|
logo
Live

Argus News - 'ପୁରୀ, ଉଜ୍ଜୟିନୀ ଓ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର'

National

Puri Ujjain Kashi Importance / 'ପୁରୀ, ଉଜ୍ଜୟିନୀ ଓ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର'

Santosh Kumar Sahoo
Browse all articles by Santosh Kumar Sahoo
·3 days ago·2 min read
'ପୁରୀ, ଉଜ୍ଜୟିନୀ ଓ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର'
Dharmendra Pradhan

Key Points

ଯୁବପିଢ଼ି ପାଇଁ ଉଜ୍ଜୟିନୀରେ ବଡ଼ ପଦକ୍ଷେପ
ଖୋଲିଲା ସାଇନ୍ସ ସେଣ୍ଟର
ପୁରୀ-କାଶୀ-ଉଜ୍ଜୟିନୀର ମହତ୍ତ୍ୱ ଉପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୟାନ
ଭାରତୀୟ ଜ୍ଞାନ ପରମ୍ପରାରେ ପୁରୀ, ଉଜ୍ଜୟିନୀ ଏବଂ କାଶୀର ରହିଛି ଅନନ୍ୟ ସ୍ଥାନ । ଏହା କେବଳ ଧର୍ମୀୟ ପୀଠ ନୁହେଁ, ବରଂ ପ୍ରାଚୀନ ବିଜ୍ଞାନ ଓ ସମୟ ଗଣନାର ଏକ ପ୍ରମୁଖ କେନ୍ଦ୍ର । ଆଜି ମଧ୍ୟପ୍ରଦେଶର ପବିତ୍ର ଅବନ୍ତୀକା ନଗରୀରେ ଏହି ବାର୍ତ୍ତା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଉଜ୍ଜୟିନୀରେ ଆୟୋଜିତ ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍' ଆନ୍ତର୍ଜାତୀୟ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯୋଗ ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ 'ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ ୨୦୨୬-୨୭' ର ୱେବସାଇଟ୍ ଏବଂ ପୁସ୍ତିକା ଉନ୍ମୋଚନ କରିଛନ୍ତି । ସେ କହିଛନ୍ତି ଯେ,ଉଜ୍ଜୟିନୀ କେବଳ ଏକ ସ୍ଥାନ ନୁହେଁ, ବରଂ ଏହା ସମୟ ଗଣନାର ଏକ ପ୍ରମୁଖ କେନ୍ଦ୍ର । ଉଜ୍ଜୟିନୀକୁ ପୁନର୍ବାର 'ଗ୍ଲୋବାଲ୍ ମେରିଡିଆନ୍' ବା ବିଶ୍ୱ ସମୟ ନିର୍ଦ୍ଧାରଣର ମାନକ ଭାବେ ପ୍ରତିଷ୍ଠା କରିବା ପାଇଁ ଚାଲିଥିବା ପ୍ରୟାସ ଆମର ପ୍ରାଚୀନ ବିଜ୍ଞାନକୁ ଆଧୁନିକ ଯୁଗ ସହ ଯୋଡ଼ିବ ।



ଅପରପକ୍ଷରେ ଜାତୀୟ ଶିକ୍ଷା ନୀତି -୨୦୨୦ ମାଧ୍ୟମରେ ଭାରତ ଆଜି ଟି.ବି ମାକାଉଲେଙ୍କ ପରାଧୀନ ଶିକ୍ଷା ମାନସିକତାରୁ ବାହାରି ନିଜର ମୂଳ ଜ୍ଞାନ ଓ ଭାଷା ସହିତ ଯୋଡ଼ି ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏକ ସ୍ୱାଭିମାନୀ ଓ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଆଗେଇ ଚାଲିଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବୃଦ୍ଧି କରିବା ଲକ୍ଷ୍ୟରେ ଏକ 'ଉଜ୍ଜୟିନୀ ସାଇନ୍ସ ସେଣ୍ଟର'ର ଲୋକାର୍ପଣ କରିଛନ୍ତି । ଏହି ବିଜ୍ଞାନ କେନ୍ଦ୍ର ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ନୂତନ ଅନୁସନ୍ଧାନ ଏବଂ କିଛି ନୂଆ ଜାଣିବାର ଆଗ୍ରହ ବଢ଼ାଇବାରେ ଏକ ବଡ଼ ମାଧ୍ୟମ ହେବ । ଉଜ୍ଜୟିନୀର ଆଧ୍ୟାତ୍ମିକ ପରମ୍ପରା ସହ ଆଧୁନିକ ବିଜ୍ଞାନର ଏହି ମିଳନ ଯୁବପିଢ଼ିଙ୍କୁ ଜ୍ଞାନୀ ଏବଂ ସଂସ୍କାରୀ କରିବ ବୋଲି ସେ କହିଛନ୍ତି । ଗସ୍ତ କାଳରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅଙ୍ଗାରେଶ୍ୱର ମହାଦେବ ମନ୍ଦିରରେ ଦର୍ଶନ କରିବା ସହ ଗୋ-ସେବା କରିଥିଲେ । ଗୋ-ସେବାକୁ ସେ ଭାରତୀୟ ସଂସ୍କୃତିର କରୁଣା ଓ ସଂବେଦନାର ଜୀବନ୍ତ ସ୍ୱରୂପ ବୋଲି ସେ ଅଭିହିତ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Puri Ujjain Kashi Importance: 'ପୁରୀ, ଉଜ୍ଜୟିନୀ ଓ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର' | Argus News