Videos
|
National

Dharmendra Pradhan Writes to Nitin Gadkari / ୫୫ ନମ୍ବର ଜାତୀୟ ରାଜପଥ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ନିତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

Bikash Mohanty
Browse all articles by Bikash Mohanty
·36 mins ago·2 min read
୫୫ ନମ୍ବର ଜାତୀୟ ରାଜପଥ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ନିତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
Dharmendra Pradhan

Key Points

ନିତିନ ଗଡ଼କରୀଙ୍କୁ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
୫୫ ନମ୍ବର ଜାତୀୟ ରାଜପଥ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଲେଖିଲେ ଚିଠି

ଭୁବନେଶ୍ୱର,୨୩/୦୮: ଓଡ଼ିଶାର ପ୍ରମୁଖ ପରିବହନ ଓ ଲଜିଷ୍ଟିକ୍ସ କରିଡର ଭାବେ ପରିଚିତ ୫୫ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥର ତୁରନ୍ତ ରକ୍ଷଣାବେକ୍ଷଣ ବା ମରାମତି ସହ ଖାଲଢିପ ସମସ୍ୟାର ସମାଧାନ ପାଇଁ ସେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଏକ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି ।

ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଦର୍ଶାଇଛନ୍ତି ଯେ, ସମ୍ବଲପୁର, ଅନୁଗୋଳ ଓ କଟକକୁ ଯୋଡ଼ୁଥିବା ଏନଏଚ୍- ୫୫ ହେଉଛି ରାଜ୍ୟର ଅନ୍ୟତମ ମୁଖ୍ୟ ଜୀବନରେଖା । ମାତ୍ର ଲଗାଣ ବର୍ଷା ଓ ଅତ୍ୟାଧିକ ଗାଡ଼ିର ଯାତାୟତ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହେବା ସହ କିଛି ଜାଗାରେ ରାସ୍ତା ନଷ୍ଟ ହୋଇଯାଇଛି । ଏହାଫଳରେ ଯାତ୍ରୀ ଓ ପଣ୍ୟବାହୀ ଯାନବାହନ ଚଳାଚଳରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । ଏହାଦ୍ୱାରା ସ୍ଥାନୀୟ ଜନସାଧାରଣ ଓ ନିୟମିତ ଯାତାୟାତ କରୁଥିବା ଲୋକେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।




ପଢନ୍ତୁ ଏହି ଖବର: ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତର ରୂପକାର; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଲ୍ଲେଖନୀୟ ଅବଦାନ

ବର୍ତ୍ତମାନ ମୌସୁମୀ ଫଳରେ ବର୍ଷା ଓ ଜଳବନ୍ଦୀ ଯୋଗୁଁ ରାସ୍ତାର ଅବସ୍ଥା ଆହୁରି ସଙ୍ଗୀନ ହୋଇପଡ଼ିଛି। ପାଣି ଜମି ରହିବା ଦ୍ୱାରା ଗଭୀର ଖାଲଗୁଡ଼ିକ ଚିହ୍ନଟ କରିବା କଷ୍ଟକର ହୋଇପଡ଼ୁଛି। ରାସ୍ତାର ଦୂରାବସ୍ଥା ଯୋଗୁଁ ସଡ଼କ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଇବା ସହ ଗମନାଗମନ ଓ ଯୋଗାଯୋଗ ବାଧାପ୍ରାପ୍ତ ହେଉଛି। ଓଡ଼ିଶାର ପଶ୍ଚିମ ଓ ଉପକୂଳ ଭାଗକୁ ଯୋଡ଼ିବା ସହ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ପରିବହନ ପାଇଁ ଏହି ମୁଖ୍ୟ ସଡ଼କପଥର ଅତ୍ୟାବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ କାର୍ଯ୍ୟ କରାଯିବା ଆବଶ୍ୟକ।

ବ୍ୟକ୍ତିଗତ ସ୍ତରରେ ଏହି ସମ୍ବେଦନଶୀଳ ବିଷୟକୁ ଗୁରୁତ୍ୱର ସହ ନେଇ ସମ୍ବଲପୁରରୁ କଟକ ମଧ୍ୟରେ ଥିବା ରାସ୍ତାର ତୁରନ୍ତ ମରାମତି ଏବଂ ଖାଲ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି । ଏହି ପଦକ୍ଷେପ ସାଧାରଣ ଜନତାଙ୍କ ପାଇଁ ସୁରକ୍ଷିତ ଓ ନିରାପଦ ଯାତାୟାତ ସୁନିଶ୍ଚିତ ହୋଇପାରିବ ବୋଲି ସେ କହିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: