Videos
|
National

ଜନଜାତିଙ୍କ ବିଷୟରେ ବିଶେଷ ଅଧ୍ୟୟନ କରିବାରେ ଏହି ବିଶ୍ବବିଦ୍ୟାଳୟ ବେଶ ସହାୟକ ହେବ

Jitendra Dash
Browse all articles by Jitendra Dash
·2 years ago·1 min read
ଜନଜାତିଙ୍କ ବିଷୟରେ ବିଶେଷ ଅଧ୍ୟୟନ କରିବାରେ ଏହି ବିଶ୍ବବିଦ୍ୟାଳୟ ବେଶ ସହାୟକ ହେବ

ଅର୍ଗସ ବ୍ୟୁରୋ : ରାଜ୍ୟସଭାରେ ଆଜି ପାରିତ ହୋଇଛି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ । ବିଲ ଉପରେ ଆଲୋଚନା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  କହିଛନ୍ତି ଯେ, ସେଣ୍ଟ୍ରାଲ ଟ୍ରାଇବାଲ ୟୁନିଭର୍ସିଟି ଆନ୍ଧ୍ରରେ ହୋଇସାରିଛି, ହେଲେ ତେଲଙ୍ଗାନା ସରକାରଙ୍କ ଅସହଯୋଗ ପାଇଁ ଏହା ବିଳମ୍ବ ହେଲା । ଜନଜାତିଙ୍କ ବିଷୟରେ ବିଶେଷ ଅଧ୍ୟୟନ କରିବାରେ ଏହି ବିଶ୍ବବିଦ୍ୟାଳୟ ବେଶ ସହାୟକ ହେବ । 

ଏହାସହ ନୂତନ ଶିକ୍ଷା ନୀତିକୁ ପ୍ରତିଟି ରାଜ୍ୟ ଆପଣାଉଥିବା କହିଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ପରିବାରବାଦକୁ ନେଇ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ । ସ୍ବାଧୀନତା ପରେ ଗୋଟିଏ ପରିବାର ହିଁ ନିଜକୁ ସର୍ବେସର୍ବା ବା ନିଜକୁ ହିଁ ଦେଶ ଭାବିନେଇଥିଲା, ସର୍ଦ୍ଦାର ପଟେଲଙ୍କୁ ସମ୍ମାନ ମିଳିନଥିଲେ, ହେଲେ ଏବେ ପ୍ରଧାନମନ୍ତ୍ରୀ ଷ୍ଟାଚ୍ୟୁ ଅଫ୍ ୟୁନିଟି ବନାଇ ତାଙ୍କୁ ସମ୍ମାନିତ କରିଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

ଏହାସହ ଇତିହାସ ପରିବର୍ତ୍ତନର ଆରୋପରେ ଜବାବ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଭଗବାନ ବିର୍ସାମୁଣ୍ଡଙ୍କ ଜୟନ୍ତୀକୁ ଜନଜାତୀ ଗୌରବ ଦିବସ ଭାବେ ପାଳନ କରିବା କଣ ଇତିହାସ ପରିବର୍ତ୍ତନ କରିବା କି ? ଦେଶର ଜନତା ଦୁଇଥର ପ୍ରଧାନମନ୍ତ୍ରୀଙ୍କୁ ଆର୍ଶୀର୍ବାଦ କରିଛନ୍ତି । ତୃତୀୟ ଥର ମଧ୍ୟ ମୋଦି ଗ୍ୟାରେଣ୍ଟି ହିଁ ରହିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: