁତିର ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ
ପାଠ୍ୟପୁସ୍ତକର ବିକାଶ ଓ ବିତରଣ କାର୍ଯ୍ୟକୁ ନେଇ ବଡ଼ ପଦକ୍ଷେପ
ମୁଦ୍ରଣ ଓ ବିତରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ
NCERT ପାଠ୍ୟପୁସ୍ତକ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । NCERT ପାଠ୍ୟପୁସ୍ତକର ବିକାଶ ଓ ବିତରଣ କାର୍ଯ୍ୟକୁ ନେଇ ବଡ଼ ପଦକ୍ଷେପ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରଥମରୁ ଅଷ୍ଟମ ଏବଂ ବିଶେଷ କରି ନବମ ଶ୍ରେଣୀର ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବଜାରରେ ଯେପରି ବହିର ଅଭାବ ନ ହୁଏ, ସେଥିପାଇଁ ମୁଦ୍ରଣ ଓ ବିତରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅନୁଯାୟୀ, ଦେଶର ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ସମୟସୀମା ଧାର୍ଯ୍ୟ କରାଯାଇଛି । ଏହି ପାଠ୍ୟପୁସ୍ତକଗୁଡ଼ିକ କେବଳ ପାଠ ପଢ଼ାଇବ ନାହିଁ, ବରଂ ଉଚ୍ଚଶିକ୍ଷା ଏବଂ ଉଚ୍ଚସ୍ତରୀୟ ଚିନ୍ତାଧାରାର ଭିତ୍ତିଭୂମି ଗଠନ କରିବ ।

ନୂତନ ବହିଗୁଡ଼ିକ ଭାରତୀୟ ସଂସ୍କୃତି, ନୈତିକ ମୂଲ୍ୟବୋଧ ଏବଂ ପ୍ରମାଣ-ଭିତ୍ତିକ ବୋଧଗମ୍ୟତା ଉପରେ ପର୍ଯ୍ୟବେସିତ ହେବ। ବଜାରରେ ବହି ସହଜରେ ଉପଲବ୍ଧ କରିବାକୁ ନିର୍ଦ୍ଦେଶ । ପାଠ୍ୟପୁସ୍ତକରେ ବୈଜ୍ଞାନିକ, ଐତିହାସିକ ଓ ସାମାଜିକ ପ୍ରସଙ୍ଗର ପ୍ରତିଫଳନ ରହିବ । କଳ୍ପନାଶକ୍ତି ଓ ଦୂରଦୃଷ୍ଟି ସମ୍ପନ୍ନ ଶିକ୍ଷାର୍ଥୀ ଗଢ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି । ପାଠ୍ୟପୁସ୍ତକଗୁଡ଼ିକ ଆଗାମୀ ଦଶନ୍ଧିର ଆବଶ୍ୟକତାକୁ ପୂରଣ କରିବ ଏବଂ ଭବିଷ୍ୟତର ବୈଜ୍ଞାନିକ ଓ ଐତିହାସିକ ସୃଷ୍ଟି କରିବାରେ ସହାୟକ ହେବ । ଏହା ଦ୍ୱାରା ଦେଶର କୋଟି କୋଟି ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan Reviews New NCERT Textbook Preparation | Argus News