Videos
|
National

Diya Social Media Post / ଦିଆଙ୍କ ସୋସିଆଲ ମିଡିଆ ପୋଷ୍ଟ, ଏହି ଅଭିନେତାଙ୍କ ସହ କାମ କରିବା ଅନୁଭୂତିକୁ କହିଲେ ‘ଦୁଃସ୍ୱପ୍ନ’

Bikash Mohanty
Browse all articles by Bikash Mohanty
·55 mins ago·2 min read
ଦିଆଙ୍କ ସୋସିଆଲ ମିଡିଆ ପୋଷ୍ଟ, ଏହି ଅଭିନେତାଙ୍କ ସହ କାମ କରିବା ଅନୁଭୂତିକୁ କହିଲେ ‘ଦୁଃସ୍ୱପ୍ନ’
DIYA MIRZA

Key Points

ଦିଆ ମିର୍ଜାଙ୍କ ଗୋଟିଏ ପୋଷ୍ଟରେ ବଲିଉଡ୍‌ରେ ହଇଚଇ!
ଏହି ଅଭିନେତାଙ୍କ ସହ  କାମ କରିବା ଅନୁଭୂତିକୁ କହିଲେ ‘ଦୁଃସ୍ୱପ୍ନ’
ଯଦିଓ ସେ ନୱାଜୁଦ୍ଦିନ ସିଦ୍ଦିକୀଙ୍କ ନାମ ନେଇ ନଥିଲେ
କିନ୍ତୁ ତାଙ୍କୁ ଇନଷ୍ଟାଗ୍ରାମ ପୋଷ୍ଟରେ ଟ୍ୟାଗ୍ କରିଛନ୍ତି ଦିୟା
ମୁମ୍ବାଇ: ବଲିଉଡ୍‌ରେ ଏବେ ଚର୍ଚ୍ଚାରେ ଅଭିନେତ୍ରୀ ଦିଆ ମିର୍ଜାଙ୍କ ଏକ ଇନଷ୍ଟାଗ୍ରାମ୍ ପୋଷ୍ଟ। ତାଙ୍କର ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଆଲୋଚନା ଆରମ୍ଭ ହୋଇଛି। ଖାସ୍ କଥା ହେଉଛି, ଏହି ପୋଷ୍ଟରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀଙ୍କୁ ଟ୍ୟାଗ୍ କରିଛନ୍ତି ଦିଆ। ତେବେ ତାଙ୍କ ନାଁ ନନେଇ ଦିଆ ଯେଉଁଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି, ତାହା ଫ୍ୟାନ୍ସଙ୍କ ମଧ୍ୟରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ଆଜି ଦିଆ ମିର୍ଜା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ। ଏଥିରେ ସେ କାହାର ନାଁ ନନେଇ ଜଣେ ବ୍ୟକ୍ତିଙ୍କ ସହ କାମ କରିବାର ଅଭିଜ୍ଞତାକୁ ଅତ୍ୟନ୍ତ ଖରାପ ବୋଲି ବର୍ଣ୍ଣନା କରିଥିଲେ। ଏପରିକି ସେହି ଅନୁଭୂତିକୁ ‘ଦୁଃସ୍ୱପ୍ନ’ ବୋଲି କହିଥିଲେ। ଦିଆ ନିଜ ପୋଷ୍ଟରେ ଲେଖିଥିଲେ ଯେ, ସମ୍ପୃକ୍ତ ବ୍ୟକ୍ତିଙ୍କର କଥାବାର୍ତ୍ତା କରିବାର ଶିଷ୍ଟାଚାର ନାହିଁ। ତାଙ୍କର ବ୍ୟବହାର ମଧ୍ୟ ଏକ ଭିନ୍ନ ସ୍ତରର। ସେ ଜଣେ ସମ୍ପୂର୍ଣ୍ଣ ଅସହ୍ୟ ବ୍ୟକ୍ତି ବୋଲି ମଧ୍ୟ ଉଲ୍ଲେଖ କରିଥିଲେ।

ନୱାଜୁଦ୍ଦିନଙ୍କୁ ଟ୍ୟାଗ୍ କରିବା ପରେ ବଢ଼ିଲା ଚର୍ଚ୍ଚା

ଦିଆ ନିଜ ପୋଷ୍ଟରେ କାହାର ନାଁ ସ୍ପଷ୍ଟ ଭାବେ ଉଲ୍ଲେଖ କରିନଥିଲେ ମଧ୍ୟ ନୱାଜୁଦ୍ଦିନ ସିଦ୍ଦିକୀଙ୍କୁ ଟ୍ୟାଗ୍ କରିଥିଲେ। ଏହାପରେ ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହି ପୋଷ୍ଟକୁ ନୱାଜୁଦ୍ଦିନଙ୍କ ସହ ଯୋଡ଼ି ଦେଖିବା ଆରମ୍ଭ କରିଛନ୍ତି। ତେବେ ଦିଆଙ୍କ ମନ୍ତବ୍ୟ ପ୍ରକୃତରେ ନୱାଜୁଦ୍ଦିନଙ୍କ ଉଦ୍ଦେଶ୍ୟରେ ଥିଲା କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ସେ ନିଜ ପୋଷ୍ଟରେ କୌଣସି ସ୍ପଷ୍ଟୀକରଣ ମଧ୍ୟ ଦେଇନାହାଁନ୍ତି। ତେଣୁ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର:  ଏହି ଅଭିନେତ୍ରୀଙ୍କ ଉପରେ ରାଗିଲେ ଭାଇଜାନ୍, କହିଲେ- ‘ମୋ ସାମ୍ନାରେ...’

ନୱାଜୁଦ୍ଦିନଙ୍କ ଗୋଟିଏ ଷ୍ଟୋରୀ ବଢ଼ାଇଲା ଉତ୍ସୁକତା

ଅନ୍ୟପଟେ, ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ମଧ୍ୟ ଏହି ଚର୍ଚ୍ଚାକୁ ଆହୁରି ରୋଚକ କରିଦେଇଛି। ସେ ଏକ ଖାଲି ଚେୟାରର ଫଟୋ ସେୟାର କରିଥିଲେ। ଏହା ସହିତ ‘ଏକ ଓମକାର! ନାନକ ଦେବ ଜୀ’ ବୋଲି କ୍ୟାପସନ ଲେଖିଥିଲେ। ତେବେ ଏହି ଷ୍ଟୋରୀ ଦିଆ ମିର୍ଜାଙ୍କ ପୋଷ୍ଟର ଜବାବ ଥିଲା କି ନାହିଁ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ନୱାଜୁଦ୍ଦିନ ମଧ୍ୟ ଏପର୍ଯ୍ୟନ୍ତ ଦିଆଙ୍କ ପୋଷ୍ଟକୁ ନେଇ ସିଧାସଳଖ କିଛି କହିନାହାଁନ୍ତି।

ତେବେ ଦୁଇ କଳାକାରଙ୍କ ଏହି ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଏହି ବିବାଦ ପଛର ପ୍ରକୃତ କାରଣ କ'ଣ, ତାହା ଜାଣିବାକୁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି।