Videos
|
National

Bollywood News / ଏହି ଅଭିନେତ୍ରୀଙ୍କ ‘ପନୌତି’ ଟ୍ୟାଗ୍‌ରୁ କମବ୍ୟାକ୍‌ର ରୋଚକ କାହାଣୀ

Bikash Mohanty
Browse all articles by Bikash Mohanty
·4 hours ago·2 min read
ଏହି ଅଭିନେତ୍ରୀଙ୍କ ‘ପନୌତି’ ଟ୍ୟାଗ୍‌ରୁ କମବ୍ୟାକ୍‌ର ରୋଚକ କାହାଣୀ
DIYA MIRZA

Key Points

ଦିନେ ଥିଲେ ଷ୍ଟାର, ପରେ ମିଳିଥିଲା ‘ପନୌତି’ ଟ୍ୟାଗ୍
ଦିୟାଙ୍କ ‘ପନୌତି’ ଟ୍ୟାଗ୍‌ରୁ କମବ୍ୟାକ୍‌ର ରୋଚକ କାହାଣୀ
ବଲିଉଡ ଷ୍ଟାର ଦିୟାଙ୍କ ରୋଚକ କାହାଣୀ 

ମୁମ୍ବାଇ,୨୫/୦୯: ବଲିଉଡ୍‌ର ରଙ୍ଗିନ ଦୁନିଆ ବାହାରୁ ଯେତିକି ଚମକଦାର, ଭିତରୁ ସେତିକି ସଂଘର୍ଷପୂର୍ଣ୍ଣ। ରୂପେଲି ପରଦାରେ ଷ୍ଟାରଡମ୍‌ର ଚମକ ଦେଖାଯାଏ, କିନ୍ତୁ ଏହି ଚମକ ପଛରେ ଅନେକ କଳା ଅଧ୍ୟାୟ ଲୁଚି ରହିଥାଏ। ଏଭଳି ଏକ ଉତ୍‌ଥାନ-ପତନର କାହାଣୀ ହେଉଛି ଅଭିନେତ୍ରୀ ଦିୟା ମିର୍ଜାଙ୍କର। ଏକଦା ଯେଉଁ ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟକୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ହେଉଥିଲା, ପରେ ତାଙ୍କୁ ନିଜେ ‘ପନୌତି’ ବୋଲି ଟ୍ୟାଗ୍‌ କରାଯାଉଥିବା କଥା ସେ ଏକ ସାକ୍ଷାତକାରରେ କହିଥିଲେ।

ଦିୟା ମିର୍ଜାଙ୍କ ବଲିଉଡ୍ ଏଣ୍ଟ୍ରି ହୋଇଥିଲା ଲୋକପ୍ରିୟ ଫିଲ୍ମ ‘ରେହନା ହୈ ତେରେ ଦିଲ ମେଁ’ ଜରିଆରେ। ପ୍ରଥମ ଫିଲ୍ମରୁ ହିଁ ତାଙ୍କ ଗ୍ଲାମରସ୍ ଲୁକ୍ ଓ ସ୍କ୍ରିନ୍ ପ୍ରେଜେନ୍ସ ଦର୍ଶକଙ୍କ ନଜର ଟାଣିଥିଲା। ଏପରିକି ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ତାଙ୍କୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ତୁଳନା ମଧ୍ୟ କରାଯାଉଥିଲା। ଲାଗୁଥିଲା, ବଲିଉଡ୍‌ରେ ଦିୟାଙ୍କ ଷ୍ଟାରଡମ୍‌ର ଯାତ୍ରା ଦୀର୍ଘ ହେବ।

ହେଲେ ଗ୍ଲାମରର ଏହି ଯାତ୍ରାରେ ହଠାତ୍ ଆସିଥିଲା ବଡ଼ ମୋଡ଼। ଦିୟାଙ୍କ କହିବା ଅନୁଯାୟୀ, ତାଙ୍କର କିଛି ଫିଲ୍ମ ଆଶାନୁରୂପ ସଫଳତା ନପାଇବା ପରେ ପରିସ୍ଥିତି ବଦଳିବାକୁ ଲାଗିଥିଲା। ଧୀରେ ଧୀରେ ଫିଲ୍ମ ଅଫର୍ କମିଗଲା। ଏକ ସମୟରେ ତାଙ୍କୁ କାଷ୍ଟ କରିବାକୁ ନିର୍ମାତା ଓ ନିର୍ଦ୍ଦେଶକମାନେ ଆଗ୍ରହୀ ନଥିଲେ ବୋଲି ଦିୟା କହିଥିଲେ। ଏପରିକି ତାଙ୍କୁ ‘ପନୌତି’ ଭାବେ ଦେଖାଯାଉଥିବା କଥା ମଧ୍ୟ ସେ ପ୍ରକାଶ କରିଥିଲେ। ଏହି ପର୍ଯ୍ୟାୟ ଦିୟାଙ୍କ ପାଇଁ ଖୁବ୍ କଷ୍ଟକର ଥିଲା। ଗ୍ଲାମର, ଲାଇମଲାଇଟ୍ ଓ ଷ୍ଟାରଡମ୍‌ରୁ ହଠାତ୍ ଦୂରେଇ ଯିବା ତାଙ୍କ କ୍ୟାରିୟରକୁ ଏକ ଅନ୍ଧାର ଅଧ୍ୟାୟ ଆଡ଼କୁ ଠେଲି ଦେଇଥିଲା। ତଥାପି ଦିୟା ହାର ମାନିନଥିଲେ।


ପଢନ୍ତୁ ଏହି ଖବର: ଟାଟୁ ପାଇଁ ୩୫ ବର୍ଷ ପରେ ପରିବାର ସହ ଯୋଡ଼ିହେଲେ ପ୍ରମିଳା

ଠିକ୍ ଏହି ସମୟରେ ତାଙ୍କ କ୍ୟାରିୟରକୁ ମିଳିଥିଲା ଏକ ନୂଆ ମୋଡ଼। ନିର୍ଦ୍ଦେଶକ ରାଜକୁମାର ହିରାନୀ ତାଙ୍କୁ ‘ସଞ୍ଜୁ’ ଫିଲ୍ମରେ ସୁଯୋଗ ଦେଇଥିଲେ। ଦିୟାଙ୍କ କହିବା ଅନୁଯାୟୀ, ସେ ନିଜେ ହିରାନୀଙ୍କୁ ଫୋନ୍ କରି କାମ ଦେବାକୁ ଅନୁରୋଧ କରିଥିଲେ। ସେତେବେଳେ ସେ କାମ ଖୋଜିବାରେ କେତେ ଅସୁବିଧା ହେଉଥିଲା, ତାହା ମଧ୍ୟ ଖୋଲାଖୋଲି କହିଥିଲେ। ପରେ ଦିୟା ସ୍କ୍ରିନ୍ ଟେଷ୍ଟ ଦେଇଥିଲେ ଏବଂ ‘ସଞ୍ଜୁ’ରେ ମାନ୍ୟତା ଦତ୍ତଙ୍କ ଭୂମିକା ପାଇଁ ଚୟନ ହୋଇଥିଲେ। ଏହି ଫିଲ୍ମ ତାଙ୍କୁ ପୁଣିଥରେ ଦର୍ଶକଙ୍କ ନଜରକୁ ଆଣିଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦିୟା ମିର୍ଜାଙ୍କ କ୍ୟାରିୟରର ଏହି ଅଧ୍ୟାୟ ପ୍ରମାଣ କରେ ଯେ ବଲିଉଡ୍‌ରେ ଷ୍ଟାରଡମ୍ କେବେ ସ୍ଥାୟୀ ନୁହେଁ। କେବେ ତାରକାମାନେ ଲାଇମଲାଇଟ୍‌ରେ ଚମକନ୍ତି, ତ କେବେ ସେହି ଆଲୋକଠାରୁ ଦୂରେଇ ଯାଆନ୍ତି। ତେବେ ଦିୟାଙ୍କ କାହାଣୀର ବିଶେଷତା ହେଉଛି ଏକ କଠିନ ପର୍ଯ୍ୟାୟ ପରେ ସେ ପୁଣି ନିଜ ପାଇଁ ସ୍ଥାନ ତିଆରି କରିପାରିଥିଲେ। ସମ୍ପ୍ରତି ମଧ୍ୟ ଦିୟାଙ୍କୁ ବିଭିନ୍ନ ପ୍ରୋଜେକ୍ଟରେ ଦେଖିବାକୁ ମିଳୁଛି। ସନ୍ନି ଦେଓଲଙ୍କ ‘ଇକ୍କା’ରେ ମଧ୍ୟ ତାଙ୍କ ଉପସ୍ଥିତି ଚର୍ଚ୍ଚାରେ ରହିଛି। ଏକଦା ଗ୍ଲାମରସ୍ ଦୁନିଆର ଚର୍ଚ୍ଚିତ ଚେହେରା, ପରେ ଅବହେଳା ଓ ‘ପନୌତି’ ଟ୍ୟାଗ୍‌ର ସାମ୍ନା, ଆଉ ତା’ପରେ ପୁଣି ପରଦାକୁ ଫେରିବା ଦିୟା ମିର୍ଜାଙ୍କ ଏହି ଯାତ୍ରା ନିଶ୍ଚିତ ଭାବେ ବଲିଉଡ୍‌ର ଏକ ରୋଚକ କାହାଣୀ।