Warrant Against Dhruv / ଧ୍ରୁବ ରାଠୀଙ୍କ ବିରୋଧରେ ୱାରେଣ୍ଟ ଜାରି, ଅକ୍ଟୋବର ୩୧ରେ ପରବର୍ତ୍ତୀ ଶୁଣାଣି
·2 hours ago·1 min read

Key Points
ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ଅଡୁଆ ବଢ଼ିଛି
ରାଠୀଙ୍କ ବିରୋଧରେ ୱାରେଣ୍ଟ
ଅକ୍ଟୋବର ୩୧ରେ ପରବର୍ତ୍ତୀ ଶୁଣାଣି
୨୦୧୮ ମାନହାନି ମାମଲାରେ ଧ୍ରୁବ ରାଠୀଙ୍କୁ ଜାମିନ୍ ୱାରାଣ୍ଟ
ରାଠୀଙ୍କ ବିରୋଧରେ ୱାରେଣ୍ଟ
ଅକ୍ଟୋବର ୩୧ରେ ପରବର୍ତ୍ତୀ ଶୁଣାଣି
୨୦୧୮ ମାନହାନି ମାମଲାରେ ଧ୍ରୁବ ରାଠୀଙ୍କୁ ଜାମିନ୍ ୱାରାଣ୍ଟ
ନୂଆଦିଲ୍ଲୀ: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ଅଡୁଆ ବଢ଼ିଛି। ୨୦୧୮ ମସିହାର ଏକ ମାନହାନି ମାମଲାରେ ଦିଲ୍ଲୀର ସାକେତ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିବା ସୂଚନା ମିଳିଛି। ନ୍ୟାୟିକ ମାଜିଷ୍ଟ୍ରେଟ୍ ରାହୁଲ ଜୈନ ଏହି ମାମଲାର ଶୁଣାଣି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୧ ତାରିଖରେ ହେବ ବୋଲି ଜଣାପଡ଼ିଛି। ଧ୍ରୁବ ରାଠୀଙ୍କ ବିରୋଧରେ ଏହି ମାନହାନି ମାମଲା ଦାୟର କରିଥିଲେ ବିଜେପି ଆଇଟି ସେଲ୍ର ସଦସ୍ୟ ବିକାଶ ପାଣ୍ଡେ। ରାଠୀ ନିଜର ଏକ ଭିଡିଓ ମାଧ୍ୟମରେ ତାଙ୍କ ବିରୋଧରେ ମିଥ୍ୟା ଓ ଅପମାନଜନକ ତଥ୍ୟ ପ୍ରଚାର କରିଥିବା ଅଭିଯୋଗ କରିଥିଲେ ପାଣ୍ଡେ। ଏହି ଅଭିଯୋଗକୁ ନେଇ ୨୦୧୮ରେ ମାମଲା ରୁଜୁ ହୋଇଥିଲା।
କାହିଁକି ଜାରି ହେଲା ୱାରେଣ୍ଟ?
ରିପୋର୍ଟ ଅନୁସାରେ, ଧ୍ରୁବ ରାଠୀ ମୁଖ୍ୟତଃ ବିଦେଶରେ ରହୁଥିବାରୁ ମାମଲାରେ ସମନ ଜାରି ଓ ତାହାର କାର୍ଯ୍ୟକାରିତାକୁ ନେଇ ଅଭିଯୋଗକାରୀ ପକ୍ଷ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ନିକଟରେ ରାଠୀ ଭାରତ ଆସିଥିବାରୁ ତାଙ୍କ ବିରୋଧରେ ତୁରନ୍ତ ସମନ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ପାଣ୍ଡେଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା।
ପଢନ୍ତୁ ଏହି ଖବର: ଏଥର ଜଳିବ ୩୦ ଫୁଟ୍ର କକ୍ରୋଚ୍, ଜାଣନ୍ତୁ କାହିଁକି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ପରେ ଅଦାଲତ ରାଠୀଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିବା ସୂଚନା ମିଳିଛି। ଏହି ମାମଲାରେ ଏବେ ସମସ୍ତଙ୍କ ନଜର ଅଦାଲତଙ୍କ ପରବର୍ତ୍ତୀ ଶୁଣାଣି ଉପରେ ରହିଛି। ଅକ୍ଟୋବର ୩୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବା ବେଳେ ଆଗକୁ ଅଦାଲତ କି ପଦକ୍ଷେପ ନେଉଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ ହେବ।
Related Topics
Explore more stories