Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Digha Jagannath Temple / ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ, ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା

Santosh Kumar Sahoo
Browse all articles by Santosh Kumar Sahoo
·1 month ago·1 min read
ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ, ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା
Digha Jagannath Temple

Key Points

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା
ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ
ଦୀଘା ଜଗନ୍ନାଥ ଧାମ ବଦଳରେ ହେବ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା କରିଛନ୍ତି । ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ । ଦୀଘା ଜଗନ୍ନାଥ ଧାମ ବଦଳରେ ହେବ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠି ପରେ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା କରିଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପୂର୍ବ ସରକାର ଧାମ ଶବ୍ଦ ଯୋଡ଼ିଥିଲେ, ଏହା ସନାତନ ଧର୍ମ ବିରୋଧୀ ଥିଲା । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠି ପାଇଛି, ତୁରନ୍ତ 'ଧାମ' ଶବ୍ଦ ହଟିବ । ଧାମ ଶବ୍ଦ ହଟାଇବା ପାଇଁ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ମଧ୍ୟ ପଠାଇଛନ୍ତି । ଏଥିପାଇଁ କ୍ୟାବିନେଟ୍‌ରେ ପ୍ରସ୍ତାବ ପାରିତ କରାଯିବ ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି ।



ପୂର୍ବରୁ `ଧାମ' ଶବ୍ଦ ହଟାଇବାକୁ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଥିଲେ ମୋହନ ମାଝୀ । ଧାମ ଶବ୍ଦକୁ ବାଦ ଦେଇ ବିକଳ୍ପ ନାମ ଦେବାକୁ ଅନୁରୋଧ କରିଥିଲେ । ପୂର୍ବରୁ ଧାମ ଶବ୍ଦ ଉଠାଇବାକୁ ନେଇ ରାଜ୍ୟ ସରକାର ଅନୁରୋଧ କରିଥିଲେ । କିନ୍ତୁ ନିଜ ଜିଦ୍‌ରେ ଅଟଳ ଥିଲେ ଅଂହକାରୀ ମମତା ବାନାର୍ଜୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Digha Jagannath Dham to Drop ‘Dham’ Tag, Announces Suvendu Adhikari | Argus News