Dharmendra Pradhan / 'RSS ଉପରେ ପ୍ରତିବନ୍ଧକ ଲଗାଇବା ବୟାନ ଗଣତନ୍ତ୍ର ବିରୋଧୀ, ଏହା କଂଗ୍ରେସର ମୌଳିକ ଚରିତ୍ର'
·8 months ago·2 min read

Key Points
ଖଡ୍ଗେଙ୍କ ଉପରେ ବର୍ଷିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
`RSS ଉପରେ ପ୍ରତିବନ୍ଧକ ଲଗାଇବା ବୟାନ ଗଣତନ୍ତ୍ର ବିରୋଧୀ'
`ଜରୁରୀକାଳୀନ ସ୍ଥିତି ପରେ କଂଗ୍ରେସର ଦମନମୂଳକ ମାନସିକତା ଅପରିବର୍ତ୍ତିତ'
`RSS ଉପରେ ପ୍ରତିବନ୍ଧକ ଲଗାଇବା ବୟାନ ଗଣତନ୍ତ୍ର ବିରୋଧୀ'
`ଜରୁରୀକାଳୀନ ସ୍ଥିତି ପରେ କଂଗ୍ରେସର ଦମନମୂଳକ ମାନସିକତା ଅପରିବର୍ତ୍ତିତ'
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଉପରେ ବର୍ଷିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଖଡ୍ଗେଙ୍କ ବୟାନ ଗଣତନ୍ତ୍ର ବିରୋଧୀ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, RSS ଉପରେ ପ୍ରତିବନ୍ଧକ ଲଗାଇବା ବୟାନ ଗଣତନ୍ତ୍ର ବିରୋଧୀ । ଜରୁରୀକାଳୀନ ସ୍ଥିତି ପରେ କଂଗ୍ରେସର ଦମନମୂଳକ ମାନସିକତା ଅପରିବର୍ତ୍ତିତ ରହିଛି । ଏହା କଂଗ୍ରେସର ମୌଳିକ ଚରିତ୍ର ପାଲଟିଛି । କେବଳ ରାଜନୈତିକ ସ୍ୱାର୍ଥ ପାଇଁ କଂଗ୍ରେସ ସଭାପତି ମିଥ୍ୟାର ଆଶ୍ରୟ ନେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ।
ସେପଟେ ଆଜି ବି ବିହାରରେ ବିଜେପି ବରିଷ୍ଠ ନେତାଙ୍କ ହାଇଭୋଲଟେଜ୍ କ୍ୟାମ୍ପେନ୍ । ଗୋପାଳଗଞ୍ଜ, ୟୁଜିୟାରପୁର, ସମସ୍ତିପୁର, ହାଜିପୁର, ବୈଶାଳୀରେ ରାଲି ଓ ଜନସଭା କରିବେ ଅମିତ୍ ଶାହ । ସେହିପରି ଗୟା ଓ ସିବାନରେ ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । କାଟିହାରରେ ପ୍ରଚାର କରିବେ ଝାଡ଼ଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି । ବକ୍ସରରେ ପ୍ରଚାର କରିବେ ସାଂସଦ ତଥା ଭୋଜପୁରୀ ଗାୟକ ମନୋକ ତିୱାରୀ । ଏହା ସହ ଭୋଜପୁର, ଦରଭଙ୍ଗା, ବକ୍ସର, ପାଟଣାରେ ପ୍ରଚାର କରିବେ ଭୋଜପୁରୀ କଳାକାର ତଥା ବିଜେପି ନେତା ପବନ ସିଂ । ଆସନ୍ତାକାଲି ପୁଣି ବିହାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦି । ପାଟନାରେ ରୋଡ଼ ସୋ' ସାଙ୍ଗକୁ ନବାଡ଼ା ଓ ଆରାରେ ପ୍ରଧାନମନ୍ତ୍ରୀ ଜନସଭା କରିବେ ।
ସେହିପରି ସେ ଆହୁରି କହିଛନ୍ତି, ସର୍ଦ୍ଦାର ପଟେଲଙ୍କ ଅବଦାନକୁ ସର୍ବଦା ଅଣଦେଖା କରିଛି କଂଗ୍ରେସ । ଏବେ ହଠାତ୍ ସର୍ଦ୍ଦାର ପଟେଲଙ୍କ ନାଁ ବ୍ୟବହାର କରି ମିଥ୍ୟା ପ୍ରଚାର କରୁଛି । RSS ଭଳି ଜାତୀୟ ସେବା ପାଇଁ ଉତ୍ସର୍ଗୀକୃତ ସଂଗଠନ ନାଁରେ ମିଥ୍ୟା ପ୍ରଚାର କରୁଛି । ପୂର୍ବରୁ ଏହି ଲୋକମାନେ RSS ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିଥିଲେ । ନିଜର କ୍ଷମତା ଓ ତୁଷ୍ଟୀକରଣ ରାଜନୀତିକୁ ବଞ୍ଚାଇବାକୁ ଏପରି ପ୍ରୟାସ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଭାରତ ମାତାର ସେବାରେ ଆଗକୁ ବଢ଼ି ଚାଲିଛି । କଂଗ୍ରେସର ଧମକ ସତ୍ତ୍ୱେ RSS ଏହାର ୧୦୦ ବର୍ଷର ଜାତୀୟ ସେବା ପୂରଣ କରିଛି । RSSର ସେବା ସମଗ୍ର ଦେଶ ଦେଖିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।आपातकाल से लेकर आज तक कांग्रेस पार्टी की दमनकारी सोच में कोई बदलाव नहीं आया है। यह उनका मूल चरित्र बन चुका है। कांग्रेस अध्यक्ष मल्लिकार्जुन खड़गे का राष्ट्रीय स्वयंसेवक संघ (RSS) पर प्रतिबंध लगाने की मांग, लोकतंत्र विरोधी और असहमति को दबाने वाली सोच का प्रत्यक्ष उदाहरण है। आज… https://t.co/lfr6MeOm28
— Dharmendra Pradhan (@dpradhanbjp) October 31, 2025
ଅଧିକ ପଢ଼ନ୍ତୁ: ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀର ୭୫% ପରିବାର ଭାଇରାଲ୍ ରୋଗରେ ପୀଡିତ: ସର୍ଭେରୁ ହେଲା ଖୁଲାସା
ସେପଟେ ଆଜି ବି ବିହାରରେ ବିଜେପି ବରିଷ୍ଠ ନେତାଙ୍କ ହାଇଭୋଲଟେଜ୍ କ୍ୟାମ୍ପେନ୍ । ଗୋପାଳଗଞ୍ଜ, ୟୁଜିୟାରପୁର, ସମସ୍ତିପୁର, ହାଜିପୁର, ବୈଶାଳୀରେ ରାଲି ଓ ଜନସଭା କରିବେ ଅମିତ୍ ଶାହ । ସେହିପରି ଗୟା ଓ ସିବାନରେ ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । କାଟିହାରରେ ପ୍ରଚାର କରିବେ ଝାଡ଼ଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି । ବକ୍ସରରେ ପ୍ରଚାର କରିବେ ସାଂସଦ ତଥା ଭୋଜପୁରୀ ଗାୟକ ମନୋକ ତିୱାରୀ । ଏହା ସହ ଭୋଜପୁର, ଦରଭଙ୍ଗା, ବକ୍ସର, ପାଟଣାରେ ପ୍ରଚାର କରିବେ ଭୋଜପୁରୀ କଳାକାର ତଥା ବିଜେପି ନେତା ପବନ ସିଂ । ଆସନ୍ତାକାଲି ପୁଣି ବିହାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦି । ପାଟନାରେ ରୋଡ଼ ସୋ' ସାଙ୍ଗକୁ ନବାଡ଼ା ଓ ଆରାରେ ପ୍ରଧାନମନ୍ତ୍ରୀ ଜନସଭା କରିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories