Dham Word Removed / ଦୀଘା ଜଗନ୍ନାଥ ମନ୍ଦିରରେ 'ଜଗନ୍ନାଥ ଧାମ' ବଦଳରେ ଲେଖାହେଲା ‘ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’
·1 month ago·2 min read

Key Points
'ଜଗନ୍ନାଥ ଧାମ' ବଦଳରେ ଲେଖାହେଲା ‘ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’
ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର
ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ

ଭୋଗରାଇ,୧୦/୦୬: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର। ଗତକାଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା ପରେ ହଟିଲା ‘ଧାମ’ ଶବ୍ଦ। ଦୀଘା ଜଗନ୍ନାଥ ମନ୍ଦିରରେ ନିର୍ମିତ ଫାଟକରେ ଲେଖା ଯାଇଥିବା 'ଜଗନ୍ନାଥ ଧାମ' ଫଳକ କାଢ଼ି ନିଆଗଲା। ଜଗନ୍ନାଥ ଧାମ ବଦଳରେ ଲେଖାହେଲା ‘ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’
ପଶ୍ଚିମବଙ୍ଗର ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ ଆଉ ‘ଧାମ’ କୁହାଯିବ ନାହିଁ। ପଶ୍ଚିମବଙ୍ଗର ପୂର୍ବତନ ସରକାର ରଖିଥିବା ଏହି ‘ଧାମ’ ଶବ୍ଦକୁ ହଟାଇବାକୁ ବର୍ତ୍ତମାନର ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗତକାଲି ଏହି ବଡ଼ ଘୋଷଣା କରିଥିଲେ। ଶୁଭେନ୍ଦୁ ଅଧିକାରୀଙ୍କ ଏହି ଘୋଷଣା ପରେ କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଉଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଜଗନ୍ନାଥ ଭକ୍ତମାନେ ଓ ସାଂସ୍କୃତିକ ସଂଗଠନ ସ୍ୱାଗତ କରିଥିଲେ।
ପଢନ୍ତୁ ଏହି ଖବର: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ, ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପୂର୍ବ ସରକାର ଧାମ ଶବ୍ଦ ଯୋଡ଼ିଥିଲେ, ଏହା ସନାତନ ଧର୍ମ ବିରୋଧୀ ଥିଲା । ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠି ପାଇଛି, ତୁରନ୍ତ 'ଧାମ' ଶବ୍ଦ ହଟିବ । ଧାମ ଶବ୍ଦ ହଟାଇବା ପାଇଁ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ମଧ୍ୟ ଚିଠି ପଠାଇଛନ୍ତି । ଏଥିପାଇଁ କ୍ୟାବିନେଟ୍ରେ ପ୍ରସ୍ତାବ ପାରିତ କରାଯିବ ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି।
ପୂର୍ବରୁ `ଧାମ' ଶବ୍ଦ ହଟାଇବାକୁ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧାମ ଶବ୍ଦକୁ ବାଦ ଦେଇ ବିକଳ୍ପ ନାମ ଦେବାକୁ ଅନୁରୋଧ କରିଥିଲେ । ପୂର୍ବରୁ ଧାମ ଶବ୍ଦ ଉଠାଇବାକୁ ନେଇ ରାଜ୍ୟ ସରକାର ଅନୁରୋଧ କରିଥିଲେ । କିନ୍ତୁ ନିଜ ଜିଦ୍ରେ ଅଟଳ ଥିଲେ ଅଂହକାରୀ ମମତା ବାନାର୍ଜୀ।
ମନ୍ଦିର ପ୍ରତିଷ୍ଠା ପରେ ବିବାଦ
ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଉପକୂଳ ସହର ‘ଦୀଘା’ରେ ୨୦୨୫ ଏପ୍ରିଲ ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭବ୍ୟ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ହୋଇଥିଲା। ଏହି ମନ୍ଦିରର ନିର୍ମାଣ ଶୈଳୀ ଶ୍ରୀମନ୍ଦିର ଭଳି କରାଯିବାକୁ ଉଦ୍ୟମ କରାଯାଇଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘା ଜଗନ୍ନାଥ ମନ୍ଦିରର ନିର୍ମାଣ ନେଇ ୨୦୧୮ରେ ଘୋଷଣା କରିଥିଲେ। ନିର୍ମାଣ କାମ ୨୦୨୨ରେ ସଂପୂର୍ଣ୍ଣ ହୋଇଥିଲା। ପ୍ରାୟ ୨୫୦ କୋଟି ଟଙ୍କାରେ ନିର୍ମିତ ଏହି ମନ୍ଦିର ପ୍ରତିଷ୍ଠା ହେଲା ପରେ ମମତା ସରକାର ଏହାର ନାମକୁ ଦୀଘା ଜଗନ୍ନାଥ ଧାମ ରଖିଥିଲେ। ଏହାକୁ ନେଇ ବିବାଦ ଦେଖାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories