Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏହି ଐତିହାସିକ ନିଷ୍ପତି ପାଇଁ ସମଗ୍ର ଭାରତବର୍ଷରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଧର୍ମେନ୍ଦ୍ର 

National

ଏହି ଐତିହାସିକ ନିଷ୍ପତି ପାଇଁ ସମଗ୍ର ଭାରତବର୍ଷରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଧର୍ମେନ୍ଦ୍ର 

Manini Pattanayak
Browse all articles by Manini Pattanayak
·2 years ago·4 min read
ଏହି ଐତିହାସିକ ନିଷ୍ପତି ପାଇଁ ସମଗ୍ର ଭାରତବର୍ଷରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଧର୍ମେନ୍ଦ୍ର 

ନୂଆଦିଲ୍ଲୀ:  ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭାରୁ ନିର୍ବାଚିତ ହୋଇ ମୋଦି ସରକାରଙ୍କ ତୃତୀୟ ପାଳିରେ ତୃତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଭାବରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ।  ଜାତୀୟ ରାଜନୀତିରେ ଚର୍ଚ୍ଚିତ ଚେହେରା ଧର୍ମେନ୍ଦ୍ର ପ୍ରଧାନ ଦୀର୍ଘ ଦଶ ବର୍ଷ ଧରି କେନ୍ଦ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ରହି ନିଜ କାର୍ଯ୍ୟ ଏବଂ ଐତିହାସିକ ନିଷ୍ପତି କାରଣରୁ ସମଗ୍ର ଭାରତବର୍ଷ ସମେତ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି  l

* ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ଗ୍ୟାସ ବିଭାଗର ସର୍ବାଧିକ ସମୟ ମନ୍ତ୍ରୀ ପଦବୀରେ ରହିଛନ୍ତି । ସେହିପରି ଇସ୍ପାତ୍ ବିଭାଗ, ଶିକ୍ଷା, ଦକ୍ଷତା ବିକାଶ ବିଭାଗ ଭଳି ବଡ଼ ଦାୟିତ୍ୱ ସମ୍ଭାଳିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । 

*ଯୁବ ଅବସ୍ଥାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ 1986 ମସିହାରେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ଧର୍ମେନ୍ଦ୍ର ପ୍ରଧାନ ଯୁକ୍ତ ତିନି ପ୍ରଥମ ବର୍ଷରେ ତାଳଚେରର କଲେଜ ଛାତ୍ର ସଂସଦର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । 

* ଉତ୍କଳ ବିଶ୍ୱବିଦ୍ୟାଳୟରେ ନିଜର ଇଚ୍ଛାଶକ୍ତି ଯୋଗୁଁ 1990 ସୁଦ୍ଧା ଓଡିଶାର ଜଣେ ଲଢୁଆ ଛାତ୍ରନେତା ଭାବରେ ଛାତ୍ର-ଯୁବ ସମାଜରେ ଏକ ବିଶେଷ  ପରିଚୟ ସୃଷ୍ଟି କରିଥିଲେ ।

* 1991 ମସିହାରୁ ବିଦ୍ୟାର୍ଥୀ ପରିଷଦରେ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ ଆରମ୍ଭ କରିବା ପରେ 1992 ରୁ 1997 ମସିହା ମଧ୍ୟରେ ଏବିଭିପିର ସମ୍ବଲପୁର ବିଭାଗ ସଂଗଠନ ସମ୍ପାଦକ, ରାଜ୍ୟ ସମ୍ପାଦକ ଓ ରାଷ୍ଟ୍ରୀୟ ସମ୍ପାଦକ ଥିବା ସମୟରେ ସମ୍ବଲପୁରରେ ରହି ସଂଗଠନ କାର୍ଯ୍ୟକୁ ସୁଦୃଢ କରିଥିଲେ ।

* 2001ରେ ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଦାୟିତ୍ୱ ନେବା ପରେ ଓଡ଼ିଶା ବିଜେପିର ଯୁବ ବାହିନୀ ଯଥେଷ୍ଟ ସଶକ୍ତ ହୋଇଥିଲା    2004 ମସିହାରେ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ନିର୍ବାଚିତ ହୋଇ ଦେଶସାରା ଯୁବକ ମାନଙ୍କୁ ନେତୃତ୍ବ ଦେଇଥିଲେ I

* 2000 ରୁ 2004 ମସିହାରେ ପାଲଲହଡ଼ାରୁ ବିଧାୟକ ଭାବରେ ସେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । 2000 ମସିହାରେ ବହୁତ୍ କମ୍ ବୟସରେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହେବା ସହ ନିଜର ଭଲ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ବିଧାୟକ ଭାବେ “ଉତ୍କଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନ” ରେ ସମ୍ମାନିତ ହେବାର ଗୌରବ ଅର୍ଜନ କରିଥିଲେ । 

* 2004ରୁ 2009 ପର୍ଯ୍ୟନ୍ତ ଦେବଗଡ଼ ସାଂସଦ ଭାବରେ ନିର୍ବାଚିତ ହୋଇ ଅଞ୍ଚଳବାସୀଙ୍କ ପାଇଁ କାର୍ଯ୍ୟ କରିଥିଲେ । 

* 2007 ରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଓ 2010 ମସିହାରେ ଦୁଇଥର ବିଜେପିର  ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ I ଏଥିରୁ ତାଙ୍କର ସାଙ୍ଗଠନିକ ଦକ୍ଷତାର ଅନୁଭବ ପ୍ରମାଣିତ ହୁଏ I

*  ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର କ୍ରିୟାନ୍ୱୟନ ମାଧ୍ୟମରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ନେତୃତ୍ୱରେ ବିଗତ 10 ବର୍ଷରେ ଓଡ଼ିଶାରେ ତୈଳ ଓ ଗ୍ୟାସ କ୍ଷେତ୍ରରେ 2.4 ଲକ୍ଷ କୋଟି ଟଙ୍କାର ନିବେଶ ସୃଷ୍ଟି ହୋଇଛି ଯାହା ଓଡ଼ିଶାର ଶିଳ୍ପ ବିକାଶ ସହ ହଜାର ହଜାର ଯୁବକ ପାଇଁ ନିଯୁକ୍ତି ସୃଷ୍ଟି କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

* ତୈଳ ଓ ଗ୍ୟାସ କ୍ଷେତ୍ରର ସମାଜିକ ଉତ୍ତରଦାୟିତ୍ଵ ଉପକ୍ରମ (CSR) ଯୋଗୁଁ ଓଡ଼ିଶାରେ 250 କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିଭିନ୍ନ ସ୍କୁଲ, ସାମାଜିକ ଅନୁଷ୍ଠାନ, ସ୍ଵାସ୍ଥ୍ୟ ସେବା ଏବଂ ଆନୁଷଙ୍ଗିକ ବିକାଶ ସମ୍ଭବ ହୋଇଛି । ଓଡ଼ିଶାରେ ପ୍ରତିଷ୍ଠା ହୋଇଥିବା ତୈଳ ଡେପୋ, ବଟଲିଂ ପ୍ଳାଣ୍ଟ, କମନ ୟୁଜର ଫେସିଲିଟି, 2ଜି ରିଫ଼ାଇନାରି ଆଦି ଓଡ଼ିଶାର ଭିତ୍ତିଭୂମିକୁ ସୁଦୃଢ କରିଛି ।

* ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଦେଶରେ ଓଡ଼ିଶାର 55 ଲକ୍ଷ ଗ୍ୟାସ ପ୍ରଦାନ କରି ଗରିବ ମାଆ ଆଖିରୁ ଲୁହ ପୋଛିବାରେ ସକ୍ଷମ ହୋଇଛନ୍ତି ଏ ଅଞ୍ଚଳର ସୁଯୋଗ୍ୟ ସନ୍ତାନ ଧର୍ମେନ୍ଦ୍ର ପ୍ରଧାନ । 

* ଅମିତାଭ ବଚ୍ଚନଙ୍କ ଭଳି ବ୍ୟକ୍ତିବିଶେଷ କୌନ ବନେଗା କରୋଡପତିରେ ଉଜ୍ଜ୍ୱଳା ମ୍ୟାନ ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଖ୍ୟା ଦେଇଛନ୍ତି । 

* କୋଭିଡ୍ ସମୟରେ ଇସ୍ପାତ୍ ମନ୍ତ୍ରଣାଳୟରେ ଦାୟିତ୍ୱରେ ଥିବା ସମୟରେ ନିରନ୍ତର ଅକ୍ସିଜେନ ଯୋଗାଣକୁ ସୁନିଶ୍ଚିତ କରିବା ସହ ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବାର ଦାୟିତ୍ୱ ସେ ନେଇଥିଲେ । 

* ଧର୍ମେନ୍ଦ୍ର ପ୍ରଧାନ ଏଭଳି ଜଣେ ବ୍ୟକ୍ତିତ୍ୱ, ଯେ ଯେଉଁ କାମ କୁହନ୍ତି ତାହା କରିକି ଦେଖାନ୍ତି । ଅର୍ଥାତ୍ ଜଣେ Man of Delivery ଭାବରେ ତାଙ୍କୁ କହିବା ଆମ ପାଇଁ ବାହୁଲ୍ୟ ହେବ ।

* ସାରା ଦେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନି ଦଶନ୍ଧି ପରେ ପ୍ରଣିତ ନୂଆ ଜାତୀୟ ଶିକ୍ଷା ନୀତିକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ପାଇଁ କଠିନ ପରିଶ୍ରମ କରିଛନ୍ତି ।

* ଆଇଆଇଏମ ସମ୍ବଲପୁର, ଏସଡିଆଇ ଭୁବନେଶ୍ୱର, ଆଇସିଟି- ମୁମ୍ବାଇ, ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟ, ଭୁବନେଶ୍ୱର, ଆଇଜର - ବ୍ରହ୍ମପୁର, ଓଡ଼ିଶା ରିସର୍ଚ୍ଚ ସେଣ୍ଟର  ଭୁବନେଶ୍ୱର ସହ  ଆଇଆଇଏମ ସମ୍ବଲପୁରରେ ରଙ୍ଗବତୀ ସେଣ୍ଟର ପ୍ରତିଷ୍ଠା କରିବାର ଦାୟିତ୍ୱ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

* ତାଙ୍କ ଦ୍ୱାରା ଆଇଆଇଟି ଭୁବନେଶ୍ୱରରେ ରିସର୍ଚ୍ଚ ପାର୍କ ସହ ଆଇଆଇଏମ, ସମ୍ବଲପୁରରେ 100 କ୍ୟୁବ୍ ଷ୍ଟାର୍ଟଅପ ପ୍ରତିଷ୍ଠା କରାଯାଇଛି । ଅନୁଗୋଳ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର ଓ ଭଦ୍ରକରେ 5 ଟି ସ୍କିଲ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା କରାଯାଇଛି। 

* 2024 ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ଲଢି ବିପୁଳ ଭୋଟରେ ବିଜୟୀ ହୋଇ ସମ୍ବଲପୁର କ୍ଷେତ୍ରର ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ସେ ଜିତିପାରିଛନ୍ତି । ଦୁଇ ଦୁଇ ଥର କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ହେବା ପରେ ତୃତୀୟ ଥର ପାଇଁ ପୁଣି ମନ୍ତ୍ରୀ ହୋଇ ସେ ଓଡ଼ିଶାକୁ ପୁଣି ଥରେ ଗୌରବାନ୍ୱିତ କରିଛନ୍ତି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Education Next Season 5
Sponsored
Dharmendra pradhan taken the oath of office and secrecy as Union Minister for the third time. | Argus News